ଗୁଳିକାଣ୍ଡକୁ ନେଇ ସୋହେଲାରେ ଚାପା ଉତ୍ତେଜନା

ବରଗଡ଼ (ଦୀପକ ଶର୍ମା): ବରଗଡ଼ ଜିଲ୍ଲା ସୋହେଲାରେ ଗୁଳିକାଣ୍ଡକୁ ନେଇ ଚାପା ଉତ୍ତେଜନା ଲାଗିରହିଛି। ଗତକାଲି ରାତି ପ୍ରାୟ ୯ଟା ବେଳେ ସୋହେଲା ଡେଲି ମାର୍କେଟରେ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଜଣେ ବ୍ୟବସାୟୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ସତ୍ୟନାରାୟଣ ଦାଶ। ତାଙ୍କ ପେଟ ଓ ଗୋଡ଼ରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ବଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ପୁଲିସ୍‌ ଘଟଣାର ତଦନ୍ତ କରୁଛି। ସତ୍ୟ ଡେଲି ମାର୍କେଟରେ ବସିଥିବା ବେଳେ ଗୋଟିଏ ବାଇକ୍‌ରେ […]

firing

Rakesh Mallick
  • Published: Wednesday, 25 July 2018
  • , Updated: 25 July 2018, 09:04 AM IST

ବରଗଡ଼ (ଦୀପକ ଶର୍ମା): ବରଗଡ଼ ଜିଲ୍ଲା ସୋହେଲାରେ ଗୁଳିକାଣ୍ଡକୁ ନେଇ ଚାପା ଉତ୍ତେଜନା ଲାଗିରହିଛି। ଗତକାଲି ରାତି ପ୍ରାୟ ୯ଟା ବେଳେ ସୋହେଲା ଡେଲି ମାର୍କେଟରେ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଜଣେ ବ୍ୟବସାୟୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ସତ୍ୟନାରାୟଣ ଦାଶ। ତାଙ୍କ ପେଟ ଓ ଗୋଡ଼ରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ବଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

ସତ୍ୟ ଡେଲି ମାର୍କେଟରେ ବସିଥିବା ବେଳେ ଗୋଟିଏ ବାଇକ୍‌ରେ ୩ଜଣ ଦୁର୍ବୃତ୍ତ ଆସି ତାଙ୍କ ଉପରକୁ ଗୁଳି କରି ଫେରାର ହୋଇଯାଇଥିଲେ। ଏହି ଘଟଣାକୁ ନେଇ  ଗତକାଲି ସୋହେଲାରେ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଥିଲେ।

ସତ୍ୟନାରାୟଣଙ୍କ ଭାଇ କୃଷ୍ଣଚନ୍ଦ୍ର ଦାଶ କହିଛନ୍ତି,“ଗୁଳିକାଣ୍ଡର କାରଣ ମୋତେ ଜଣାନାହିଁ। ଦୁର୍ବୃତ୍ତମାନେ ବୋଧେ ଅନ୍ୟ କାହାକୁ ମାରିବାକୁ ଆସିଥିଲେ।”

Related story