ତିନିଟି ସହରର ତାପମାତ୍ରା ୪୫ ଡିଗ୍ରୀ ଡେଇଁଲା, ଟିଟିଲାଗଡ଼ରେ ସର୍ବାଧିକ ୪୫.୫

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିଦ ଉଡ଼ାଇ ଦେଇଛି ନିଦାଘ। ଡହଡହ ଖରାରେ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶା ସିଝୁଥିବା ବେଳେ ଗୁଳୁଗୁଳିରେ ନୟାନ୍ତ ହେଉଛି ଉପକୂଳ। ଆଜି ରାଜ୍ୟର ୧୧ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ସେଥିରୁ ୩ଟି ସହରର ତାପମାତ୍ରା ୪୫ ଡିଗ୍ରୀ ଟପି ଯାଇଥିଲା। ଟିଟିଲାଗଡ଼ରେ ତାପମାତ୍ରା ସର୍ବାଧିକ ୪୫.୫ ଡିଗ୍ରୀ ରହିଥିଲା। ସୋନପୁରରେ ତାପମାତ୍ରା ୪୫.୪ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁରରେ ୪୫.୧, ଝାରସୁଗୁଡ଼ାରେ ୪୪.୮, ମାଲକାନଗିରିରେ ୪୪.୪, […]

heat

heat

Jitendra Garnayak
  • Published: Friday, 10 May 2019
  • Updated: 10 May 2019, 08:37 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିଦ ଉଡ଼ାଇ ଦେଇଛି ନିଦାଘ। ଡହଡହ ଖରାରେ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶା ସିଝୁଥିବା ବେଳେ ଗୁଳୁଗୁଳିରେ ନୟାନ୍ତ ହେଉଛି ଉପକୂଳ।

ଆଜି ରାଜ୍ୟର ୧୧ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ସେଥିରୁ ୩ଟି ସହରର ତାପମାତ୍ରା ୪୫ ଡିଗ୍ରୀ ଟପି ଯାଇଥିଲା। ଟିଟିଲାଗଡ଼ରେ ତାପମାତ୍ରା ସର୍ବାଧିକ ୪୫.୫ ଡିଗ୍ରୀ ରହିଥିଲା।

ସୋନପୁରରେ ତାପମାତ୍ରା ୪୫.୪ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁରରେ ୪୫.୧, ଝାରସୁଗୁଡ଼ାରେ ୪୪.୮, ମାଲକାନଗିରିରେ ୪୪.୪, ହୀରାକୁଦରେ ୪୪.୧, ଅନୁଗୋଳରେ ୪୨.୧, ତାଳଚେରରେ ୪୧.୮, ସୁନ୍ଦରଗଡ଼ରେ ୪୧.୫, ବାରିପଦାରେ ୪୧.୪ ଓ କେନ୍ଦୁଝରରେ ୪୧ ଡିଗ୍ରୀ ରହିଥିଲା।

ଭୁବନେଶ୍ୱର ଓ କଟକରେ ତାପମାତ୍ରା ଯଥାକ୍ରମେ ୩୬.୭ ଓ ୩୭.୬ ଡିଗ୍ରୀ ରହିଥିଲା।

ଅନ୍ୟପକ୍ଷରେ ୧୧ଟି ଜିଲ୍ଲାରେ ଦୁଇ ଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଦୁଇ ଦିନ ଧରି ଏହି ସବୁ ଜିଲ୍ଲାଗୁଡ଼ିକରେ ପ୍ରବଳ ଖରା ହେବ। ଏହି ଜିଲ୍ଲାଗୁଡ଼ିକ ହେଉଛି- ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୋଳ, ବରଗଡ଼, ସୋନପୁର, ବୌଦ୍ଧ, କଳାହାଣ୍ଡି, ବଲାଙ୍ଗିର ଓ ନୂଆପଡ଼ା। ଏଠାରେ ଛୋଟପିଲା, ବୟସ୍କ ଲୋକ ଓ ରୋଗଗ୍ରସ୍ତ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos