ଉଚ୍ଛେଦ ବେଳେ ମୁହାମୁହିଁ; ଗୋଡ଼ାଇ ଗୋଡ଼ାଇ ପିଟିଲା ପୁଲିସ୍‌

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ଜବରଦଖଲ ଉଚ୍ଛେଦ ବେଳେ ମୁହାଁମୁହିଁ ହୋଇଛନ୍ତି। ଢେଲାପଥର ମାଡ଼ରେ ବ୍ରହ୍ମପୁର ମହାନଗର ନିଗମ ଏନ୍‌ଫୋର୍ସମେଣ୍ଟ ସ୍କ୍ୱାଡ କର୍ମଚାରୀ ଆହତ ହୋଇଛନ୍ତି। ଏହାର ଜବାବ ଦେବାକୁ ଯାଇ ପୁଲିସ୍‌ ସାହି ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଢିପସାହିରେ ଜବରଦଖଲ ଉଚ୍ଛେଦ କରିବା ପାଇଁ ମହାନଗର ନିଗମ ପକ୍ଷରୁ ପୂର୍ବରୁ ନୋଟିସ୍‌ ଦିଆଯାଇଥିଲା। ସାହିବାସିନ୍ଦା ମହାନଗର କମିଶନରଙ୍କୁ ଭେଟି କିଛି ଦିନ ସମୟ ମାଗିଥିଲେ। ଏଥିରେ କମିଶନର ରାଜି ହୋଇଥିବା […]

Ganjam

Ganjam

Manoranjan Sial
  • Published: Tuesday, 07 December 2021
  • Updated: 07 December 2021, 07:01 PM IST

Sports

Latest News

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ଜବରଦଖଲ ଉଚ୍ଛେଦ ବେଳେ ମୁହାଁମୁହିଁ ହୋଇଛନ୍ତି। ଢେଲାପଥର ମାଡ଼ରେ ବ୍ରହ୍ମପୁର ମହାନଗର ନିଗମ ଏନ୍‌ଫୋର୍ସମେଣ୍ଟ ସ୍କ୍ୱାଡ କର୍ମଚାରୀ ଆହତ ହୋଇଛନ୍ତି। ଏହାର ଜବାବ ଦେବାକୁ ଯାଇ ପୁଲିସ୍‌ ସାହି ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଢିପସାହିରେ ଜବରଦଖଲ ଉଚ୍ଛେଦ କରିବା ପାଇଁ ମହାନଗର ନିଗମ ପକ୍ଷରୁ ପୂର୍ବରୁ ନୋଟିସ୍‌ ଦିଆଯାଇଥିଲା। ସାହିବାସିନ୍ଦା ମହାନଗର କମିଶନରଙ୍କୁ ଭେଟି କିଛି ଦିନ ସମୟ ମାଗିଥିଲେ। ଏଥିରେ କମିଶନର ରାଜି ହୋଇଥିବା ସାହି ଲୋକେ କହିଛନ୍ତି। ଏହା ସତ୍ତ୍ୱେ ବ୍ରହ୍ମପୁର ମହାନଗର ନିଗମ ଏନ୍‌ଫୋର୍ସମେଣ୍ଟ ସ୍କ୍ୱାଡ ଆଜି ଉଚ୍ଛେଦ ପାଇଁ ଯାଇଥିଲା।

ସ୍ଥାନୀୟ ଲୋକଙ୍କ କହିବା କଥା, ଆଜି ଉଚ୍ଛେଦ ହେବା ନେଇ ପୂର୍ବରୁ କୌଣସି ସୂଚନା ଦିଆଯାଇନଥିଲା। ହଠାତ୍‌ ଏନ୍‌ଫୋର୍ସମେଣ୍ଟ ସ୍କ୍ୱାଡ ପହଞ୍ଚି ଜେସିବି ମାଧ୍ୟମରେ ଘର ଭାଙ୍ଗିବା ଆରମ୍ଭ କରିଥିଲା। ଠିକ୍‌ ସେହି ସମୟରେ ଭଙ୍ଗା ଯାଉଥିବା ଘର ଭିତରେ ଜଣେ ମହିଳା ଫସି ଯାଇଥିଲେ। କାନ୍ଥ ପଡ଼ି ମହିଳା ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି।

ଏହି ଖବର ପ୍ରକାଶ ପାଇବା ପରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ଉତ୍ତ୍ୟକ୍ତ ଲୋକେ ଏନ୍‌ଫୋର୍ସମେଣ୍ଟ ସ୍କ୍ୱାଡକୁ ଆକ୍ରମଣ କରିଥିଲେ। ଏପରିକି ଉଚ୍ଛେଦ କରୁଥିବା ଜେସିବିକୁ ଭଙ୍ଗାରୁଜା କରିଥିଲେ। ଢେଲାପଥର ମାଡ଼ରେ ମହାନଗର ନିଗମର କେତେକ କର୍ମଚାରୀ ଆହତ ହୋଇଥିବା ଜଣାପଡ଼ିଛି। ଏହା ଦେଖି ପୁଲିସ ଆଖିବୁଜା ଲାଠି ମାଡ଼ କରିଥିଲା। ଫଳରେ ବହୁ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ଏବେ ମଧ୍ୟ ଉତ୍ତେଜନା ଲାଗି ରହିଛି। ସୁରକ୍ଷା ଦୃଷ୍ଟିରୁ ଘଟଣା ସ୍ଥଳରେ ୧ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଏବେ ସାହିରେ ପୁଲିସ ଫ୍ଲାଗମାର୍ଚ୍ଚ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos