ମାନସିକ ସ୍ୱାସ୍ଥ୍ୟ: ଚିକିତ୍ସା ପାଇଁ ହେଲପଲାଇନ ନମ୍ବର ଓ ଡାକ୍ତର ମୁତୟନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ୍ ମହାମାରୀ ପରେ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ବୃଦ୍ଧି ପାଇଥିବାରୁ ରାଜ୍ୟ ସରକାର ଏବେ ମାନସିକ ସ୍ୱାସ୍ଥ୍ୟ ଚିକିତ୍ସା ଉପରେ ଗୁରୁତ୍ୱ ଦେଇଛନ୍ତି । ଏଥିପାଇଁ ରାଜ୍ୟରେ ୨ଟି ‘ଟେଲି-ମାନସ’ ସେଲ୍ କଟକସ୍ଥିତ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ କାର୍ଯ୍ୟକ୍ଷମ ଥିବାବେଳେ ମୋଟ ୬୦ଜଣ ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କୁ ରାଜ୍ୟର ବିଭିନ୍ନ ଜିଲ୍ଲା ମୁଖ୍ୟ ହସ୍ପିଟାଲ ଓ ସରକାରୀ ମେଡିକାଲ କଲେଜରେ ଅସ୍ଥାୟୀ […]

Tele-MANAS Cell

Tele-MANAS Cell

Ordigital Desk
  • Published: Wednesday, 04 January 2023
  • Updated: 04 January 2023, 10:14 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ୍ ମହାମାରୀ ପରେ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ବୃଦ୍ଧି ପାଇଥିବାରୁ ରାଜ୍ୟ ସରକାର ଏବେ ମାନସିକ ସ୍ୱାସ୍ଥ୍ୟ ଚିକିତ୍ସା ଉପରେ ଗୁରୁତ୍ୱ ଦେଇଛନ୍ତି । ଏଥିପାଇଁ ରାଜ୍ୟରେ ୨ଟି ‘ଟେଲି-ମାନସ’ ସେଲ୍ କଟକସ୍ଥିତ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ କାର୍ଯ୍ୟକ୍ଷମ ଥିବାବେଳେ ମୋଟ ୬୦ଜଣ ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କୁ ରାଜ୍ୟର ବିଭିନ୍ନ ଜିଲ୍ଲା ମୁଖ୍ୟ ହସ୍ପିଟାଲ ଓ ସରକାରୀ ମେଡିକାଲ କଲେଜରେ ଅସ୍ଥାୟୀ ଭାବେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଟେଲି-ମାନସ ହେଲପଲାଇନ୍ ନମ୍ବର-୧୪୪୧୬ ଏବେ କାର୍ଯ୍ୟକ୍ଷମ ହୋଇଛି

ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଆଜି ବିଭିନ୍ନ ବିଭାଗ ସଚିବ ଓ ଜିଲ୍ଲା ମୁଖ୍ୟ ଚିିକିତ୍ସା ଅଧିକାରୀମାନଙ୍କୁ ଚିଠି ଲେଖି ମାନସିକ ସ୍ୱାସ୍ଥ୍ୟ ସମସ୍ୟାର ଚିକିତ୍ସା ପାଇଁ ଉଦ୍ଦିଷ୍ଟ ‘ଟେଲି-ମାନସ’ ହେଲପଲାଇନ୍ ନମ୍ବର ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ କହିଛନ୍ତି । କଟକ ଓ ବ୍ରହ୍ମପୁର ବଡ଼ ମେଡିକାଲ ପରେିସରରେ ଥିବା ଟେଲି-ମାନସ ସେଲରେ ମାନସିକ ସ୍ୱାସ୍ଥ୍ୟର ଚିକିତ୍ସା ସଂକ୍ରାନ୍ତ ପ୍ରାରମ୍ଭିକ ଚିକିତ୍ସା, କାଉନସେଲିଂ ଆଦି ଉପଲବ୍ଧ ହେବ । ବିଶେଷକରି ଏହାର ସୁଯୋଗ ମାନସିକ ଦୁଶ୍ଚିନ୍ତା, ଚାପଗ୍ରସ୍ତ, ଅନ୍ୟାନ୍ୟ ସମସ୍ୟା ଓ ଆତ୍ମହତ୍ୟାପ୍ରବଣ ସହ ବିଭିନ୍ନ ମାନସିକ ରୋଗର ଶିକାର ହୋଇଥିବା ବ୍ୟକ୍ତିମାନେ ନେଇପାରିବେ । ସରକାରୀ କର୍ମଚାରୀ, ଛାତ୍ରଛାତ୍ରୀ, ବୟସ୍କ, ଜେଲରେ ଥିବା ବନ୍ଦୀମାନଙ୍କ ମଧ୍ୟରେ ଏହି ଟେଲି-ମାନସ ହେଲପଲାଇନ-୧୪୪୧୬ ସଂକ୍ରାନ୍ତରେ ଅଧିକ ପ୍ରଚାରପ୍ରସାର କରାଇବାକୁ ସେ ପରାମର୍ଶ ଦେଇଛନ୍ତି । ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ହେଲପଲାଇନ୍ ଓ ଟେଲି-ମାନସ ସେଲ୍ ଏବେ ସକାଳ ୮ଟାରୁ ରାତି ୮ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବ ।

ସେହିପରି ବିଭିନ୍ନ ସରକାରୀ ମେଡିକାଲ କଲେଜ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ମନସ୍ତତ୍ୱବିତ୍ ବିଶେଷଜ୍ଞ(ଡାକ୍ତର)ମାନଙ୍କୁ ବିଭିନ୍ନ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ଅସ୍ଥାୟୀ ଭାବେ ମାସକୁ ୪ଥର କାର୍ଯ୍ୟରେ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଡାକ୍ତରମାନଙ୍କୁ ସେମାନଙ୍କ ନିକଟବର୍ତ୍ତୀ ଜିଲ୍ଲା ହସ୍ପିଟାଲ(ଯେଉଁଠି ମନସ୍ତତ୍ତ୍ୱ ବିଶେଷଜ୍ଞ ଡାକ୍ତର ନାହାନ୍ତି) ରେ ମୁତୟନ କରାଯିବ । ଏହି ଡାକ୍ତରମାନଙ୍କୁ ଜିଲ୍ଲାର ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଡାକି ସେଠାରେ ମାନସିକ ସ୍ୱାସ୍ଥ୍ୟର ଚିକିତ୍ସା ସଂକ୍ରାନ୍ତ କର୍ମଶାଳାର ବ୍ୟବସ୍ଥା ମଧ୍ୟ କରିବାକୁ ପରାମର୍ଶ ଦେଇଛନ୍ତି । ବିଶେଷକରି ଶିକ୍ଷକ,ଆଶାକର୍ମୀ, ପାରା ମେଡିକାଲ କର୍ମଚାରୀ, ପଂଚାୟତିରାଜ ସଦସ୍ୟ, ଏସଏଚଜି ସଦସ୍ୟମାନଙ୍କୁ ମଧ୍ୟ ପ୍ରଶିକ୍ଷଣ ଦେବା ପାଇଁ ଏହି ଡାକ୍ତରମାନଙ୍କର ସହଯୋଗ ନେବାକୁ ପରାମର୍ଶ ଦିଆଯାଇଛି । ସମସ୍ତ ମନସ୍ତତ୍ତ୍ୱ ବିଶେଷଜ୍ଞଙ୍କୁ ପ୍ରତ୍ୟେକ ମାସରେ ଥରେ(ଅଧା ଦିନ) ୩୦ଟି ଜିଲ୍ଲାରେ ଥିବା ଜେଲ ଅନ୍ତେବାସୀଙ୍କ ମାନସିକ ସ୍ୱାସ୍ଥ୍ୟ ଯାଂଚ ଓ ଚିିକିତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ସବଡିଭିଜିନାଲ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଜିଲ୍ଲା ମୁଖ୍ୟ ହସ୍ପିଟାଲଗୁଡ଼ିକୁ ସୁଦୃଢ଼ ଓ ରୂପାନ୍ତରୀକରଣ କରିବା ନିମନ୍ତେ ‘ଆମ ହସ୍ପିଟାଲ’ କାର୍ଯ୍ୟକ୍ରମ ଆଜିଠୁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି । ଏନେଇ ସ୍ୱାସ୍ଥ୍ୟ ସଚିବ ଶ୍ରୀମତୀ ପଣ୍ଡିତ ସମସ୍ତ ଜିଲ୍ଲପାଳଙ୍କୁ ଅବଗତ କରାଇଛନ୍ତି । ଏବାବଦରେ ହେବାକୁ ଥିବା ଖର୍ଚ୍ଚ ରାଜ୍ୟ ବଜେଟ, ଜାତୀୟ ସ୍ୱାସ୍ଥ୍ୟ ମିଶନ, ପଂଚଦଶ ଅର୍ଥ କମିଶନ, ଜିଲ୍ଲା ଖଣିଜ ପାଣ୍ଠି ଓ ଓଏମବିଏଡିସିରୁ ଭରଣା କରାଯିବ । ଏଥିପାଇଁ ଜିଲ୍ଲାସ୍ତରରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ କମିଟି ମଧ୍ୟ ଗଠନ ହେବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story