୫ ବର୍ଷର ଶିଶୁକନ୍ୟାର ମୃତ୍ୟୁକୁ ନେଇ ଉତ୍ତେଜନା; ଚିକିତ୍ସାରେ ଅବହେଳା ଅଭିଯୋଗ ଆଣିଲେ ପରିବାର ଲୋକେ

ବାଲେଶ୍ୱର (ରଞ୍ଜିତ ପାକଳ): ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ୫ ବର୍ଷର ଶିଶୁକନ୍ୟାର ମୃତ୍ୟୁକୁ ନେଇ ଆଜି ଉତ୍ତେଜନା ପ୍ରକାଶ ପାଇଥିଲା। ଚିକିତ୍ସାରେ ଅବହେଳା କରାଯାଇଥିବା ଅଭିଯୋଗ କରି ପରିବାର ଲୋକେ ଡାକ୍ତରଖାନା ସମ୍ମୁଖରେ ଶିଶୁଟିର ମୃତଦେହ ରଖି ଧାରଣା ଦେବା ସହ ରାସ୍ତାରୋକ କରିଥିଲେ। ଉପ-ଜିଲ୍ଲାପାଳ, ସିଡିଏମ୍‌ଓ ଓ ପୁଲିସ୍ ସେଠାରେ ପହଞ୍ଚି ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା। ମୃତ ଶିଶୁକନ୍ୟାର ନାଁ […]

dead1

Jitendra Garnayak
  • Published: Friday, 29 March 2019
  • , Updated: 29 March 2019, 10:28 AM IST

ବାଲେଶ୍ୱର (ରଞ୍ଜିତ ପାକଳ): ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ୫ ବର୍ଷର ଶିଶୁକନ୍ୟାର ମୃତ୍ୟୁକୁ ନେଇ ଆଜି ଉତ୍ତେଜନା ପ୍ରକାଶ ପାଇଥିଲା। ଚିକିତ୍ସାରେ ଅବହେଳା କରାଯାଇଥିବା ଅଭିଯୋଗ କରି ପରିବାର ଲୋକେ ଡାକ୍ତରଖାନା ସମ୍ମୁଖରେ ଶିଶୁଟିର ମୃତଦେହ ରଖି ଧାରଣା ଦେବା ସହ ରାସ୍ତାରୋକ କରିଥିଲେ। ଉପ-ଜିଲ୍ଲାପାଳ, ସିଡିଏମ୍‌ଓ ଓ ପୁଲିସ୍ ସେଠାରେ ପହଞ୍ଚି ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା।

ମୃତ ଶିଶୁକନ୍ୟାର ନାଁ ଲକ୍ଷ୍ମୀପ୍ରିୟା ରାଉତ। ତାଙ୍କ ଘର ବସ୍ତା ଥାନା ଅନ୍ତର୍ଗତ ସିଆଳିପଦା ଗାଁରେ।

ଲକ୍ଷ୍ମୀପ୍ରିୟାଙ୍କ କପାଳରେ ଟ୍ୟୁମର ହୋଇଥିଲା। ଚିକିତ୍ସା ପାଇଁ ଗତ ବୁଧବାର ଦିନ ପରିବାର ଲୋକେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ଗତକାଲି ତାଙ୍କର ଅପରେସନ୍ ହୋଇଥିଲା। ତେବେ ଅପରେସନ୍‌ ପରେ ସନ୍ଧ୍ୟାରେ ତାଙ୍କ ଅବସ୍ଥା ଗୁରୁତର ହୋଇଥିଲା। ରାତିରେ କଟକ ସ୍ଥାନାନ୍ତର ବେଳେ ପାଣିକୋଇଲି ନିକଟରେ ତାଙ୍କର ମୃତ୍ୟୁ ହୋଇଥିଲା।

[caption id="attachment_360095" align="aligncenter" width="750"] ଡାକ୍ତରଖାନା ସମ୍ମୁଖ ଦେଇ ଯାଇଥିବା ରାସ୍ତାକୁ ଅବରୋଧ କରିଥିଲେ ମୃତ ଶିଶୁର ସଂପର୍କୀୟମାନେ।[/caption]

ଲକ୍ଷ୍ମୀପ୍ରିୟାଙ୍କ ସମ୍ପର୍କୀୟ ମାମୁଙ୍କ କହିବା ଅନୁଯାୟୀ ଡାକ୍ତରଙ୍କ ଅବହେଳା ଯୋଗୁ ତାଙ୍କର ମୃତ୍ୟୁ ହୋଇଛି। ସେ କହିଛନ୍ତି ଯେ, ଅପେରେସନ୍‌ ବେଳେ ଡାକ୍ତର ଟଙ୍କା ମାଗିଥିଲେ। ହେଲେ ଡାକ୍ତର ଯେଉଁ ପରିମାଣର ଟଙ୍କା ମାଗିଥିଲେ ସେମାନେ ଦେଇପାରି ନଥିଲେ। ଫଳରେ ସନ୍ଧ୍ୟା ୬ ଟାରୁ ରାତି ୧ଟା ପର୍ଯ୍ୟନ୍ତ କୌଣସି ଡାକ୍ତର ତାଙ୍କ ଭାଣିଜୀଙ୍କୁ ଦେଖିବାକୁ ଆସି ନଥିଲେ।

ଅପରେସନ୍‌ ପରେ ଚିକିତ୍ସାରେ ଅବହେଳା ଯୋଗୁ ଲକ୍ଷ୍ମୀପ୍ରିୟାଙ୍କ ମୃତ୍ୟୁ ହୋଇଥିବା ନେଇ ତାଙ୍କ ପରିବାର ଲୋକେ ମଧ୍ୟ ଅଭିଯୋଗ କରିଛନ୍ତି।

ଏହି ଘଟଣାକୁ ନେଇ ଆଜି ସ୍ଥାନୀୟ ଅଞ୍ଚଳରେ ମଧ୍ୟ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ସହ ସଂପୃକ୍ତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।

Related story