କୋଭିଡ୍ ହସ୍ପିଟାଲ୍ ବୁଲିବ, ରୋଗୀଙ୍କ ଭଲମନ୍ଦ ବୁଝିବ ଟେକ୍ନିକାଲ ଟିମ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର କୋଭିଡ୍ ହସ୍ପିଟାଲ୍‌ଗୁଡ଼ିକରେ ନାନା ଅବ୍ୟବସ୍ଥା ନେଇ କ୍ରମାଗତ ଅଭିଯୋଗ ହେବା ପରେ  ଶେଷରେ ତତ୍ପର ହୋଇଉଠିଛନ୍ତି ରାଜ୍ୟ ସରକାର । ଏଣିକି କୋଭିଡ୍ ହସ୍ପିଟାଲ ଗୁଡ଼ିକରେ କେମିତି ଚାଲିଛି କରୋନା ରୋଗୀଙ୍କ ଚିକିତ୍ସା ସେବା, କେମିତି ରହିଛି ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଖାଦ୍ୟର ମାନ ଏବଂ ପରିମଳ ବ୍ୟବସ୍ଥା, ଏସବୁର ଟିକିନିଖି ଅନୁଧ୍ୟାନ କରିବ ଏକ ଟେକ୍ନିକାଲ ଟିମ୍  । ଟେକ୍ନିକାଲ ଟିମ୍‌ର ସାପ୍ତାହିକ ଗସ୍ତ ସୂଚୀ ନେଇ ମେଡିକାଲ କଲେଜ ଡିନ୍ […]

corona-fighter

Niharika Rout
  • Published: Thursday, 20 August 2020
  • , Updated: 20 August 2020, 09:13 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର କୋଭିଡ୍ ହସ୍ପିଟାଲ୍‌ଗୁଡ଼ିକରେ ନାନା ଅବ୍ୟବସ୍ଥା ନେଇ କ୍ରମାଗତ ଅଭିଯୋଗ ହେବା ପରେ  ଶେଷରେ ତତ୍ପର ହୋଇଉଠିଛନ୍ତି ରାଜ୍ୟ ସରକାର । ଏଣିକି କୋଭିଡ୍ ହସ୍ପିଟାଲ ଗୁଡ଼ିକରେ କେମିତି ଚାଲିଛି କରୋନା ରୋଗୀଙ୍କ ଚିକିତ୍ସା ସେବା, କେମିତି ରହିଛି ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଖାଦ୍ୟର ମାନ ଏବଂ ପରିମଳ ବ୍ୟବସ୍ଥା, ଏସବୁର ଟିକିନିଖି ଅନୁଧ୍ୟାନ କରିବ ଏକ ଟେକ୍ନିକାଲ ଟିମ୍  ।

ଟେକ୍ନିକାଲ ଟିମ୍‌ର ସାପ୍ତାହିକ ଗସ୍ତ ସୂଚୀ ନେଇ ମେଡିକାଲ କଲେଜ ଡିନ୍ ସ୍ଥିର କରିବେ । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ଶାସନ ସଚିବଙ୍କ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । କୋଭିଡ୍ ହସ୍ପିଟାଲ୍‌ରେ ରୋଗୀଙ୍କୁ ମିଳୁଥିବା ଚିକିତ୍ସା ବ୍ୟବସ୍ଥା ସହ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ବିଷୟରେ ଟିମ୍‌ ସଦସ୍ୟ ପଚାରି ବୁଝିବେ । କେବଳ ସେତିକି ନୁହେଁ, କୋଭିଡ୍‌ରେ ଆଖି ବୁଜିଥିବା ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟ କିଭଳି କରାଯାଉଛି ସେସବୁର ବି ତଦାରଖ କରିବେ ଟେକ୍ନିକାଲ ଟିମ୍‌ ସଦସ୍ୟ । ପରେ ସ୍ୱାସ୍ଥ୍ୟ ବିଭାଗକୁ ଏ ସମ୍ପର୍କିତଏକ ବିସ୍ତୃତ ବିବରଣୀ ପ୍ରଦାନ କରିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

Related story