ମନେ ପଡ଼ିବେ ଥାନା ଅଧିକାରୀ, ବିଦାୟ ବେଳେ ଆଖିରେ ଲୁହ

ଫୁଲବାଣୀ(ତ୍ରିନାଥ ସାହୁ): ପୁଲିସ୍‌ ବର୍ଦ୍ଦି କଥା ମନକୁ ଆସିଲେ ସାଧାରଣ ଲୋକଙ୍କ ମନରେ ଭୟ ସଞ୍ଚାର ହୁଏ । ପୁଲିସ୍‌ଠୁ ଯଥାସମ୍ଭବ ଦୂରତା ବଜାୟ ରଖିବାକୁ ଚାହିଁଥାନ୍ତି ସାଧାରଣ ଲୋକ । ମାତ୍ର କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନାରେ ଦେଖିବାକୁ ମିଳିଛି ଏଥିରେ ବ୍ୟତିକ୍ରମ । ଏଠାରେ କାର୍ଯ୍ୟରତ ଥିବା ଥାନା ଅଧିକାରୀ ପି. ଶ୍ୟାମ ସୁନ୍ଦର ରାଓଙ୍କ ବଦଳି ପରେ ତାଙ୍କୁ କିନ୍ତୁ ବେଶ୍‌ ମନେ ପକାଉଛନ୍ତି ସ୍ଥାନୀୟ ଲୋକେ। ସମସ୍ୟା ସମୟରେ ସୁଖଦୁଃଖର ସାଥୀ […]

pic

  • Published: Saturday, 19 November 2022
  • , Updated: 19 November 2022, 08:45 AM IST

ଫୁଲବାଣୀ(ତ୍ରିନାଥ ସାହୁ): ପୁଲିସ୍‌ ବର୍ଦ୍ଦି କଥା ମନକୁ ଆସିଲେ ସାଧାରଣ ଲୋକଙ୍କ ମନରେ ଭୟ ସଞ୍ଚାର ହୁଏ । ପୁଲିସ୍‌ଠୁ ଯଥାସମ୍ଭବ ଦୂରତା ବଜାୟ ରଖିବାକୁ ଚାହିଁଥାନ୍ତି ସାଧାରଣ ଲୋକ । ମାତ୍ର କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନାରେ ଦେଖିବାକୁ ମିଳିଛି ଏଥିରେ ବ୍ୟତିକ୍ରମ । ଏଠାରେ କାର୍ଯ୍ୟରତ ଥିବା ଥାନା ଅଧିକାରୀ ପି. ଶ୍ୟାମ ସୁନ୍ଦର ରାଓଙ୍କ ବଦଳି ପରେ ତାଙ୍କୁ କିନ୍ତୁ ବେଶ୍‌ ମନେ ପକାଉଛନ୍ତି ସ୍ଥାନୀୟ ଲୋକେ। ସମସ୍ୟା ସମୟରେ ସୁଖଦୁଃଖର ସାଥୀ ପାଲଟୁଥିବା ଥାନା ଅଧିକାରୀଙ୍କ ବଦଳି ଯୋଗୁ ସ୍ଥାନୀୟ ଅଞ୍ଚଳବାସୀ ବେଶ୍‌ ଦୁଃଖିତ ହୋଇଥିବା ବେଳେ ତାଙ୍କୁ ଜଣାଇଛନ୍ତି ବିଦାୟ ସମ୍ବର୍ଦ୍ଧନା । ଏପରିକି କିଛି ଲୋକଙ୍କ ଲୁହ ବନ୍ଧବାଡ଼ ମାନୁ ନ ଥିବା ଦେଖିବାକୁ ମିଳିଥିଲା।

ଫିରିଙ୍ଗିଆ ଥାନା ଅଞ୍ଚଳର ଶତାଧିକ ଲୋକ ସମେତ ଅଞ୍ଚଳର ବହୁ ନେତା ତଥା ଟିମ୍ ହ୍ୟୁମାନିଟିର ସଦସ୍ୟଙ୍କ ସମେତ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ଥାନାଧିକାରୀଙ୍କ ବିଦାୟୀ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।  ସମସ୍ତେ ପ୍ରଥମେ ଫିରିଙ୍ଗିଆ ଥାନାକୁ ଯାଇ ବିଭିନ୍ନ ପାରମ୍ପରିକ ବାଦ୍ୟ, ଢୋଲ, ମହୁରୀ ବଜାଇ ଥାନାଧିକାରୀଙ୍କୁ ଫିରିଙ୍ଗିଆ ବଜାର ପରିକ୍ରମା କରାଇଥିଲେ। ପରେ ଫିରିଙ୍ଗିଆ ବ୍ଲକ ଛକରେ ଏକ ଭାବ ବିହ୍ଵଳ ପରିବେଶ ମଧ୍ୟରେ ତାଙ୍କୁ ବିଦାୟ ଜଣାଇଥିଲେ।

ପି. ଶ୍ୟାମ ସୁନ୍ଦର ରାଓଙ୍କ ୨୦୧୯ ମସିହାରୁ ଫିରିଙ୍ଗିଆ ଥାନାରେ ଯୋଗ ଦେଇଥିଲେ। ଏହାପରେ ସେ ନିଜ କାର୍ଯ୍ୟକଳାପ ଯୋଗୁ ଧୀରେ ଧୀରେ ଲୋକଙ୍କ ନିକଟତର ହୋଇ ପାରିଥିଲେ। ସେ ଅଞ୍ଚଳରେ ଜନସାଧାରଣଙ୍କ ବିଭିନ୍ନ ସମସ୍ୟାକୁ ସୁରୁଖୁରୁରେ ସମାଧାନ କରୁଥିଲେ।  ଶ୍ରୀ ରାଓ ନିଜ କାର୍ଯ୍ୟକାଳ ସମୟରେ ଅଞ୍ଚଳରେ ଅପରାଧ ନିୟନ୍ତ୍ରଣ କରିବା ସହିତ ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ କରିବା କ୍ଷେତ୍ରରେ ବହୁ ଉଲ୍ଲେଖନୀୟ କାର୍ଯ୍ୟ କରି ପ୍ରଶଂସାର ପାତ୍ର ହୋଇ ପାରିଥିଲେ।

ବିଭିନ୍ନ ସମୟରେ ସେ ଅସହାୟମାନଙ୍କୁ ଆର୍ଥିକ ସହାୟତା କରିବା ସହିତ ମେଡିକାଲରେ ଗରିବଙ୍କୁ ଚିକିତ୍ସା ପାଇଁ ସାହାଯ୍ୟ ସହଯୋଗ କରୁଥିଲେ।  ତେଣୁ ତାଙ୍କ ବଦଳି ଯୋଗୁ ସ୍ଥାନୀୟ ଅଞ୍ଚଳବାସୀ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ବେଳେ ତାଙ୍କୁ ବିଦାୟ ଜଣାଇଛନ୍ତି।

Related story