‘ଗୋଟିଏ ଟାୱାର ଥିଲେ ବି ଚାଲିବ ମୋବାଇଲ୍‌ ସେବା’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ଅମ୍ଫାନ’ ପ୍ରଭାବରେ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଗଲାଣି। କେତେକ ସ୍ଥାନରେ ପ୍ରବଳ ବେଗରେ ପବନ ବହିବାର ଦେଖିବାକୁ ମିଳିଲାଣି। ଯେଉଁଥିରେ ଟେଲିକମ୍‌ ସେବା ବ୍ୟାଘାତ ହେବାର ସମ୍ଭାବନା ରହିଛି। ଯାହାକୁ ନଜରରେ ରଖି ଟେଲିକମ୍‌ ସଚିବ ଅଂଶୁ ପ୍ରକାଶ କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବାତ୍ୟା ସମୟରେ ନିରବଚ୍ଛିନ୍ନ ସେବା ଯୋଗାଇବାକୁ ସେ ସମସ୍ତଙ୍କୁ କହିଛନ୍ତି। ସେ କହିଛନ୍ତି- “ଅମ୍ଫାନ ପ୍ରଭାବରେ ଟେଲିକମ୍‌ ବିଶେଷ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି। ଓଡ଼ିଶାରେ ସେବା ଯୋଗାଉଥିବା ସବୁ […]

mobil-tower

Manoranjan Sial
  • Published: Tuesday, 19 May 2020
  • , Updated: 19 May 2020, 05:56 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ଅମ୍ଫାନ’ ପ୍ରଭାବରେ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଗଲାଣି। କେତେକ ସ୍ଥାନରେ ପ୍ରବଳ ବେଗରେ ପବନ ବହିବାର ଦେଖିବାକୁ ମିଳିଲାଣି। ଯେଉଁଥିରେ ଟେଲିକମ୍‌ ସେବା ବ୍ୟାଘାତ ହେବାର ସମ୍ଭାବନା ରହିଛି। ଯାହାକୁ ନଜରରେ ରଖି ଟେଲିକମ୍‌ ସଚିବ ଅଂଶୁ ପ୍ରକାଶ କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବାତ୍ୟା ସମୟରେ ନିରବଚ୍ଛିନ୍ନ ସେବା ଯୋଗାଇବାକୁ ସେ ସମସ୍ତଙ୍କୁ କହିଛନ୍ତି।

ସେ କହିଛନ୍ତି- “ଅମ୍ଫାନ ପ୍ରଭାବରେ ଟେଲିକମ୍‌ ବିଶେଷ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି। ଓଡ଼ିଶାରେ ସେବା ଯୋଗାଉଥିବା ସବୁ କମ୍ପାନୀ ସହ କଥା ହୋଇଛୁ। ନିରବଚ୍ଛିନ୍ନ ସେବା ଯୋଗାଇବା ପାଇଁ ଡିଜି ସେଟ ସହ ପ୍ରସ୍ତୁତ ରହିବାକୁ କହିଛୁ। ବାତ୍ୟା ସମୟରେ ବା ପରେ ଯେମିତି ସମସ୍ତେ ସେବା ପାଇବେ, ସେଥିପ୍ରତି ଦୃଷ୍ଟି ଦେଉଛୁ। ବାତ୍ୟାରେ କୌଣସି କମ୍ପାନୀର ଗୋଟିଏ ଟାୱାର ଥିଲେ ମଧ୍ୟ ସେବା ମିଳିବ। ସଂପୃକ୍ତ ଟାୱାର ଜରିଆରେ ନିକଟବର୍ତ୍ତୀ ଉପଭୋକ୍ତା ସେବା ପାଇପାରିବେ। ଏହି ଇଣ୍ଟ୍ରା ସର୍ଭିସ ପାଇଁ ରୋମିଂ ଚାର୍ଜ ପଡ଼ିବନି।”

https://twitter.com/ANI/status/1262702077186158592?s=20

 

Related story