୨୪ ଘଣ୍ଟାରେ ଗରମ ତାୱା ପାଲଟିବ ସାରା ରାଜ୍ୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ତାପମାତ୍ରା ଆଶାତୀତ ଭାବେ ବଢ଼ିଯିବ। କେତେକ ଜିଲ୍ଲାରେ ଦିନର ତାପମାତ୍ରାରେ ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ଆଶଙ୍କା ମଧ୍ୟ ରହିଛି। ବିଶେଷ କରି ଖୋର୍ଦ୍ଧା, କଟକ, ଅନୁଗୋଳ, ବୌଦ୍ଧ, ଯାଜପୁର, କେନ୍ଦୁଝର, ମୟୂରଭଂଜ, ଭଦ୍ରକ, ନୟାଗଡ଼ ଜିଲ୍ଲା ପାଇଁ ଏହାକୁ ଦୃଷ୍ଟିରେ ରଖି ସତର୍କ ସୂଚନା ଜାରି କରାଯାଇଛି। ଦିନ ବେଳା ଘରୁ ବାହାରକୁ ଯାଉଥିଲେ ସତର୍କ ରହିବାକୁ ଭାରତୀୟ ପାଣିପାଗ ବିଭାଗ ପରାମର୍ଶ ଦେଇଛି। […]

heat-wave

Manoranjan Sial
  • Published: Monday, 01 March 2021
  • , Updated: 01 March 2021, 05:51 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ତାପମାତ୍ରା ଆଶାତୀତ ଭାବେ ବଢ଼ିଯିବ। କେତେକ ଜିଲ୍ଲାରେ ଦିନର ତାପମାତ୍ରାରେ ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ଆଶଙ୍କା ମଧ୍ୟ ରହିଛି। ବିଶେଷ କରି ଖୋର୍ଦ୍ଧା, କଟକ, ଅନୁଗୋଳ, ବୌଦ୍ଧ, ଯାଜପୁର, କେନ୍ଦୁଝର, ମୟୂରଭଂଜ, ଭଦ୍ରକ, ନୟାଗଡ଼ ଜିଲ୍ଲା ପାଇଁ ଏହାକୁ ଦୃଷ୍ଟିରେ ରଖି ସତର୍କ ସୂଚନା ଜାରି କରାଯାଇଛି। ଦିନ ବେଳା ଘରୁ ବାହାରକୁ ଯାଉଥିଲେ ସତର୍କ ରହିବାକୁ ଭାରତୀୟ ପାଣିପାଗ ବିଭାଗ ପରାମର୍ଶ ଦେଇଛି। ସେହିପରି ଜରୁରୀ କାମ ନଥିଲେ ଘରୁ ନ ବାହାରିବା ପାଇଁ ଲୋକଙ୍କୁ କୁହାଯାଇଛି।

ସେପଟେ ଚଳିତ ମାର୍ଚ୍ଚ ମାସରୁ ମେ’ ମାସ ପର୍ଯ୍ୟନ୍ତ ଓଡ଼ିଶାରେ ଭୀଷଣ ଖରା ହେବ। ପ୍ରବଳ ଖରା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ସମୟରେ ଉତ୍ତର, ଉତ୍ତର-ପଶ୍ଚିମ ଭାରତରେ ଭୀଷଣ ଖରା ଅନୁଭୂତ ହେବ। ପୂର୍ବ ଛତିଶଗଡ଼ ଏବଂ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ମଧ୍ୟ ଭୀଷଣ ତାତି ଅନୁଭୂତ ହେବ। କୋଙ୍କଣ, ଗୋଆ ଓ ଉପକୂଳ ଆନ୍ଧ୍ରପ୍ରଦେଶରେ ବି ଖରାର ପ୍ରକୋପ ଦେଖିବାକୁ ମିଳିପାରେ। ସ୍ୱାଭାବିକ ଠାରୁ ସର୍ବୋଚ୍ଚ ତାପମାତ୍ରା ଅଧିକ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

https://twitter.com/mcbbsr/status/1366341633621454851?s=20

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ତିନି ଦିନ ତଳେ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ। ଗ୍ରୀଷ୍ମ ପ୍ରବାହ ଜନିତ ଅସୁସ୍ଥତା ସଂପର୍କରେ ଲୋକଙ୍କୁ ସଚେତନ କରିବାକୁ ଉଲ୍ଲେଖ ରହିଛି। ସଚେତନତା କାର୍ଯ୍ୟରେ ସାମାଜିକ ସଂସ୍ଥାକୁ ସାମିଲ ଲାଗି ପରାମର୍ଶ ଦିଆଯାଇଥିଲା।

ସେହିପରି ଜଳାଭାବ ସମ୍ଭାବନା ଥିବା ସ୍ଥାନ ଗୁଡ଼ିକୁ ଚିହ୍ନଟ ଲାଗି ଚିଠିରେ ପରାମର୍ଶ ଦେଇଥିଲେ ସ୍ୱତନ୍ତ୍ର ରିଲିଫ୍ କମିଶନର। ଟ୍ୟୁବ୍‌ୱେଲ ଓ ପାଇପ୍ ଲାଇନ୍‌ର ମରାମତି ଉପରେ ଚିଠିରେ ଗୁରୁତ୍ୱ ଦିଆଯାଇଛି। କେନାଲରେ ଆବଶ୍ୟକ ଜଳ ଛାଡ଼ିବାକୁ ଜଳସଂପଦ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ସର୍ବସାଧାରଣ ସ୍ଥାନରେ ପାନୀୟ ଜଳସେବା କେନ୍ଦ୍ର ଖୋଲିବାକୁ ପରାମର୍ଶ ଦିଆଯାଇଥିଲା।

Related story