ସରକାର କରୁଛନ୍ତି ସ୍ମାର୍ଟ ସ୍କୁଲ, କିନ୍ତୁ ରାସ୍ତାରେ ଆଣ୍ଠେଇ ଭିକ ମାଗୁଛନ୍ତି ଆଶାୟୀ ଶିକ୍ଷକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ସ୍ମାର୍ଟ କ୍ଲାସ୍‌ ରୁମ୍‌ ଓ ହାଇଟେକ୍‌ ସ୍କୁଲ ନିର୍ମାଣ କରୁଛନ୍ତି। ପିଲାଙ୍କୁ ପାଠ ପଢ଼ାଇବା ପାଇଁ ନୂଆ ନୂଆ ଜ୍ଞାନକୌଶଳ ଆପଣାଉଛନ୍ତି। ତେବେ ଏଠି ସାଧାରଣ ପ୍ରଶ୍ନ ଉଠୁଛି, ଚକାଚକ୍‌ ସ୍କୁଲରେ ପାଠ ପଢ଼ାଇବା ପାଇଁ ଶିକ୍ଷକ ଓ ଶିକ୍ଷୟିତ୍ରୀ ଅଛନ୍ତି ତ? ଯଦି ଶିକ୍ଷକ ଅଛନ୍ତି, ତାହାହେଲେ ରାଜଧାନୀରେ ପ୍ରତିବାଦ କରୁଛି କିଏ? ସେମାନଙ୍କୁ କେବେ ନିଯୁକ୍ତି ମିଳିବ? ଦୀର୍ଘ ଚାରି ଦିନ ଧରି ରାଜଧାନୀରେ ପ୍ରତିବାଦ କରୁଥିବା […]

Teacher

Manoranjan Sial
  • Published: Friday, 12 November 2021
  • , Updated: 12 November 2021, 04:49 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ସ୍ମାର୍ଟ କ୍ଲାସ୍‌ ରୁମ୍‌ ଓ ହାଇଟେକ୍‌ ସ୍କୁଲ ନିର୍ମାଣ କରୁଛନ୍ତି। ପିଲାଙ୍କୁ ପାଠ ପଢ଼ାଇବା ପାଇଁ ନୂଆ ନୂଆ ଜ୍ଞାନକୌଶଳ ଆପଣାଉଛନ୍ତି। ତେବେ ଏଠି ସାଧାରଣ ପ୍ରଶ୍ନ ଉଠୁଛି, ଚକାଚକ୍‌ ସ୍କୁଲରେ ପାଠ ପଢ଼ାଇବା ପାଇଁ ଶିକ୍ଷକ ଓ ଶିକ୍ଷୟିତ୍ରୀ ଅଛନ୍ତି ତ? ଯଦି ଶିକ୍ଷକ ଅଛନ୍ତି, ତାହାହେଲେ ରାଜଧାନୀରେ ପ୍ରତିବାଦ କରୁଛି କିଏ? ସେମାନଙ୍କୁ କେବେ ନିଯୁକ୍ତି ମିଳିବ? ଦୀର୍ଘ ଚାରି ଦିନ ଧରି ରାଜଧାନୀରେ ପ୍ରତିବାଦ କରୁଥିବା ତାଲିମପ୍ରାପ୍ତ ଆଶାୟୀ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଦାବି କେବେ ପୂରଣ କରିବେ ରାଜ୍ୟ ସରକାର?

ରାଜ୍ୟରେ ଅଧିକାଂଶ ସ୍କୁଲରେ ଶିକ୍ଷକ ପଦବୀ ଖାଲି ପଡ଼ିଛି। ଯେଉଁଥିପାଇଁ ପିଲାମାନେ ପାଠ ପଢ଼ିବାରେ ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ରାଜ୍ୟ ସରକାର ଏଥିପ୍ରତି ଧ୍ୟାନ ଦେଉନଥିବା ଅଭିଯୋଗ ହୋଇଛି। ଯେଉଁଥିପାଇଁ ରାଜରାସ୍ତାରେ ଭିକ ମାଗୁଛନ୍ତି ଆଶାୟୀ ଶିକ୍ଷକ। OSSTET ଏବଂ CBT ପାସ କରିଥିବା ଆଶାୟୀ ସଂସ୍କୃତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ନିଯୁକ୍ତି ଦାବିରେ ଏଭଳି ଅଭିନବ ଉପାୟରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ହାତରେ ଥାଳି ଧରି ଆଣ୍ଠେଇ ଭିକ ମାଗୁଛନ୍ତି। ସରକାରଙ୍କ ପାଖରେ ଗୁହାରୀ ଓ ବିଭାଗୀୟ ମନ୍ତ୍ରୀଙ୍କୁ ନେହୁରା ହେଉଛନ୍ତି ଆଶାୟୀ ସଂସ୍କୃତ ଶିକ୍ଷକ ଓ ଶିକ୍ଷୟିତ୍ରୀ। ଇତି ମଧ୍ୟରେ ଚାରି ଦିନ ବିତି ଯାଇଥିଲେ ସୁଦ୍ଧା ସେମାନଙ୍କ ଦାବି ପ୍ରତି ରାଜ୍ୟ ସରକାର କର୍ଣ୍ଣପାତ କରୁନାହାନ୍ତି। ସେମାନେ ଏବେ ମଧ୍ୟ ଲୋୟର ପିଏମଜିରେ ପ୍ରତିବାଦ କରୁଛନ୍ତି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ଉଠିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି।

ପ୍ରତିବାଦ କରୁଥିବା ଜଣେ ଆଶାୟୀ ହେଉଛନ୍ତି କବିତା କରଣ। ସେ କହିଛନ୍ତି, “ରାଜ୍ୟ ସରକାରଙ୍କ ସବୁ ମାନଦଣ୍ଡ ପୂରଣ କରିଥିଲେ ସୁଦ୍ଧା ଆମକୁ ନିଯୁକ୍ତି ସୁଯୋଗ ମିଳୁନାହିଁ। ଦୀର୍ଘ ୭ ବର୍ଷ ପରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାରିଲା। ତାହା ପୁଣି ବହୁ କମ୍‌। କିନ୍ତୁ ଆଶାୟୀ ବହୁତ ଅଛନ୍ତି। ଏହାଦ୍ୱାରା ଆମେ କେବେ ନିଯୁକ୍ତି ପାଇବୁ?”

ଆଉ ଜଣେ ଆଶାୟୀ କହିଛନ୍ତି-“ନିଯୁକ୍ତି ଦାବିରେ ଆମେ ୪ ଦିନ ହେଲା ଧାରଣାରେ ବସିଛୁ। ମନ୍ତ୍ରୀ ହେଉ ବା ସଚିବ କେହି ଆମ ସହିତ ଆଲୋଚନା କରିନାହାନ୍ତି। ଆମର ସଂଘର୍ଷ ଜାରି ରହିଛି। ଏ ସରକାର ଜେନେରାଲ୍‌ ଓ ଏସ୍‌ସିବିସି ପିଲାଙ୍କୁ ଅବହେଳା କରୁଛନ୍ତି।”

Related story