ପୁଣି ବଢିବ ତାତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଣି ବଢିବ ତାତି। ରାଜ୍ୟର ବିଭିନ୍ନ ସ୍ଥାନରେ ଅସହ୍ୟ ଗୁଳୁଗୁଳି ଲାଗି ରହିବ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ନିଷ୍କ୍ରିୟ ହୋଇ ପଡ଼ିଥିବାରୁ ବର୍ଷା ହେବାର ସମ୍ଭାବନା ନାହିଁ। ଫଳରେ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ସ୍ଥାନରେ ପାଗ ମୁଖ୍ୟତ ଶୁଖିଲା ରହିବ ବୋଲି  ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଜୁନ ମାସରେ ସ୍ୱାଭାବିକଠାରୁ ୩୦ ପ୍ରତିଶତ ବର୍ଷା କମ୍‌ ହୋଇଛି। ଯଦି ଲଘୁଚାପ ସୃଷ୍ଟି ହୁଏ, […]

heat-wave-

Rakesh Mallick
  • Published: Friday, 29 June 2018
  • , Updated: 29 June 2018, 10:31 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଣି ବଢିବ ତାତି। ରାଜ୍ୟର ବିଭିନ୍ନ ସ୍ଥାନରେ ଅସହ୍ୟ ଗୁଳୁଗୁଳି ଲାଗି ରହିବ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ନିଷ୍କ୍ରିୟ ହୋଇ ପଡ଼ିଥିବାରୁ ବର୍ଷା ହେବାର ସମ୍ଭାବନା ନାହିଁ। ଫଳରେ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ସ୍ଥାନରେ ପାଗ ମୁଖ୍ୟତ ଶୁଖିଲା ରହିବ ବୋଲି  ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ଜୁନ ମାସରେ ସ୍ୱାଭାବିକଠାରୁ ୩୦ ପ୍ରତିଶତ ବର୍ଷା କମ୍‌ ହୋଇଛି। ଯଦି ଲଘୁଚାପ ସୃଷ୍ଟି ହୁଏ, ତେବେ ଏହି ସମୟରେ ମୌସୁମୀ ସକ୍ରିୟ ହେବା ସମ୍ଭାବନା ରହିଛି।

ମୌସୁମୀ ଜନିତ ବର୍ଷା ନ ହେବାରୁ ରଜ ବେଳକୁ ପାଖାପାଖି ୧୦ ଦିନ ଅସହ୍ୟ ଗରମ ହୋଇଥିଲା। ତେବେ ରାଜ୍ୟର କିଛି ଦିନ ଧରି ରାଜ୍ୟର  ବିଭିନ୍ନ ସ୍ଥାନରେ ବର୍ଷା ଯୋଗୁଁ ଆଶ୍ୱସ୍ତି ପାଇଥିଲେ।

 

Related story