ଛାତ୍ରୀ ମୃତ୍ୟକୁ ନେଇ ସ୍କୁଲ ପରିସରରେ ଉତ୍ତେଜନା

କରଞ୍ଜିଆ (ସତ୍ୟବ୍ରତ ବେହେରା ); ସେବାଶ୍ରମରେ ଥିବା ଜଣେ ଛାତ୍ରୀଙ୍କ ମୃତ୍ୟକୁ ନେଇ ସ୍କୁଲ ପରିସରରେ ଉତ୍ତେଜନା ଦେଖାଦେଇଛି । ଉତ୍ତ୍ୟକ୍ତ ଗ୍ରାମବାସୀଙ୍କ ଆକ୍ରମଣରେ ଜଣେ ଶିକ୍ଷକ, ଓ୍ୱାର୍ଡେନ ଓ ସ୍କୁଲ ପରିଚାଳନା କମିଟି ସଭାପତି ଗୁରୁତର ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ହାତିବାରୀ ସେବାଶ୍ରମରେ । ଅଭିଯୋଗ ଅନୁସାରେ, ହାତିବାରୀ ସେବାଶ୍ରମ ସ୍କୁଲରେ ପାଠ ପଢ଼ୁଥିବା  ନବମ ଶ୍ରେଣୀ ଛାତ୍ରୀ ସିନଗା ସୟ କିଛି ଦିନ ଧରି […]

school-1--111

Niharika Rout
  • Published: Friday, 27 September 2019
  • , Updated: 27 September 2019, 12:48 PM IST

କରଞ୍ଜିଆ (ସତ୍ୟବ୍ରତ ବେହେରା ); ସେବାଶ୍ରମରେ ଥିବା ଜଣେ ଛାତ୍ରୀଙ୍କ ମୃତ୍ୟକୁ ନେଇ ସ୍କୁଲ ପରିସରରେ ଉତ୍ତେଜନା ଦେଖାଦେଇଛି । ଉତ୍ତ୍ୟକ୍ତ ଗ୍ରାମବାସୀଙ୍କ ଆକ୍ରମଣରେ ଜଣେ ଶିକ୍ଷକ, ଓ୍ୱାର୍ଡେନ ଓ ସ୍କୁଲ ପରିଚାଳନା କମିଟି ସଭାପତି ଗୁରୁତର ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ହାତିବାରୀ ସେବାଶ୍ରମରେ ।

ଅଭିଯୋଗ ଅନୁସାରେ, ହାତିବାରୀ ସେବାଶ୍ରମ ସ୍କୁଲରେ ପାଠ ପଢ଼ୁଥିବା  ନବମ ଶ୍ରେଣୀ ଛାତ୍ରୀ ସିନଗା ସୟ କିଛି ଦିନ ଧରି ଅସୁସ୍ଥ ଥିଲେ। ଗତକାଲି ତାଙ୍କୁ ପ୍ରଥମେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରୁ କଟକ ବଡ଼ ଡାକ୍ତରଖାନା ନେବା ରାସ୍ତାରେ ଗତ ରାତିରେ ସେ ପ୍ରାଣ ହରାଇଥିଲେ ।

ତେବେ ଛାତ୍ରୀଜଣଙ୍କ ଘର କରଞ୍ଜିଆ ବ୍ଲକରେ ହୋଇଥିବା ବେଳେ ସେ ଏହି  ସେବାଶ୍ରମରେ ରହି ପାଠ ପଢ଼ୁଥିଲେ। ମାତ୍ର ଦୀର୍ଘ ଦିନ ହେଲାଣି  ସେ ଅସୁସ୍ଥ ଥିଲେ ମଧ୍ୟ ସ୍କୁଲ କର୍ତ୍ତୃପକ୍ଷ ପରିବାର ଲୋକଙ୍କୁ ଏ ବିଷୟରେ ଜଣାଇନଥିବା ଅଭିଯୋଗ ହୋଇଛି । ଶିକ୍ଷକଙ୍କ ଅବହେଳା ଯୋଗୁଁ ଛାତ୍ରୀ ପ୍ରାଣ ହରାଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ ।  ଆଜି ସକାଳେ ପରିବାର ଲୋକେ ଏବଂ ଉତ୍ତ୍ୟକ୍ତ ଗ୍ରାମବାସୀ ମୃତ ଦେହ ଧରି ସ୍କୁଲ ପରିସରରେ ଧାରଣାରେ ବସିଥିଲେ । ସ୍କୁଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବାରମ୍ବାର ଏଭଳି ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି । ଶିକ୍ଷକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ପରିବାର ଲୋକେ ଦାବି କରିଛନ୍ତି

Related story