୫ରୁ ପୁଣି ବଢ଼ିବ ତାତି

Ordigital Desk
  • Published: Monday, 30 April 2018
  • , Updated: 30 April 2018, 06:20 AM IST
<p>ରାଜ୍ୟରେ କାଳବୈଶାଖୀର ପ୍ରଭାବ ଜାରି ରହିଛି।&nbsp; ପ୍ରଭାବରେ ଉପକୂଳ ଓଡ଼ିଶାରେ ତାପମାତ୍ରା କିଛି ପରିମାଣରେ ହ୍ରାସ ପାଇଛି। ତଥାପି ଗତକାଲି ରାଜ୍ୟର ୩ଟି ସ୍ଥାନରେ ତାପମାତ୍ରା ୪୦ଡିଗ୍ରୀ ଉପରେ ରେକର୍ଡ କରାଯାଇଛି। ଟିଟିଲାଗଡ, ମାଲକାନଗିରି ଓ ସୋନପୁରରେ ତାପମାତ୍ରା ୪୦ଡିଗ୍ରୀ ପାର ହୋଇଥିଲା। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆସନ୍ତା ମେ ୪ ତାରିଖ ଯାଏଁ ତାତିରେ ସାମାନ୍ୟ ହ୍ରାସ ହେବ।&nbsp; ୫ରୁ ପୁଣି ତାପମାତ୍ରା ବୃଦ୍ଧି ପାଇବ। ସେପଟେ କାଳବୈଶାଖୀ ବର୍ଷା ଯୋଗୁଁ ଗତକାଲି ସୁନ୍ଦରଗଡ ଜିଲ୍ଲା ହାତୀବାରିରେ ଗଛ ପଡି ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ତାଙ୍କ ନା ସୁରେନ୍ଦ୍ର ଶୂନ୍ୟନି। ସୂଚନା ଅନୁସାରେ ସୁରେନ୍ଦ୍ର କାର ପାର୍କିଂ କରୁଥିବାବେଳେ ହଠାତ ଏକ ଗଛ ତାଙ୍କ କାର ଉପରେ ପଡି ଯାଇଥିଲା, ଫଳରେ ଘଟଣା ସ୍ଥଳରେ ହିଁ ସେ ପ୍ରାଣ ହରାଇଥିଲେ।</p>

Related story