ଟିକା ନେବାକୁ ଆସି କରୋନା ନେଇ ଘରକୁ ଯିବେ!

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ୍‌ ଟିକା ନେବାକୁ ଆସି ଘରକୁ କରୋନା ନେଇ ଯିବେ! ବାଲେଶ୍ୱର ଜିଲ୍ଲା ସ୍କୁଲ ଓ ଗାନ୍ଧିସ୍ମୃତି ଭବନରେ ଭିଡକୁ ଦେଖିଲେ ଏମିତି ଭାବନା ମନରେ ଉଙ୍କି ମାରୁଛି। କାରଣ ଏଠି ୬୦୦ ଜଣ ବ୍ୟକ୍ତିଙ୍କ ପାଇଁ ଟିକା ନେବାର ବ୍ୟବସ୍ଥା ହୋଇଥିବା ବେଳେ ଏକ ହଜାରରୁ ଅଧିକ ଲୋକ ରୁଣ୍ଡ ହୋଇଥିଲେ। ସାମାଜିକ ଦୂରତାର ଧଜିଆ ଉଡାଇଥିଲେ। ଆଉ ଟୋକନ୍‌ ସରିଯିବା ପରେ ପରସ୍ପର ଭିତରେ ହୋଇଥିଲା ଠେଲାପେଲା। ଶେଷରେ ପୁଲିସକୁ ଭିଡ୍‌ […]

Balasore

Manoranjan Sial
  • Published: Saturday, 26 June 2021
  • , Updated: 26 June 2021, 04:13 PM IST

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ୍‌ ଟିକା ନେବାକୁ ଆସି ଘରକୁ କରୋନା ନେଇ ଯିବେ! ବାଲେଶ୍ୱର ଜିଲ୍ଲା ସ୍କୁଲ ଓ ଗାନ୍ଧିସ୍ମୃତି ଭବନରେ ଭିଡକୁ ଦେଖିଲେ ଏମିତି ଭାବନା ମନରେ ଉଙ୍କି ମାରୁଛି। କାରଣ ଏଠି ୬୦୦ ଜଣ ବ୍ୟକ୍ତିଙ୍କ ପାଇଁ ଟିକା ନେବାର ବ୍ୟବସ୍ଥା ହୋଇଥିବା ବେଳେ ଏକ ହଜାରରୁ ଅଧିକ ଲୋକ ରୁଣ୍ଡ ହୋଇଥିଲେ। ସାମାଜିକ ଦୂରତାର ଧଜିଆ ଉଡାଇଥିଲେ। ଆଉ ଟୋକନ୍‌ ସରିଯିବା ପରେ ପରସ୍ପର ଭିତରେ ହୋଇଥିଲା ଠେଲାପେଲା। ଶେଷରେ ପୁଲିସକୁ ଭିଡ୍‌ ନିୟନ୍ତ୍ରଣ କରିବାକୁ ପଡ଼ିଥିଲା।

କରୋନା ଟିକା ପାଇଁ ଆଜି ବାଲେଶ୍ୱର ଜିଲ୍ଲା ସ୍କୁଲରେ ୪୫ ବର୍ଷରୁ ଊର୍ଦ୍ଧ୍ୱ ଓ ଗାନ୍ଧି ସ୍ମୃତି ଭବନରେ ୧୮ରୁ ୪୪ ବର୍ଷ ବୟସ୍କର ବ୍ୟକ୍ତିଙ୍କ ପାଇଁ ଟିକାଦାନର ବ୍ୟବସ୍ଥା କରାଯାଇଥିଲା। ଏଥିପାଇଁ ଟୋକନ୍‌ ବ୍ୟବସ୍ଥା ହୋଇଥିଲା। ଟୋକନ୍‌ ନେବା ପାଇଁ ଲୋକମାନେ ସକାଳରୁ ଧାଡ଼ିରେ ଛିଡ଼ା ହୋଇଥିଲେ। ତେବେ ଆଜିର କୋଟା ଅର୍ଥାତ ୬୦୦ଟି  ଟୋକନ୍‌ ସରିଯିବା ପରେ ଲୋକଙ୍କ ଭିତରେ ଆରମ୍ଭ ହୋଇଥିଲା ଠେଲ୍‌ପେଲା। କିଛି ସମୟ ପାଇଁ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା।

କରୋନାକୁ ମାତ୍‌ ଦେବା ପାଇଁ ଲୋକମାନେ କୋଭିଡ୍‌ ନେଉଛନ୍ତି। କିନ୍ତୁ ଜିଲ୍ଲା ସ୍କୁଲ ଓ ଗାନ୍ଧିସ୍ମୃତି ଭବନର ପରିବେଷକୁ ଦେଖିଲେ ଲାଗୁଥିଲା, ଏଠି ମେଳା ଲାଗିଛି। ଲୋକମାନେ କୋଭିଡ୍‌ ଗାଇଡ୍‌ଲାଇନ୍‌କୁ ଖୋଲମ୍‌ଖୋଲା କରିଥିଲେ ଉଲ୍ଲଙ୍ଘନ। ସାମାଜିକ ଦୂରତା କଣ ଲୋକମାନେ ଜାଣିନଥିଲା ପରି ମନେ ହେଉଥିଲା। ଖୁନ୍ଦାଖୁନ୍ଦି ହୋଇ ସମସ୍ତେ ଠେଲାପେଲା ହେଉଥିଲେ। କାହା ମୁହଁରେ ମାସ୍କ ଅଛି ତ ଆଉ କାହାର ନାହିଁ। ଏଥିରୁ ଗୋଟିଏ କଥା ସ୍ପଷ୍ଟ, ଏମାନେ  ଟିକା ପାଇଁ ନୁହେଁ, ଘରକୁ କୋଭିଡ୍‌ ନେବା ପାଇଁ ଆସିଛନ୍ତି। କୋଭିଡ୍‌ ସମଗ୍ର ରାଜ୍ୟରେ ତାଣ୍ଡବଲିଳା ଖେଳୁଥିବା ବେଳେ ବାଲେଶ୍ୱରୀଆ ଏଥିପ୍ରତି ବେଫିକର ଥିଲା ପରି ମନେ ହେଉଛି।

Related story