ଗାଧୋଇଲା ବେଳେ ଖସି ପଡ଼ିଲା ବିଦ୍ୟୁତ୍‌ ତାର, ୧୦ ଆହତ

Ordigital Desk
  • Published: Wednesday, 22 August 2018
  • , Updated: 22 August 2018, 04:04 AM IST
<p>ଆସିକା(ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଗୁଡ଼ଆଳି ଗାଁରେ ଆଜି ସକାଳେ ପୋଖରୀ ଏକ ବିଦ୍ୟୁତ୍ ତାର ଛିଡ଼ି ପଡ଼ିଯିବାରୁ ୧୦ରୁ ଅଧିକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଜଣେ ଶିଶୁ ବି ଅଛନ୍ତି।</p> <p>ଆହତମାନଙ୍କୁ ଆସିକା ଓ କବିସୂର୍ଯ୍ୟନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।</p> <p>ଗାଁରେ ଥିବା ଝୋଲରି ପୋଖରୀରେ ଲୋକେ ଗାଧୋଉଥିବା ବେଳେ ଏକ ବିଦ୍ୟୁତ୍&zwnj; ତାର ଛିଡ଼ି ପଡ଼ି ପାଣିରେ ପଡ଼ି ଯାଇଥିଲା। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲା।</p>

Related story