ରଣକ୍ଷେତ୍ର ପାଲଟିଲା ଗଣେଶ ପୂଜା ମଣ୍ଡପ, ତହସିଲଦାରଙ୍କୁ ଆକ୍ରମଣ

ବ୍ରହ୍ମପୁର:(ଓଡ଼ିଶା ରିପୋର୍ଟର): ଧୂମ୍‌ଧାମ୍‌ରେ ଗଣେଶ ପୂଜା ଚାଲୁଥିଲା। ମେଢ ମଣ୍ଡପ ବି ସଜାସଜି ହୋଇଥିଲା। ହେଲେ କୋଭିଡ ନିୟମକୁ ଉଲ୍ଲଂଘନ କରି ପୂଜା ଚାଲୁଥିବାରୁ  ଏନ୍‌ଫୋର୍ସମେଣ୍ଟ ପହଞ୍ଚିବା ପରେ ସବୁ ଫିକା ପଡିଗଲା।  ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯିବା ସହ ମଣ୍ଡପ ଭାଙ୍ଗି ଦେବାରୁ ଆରମ୍ଭ ହୋଇଗଲା ଉତ୍ତେଜନା। ତହସିଲଦାରଙ୍କୁ ଆକ୍ରମଣ ଓ ଗାଡ଼ି ଭଙ୍ଗାରୁଜା ସହ ଏନ୍‌ଫୋର୍ସମେଣ୍ଟ ଟିମ୍‌କୁ ଅଟକ ରଖିଲେ ଗାଁ ଲୋକ। ଏଭଳି ଘଟଣା ଘଟିଛି  ଦିଗପହଣ୍ଡି ବ୍ଳକ ଚୌଧୁରୀ ଟିକରପଡ଼ା […]

tahasildar-1

Tapas Behera
  • Published: Saturday, 22 August 2020
  • , Updated: 22 August 2020, 10:52 PM IST

ବ୍ରହ୍ମପୁର:(ଓଡ଼ିଶା ରିପୋର୍ଟର): ଧୂମ୍‌ଧାମ୍‌ରେ ଗଣେଶ ପୂଜା ଚାଲୁଥିଲା। ମେଢ ମଣ୍ଡପ ବି ସଜାସଜି ହୋଇଥିଲା। ହେଲେ କୋଭିଡ ନିୟମକୁ ଉଲ୍ଲଂଘନ କରି ପୂଜା ଚାଲୁଥିବାରୁ  ଏନ୍‌ଫୋର୍ସମେଣ୍ଟ ପହଞ୍ଚିବା ପରେ ସବୁ ଫିକା ପଡିଗଲା।  ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯିବା ସହ ମଣ୍ଡପ ଭାଙ୍ଗି ଦେବାରୁ ଆରମ୍ଭ ହୋଇଗଲା ଉତ୍ତେଜନା। ତହସିଲଦାରଙ୍କୁ ଆକ୍ରମଣ ଓ ଗାଡ଼ି ଭଙ୍ଗାରୁଜା ସହ ଏନ୍‌ଫୋର୍ସମେଣ୍ଟ ଟିମ୍‌କୁ ଅଟକ ରଖିଲେ ଗାଁ ଲୋକ। ଏଭଳି ଘଟଣା ଘଟିଛି  ଦିଗପହଣ୍ଡି ବ୍ଳକ ଚୌଧୁରୀ ଟିକରପଡ଼ା ଗାଁରେ।

ଏହି ଗାଁରେ କୋଭିଡ ନିୟମ ନୀତି ନିୟମକୁ ଉଲ୍ଲଂଘନ କରି ଗଣେଶ ପୂଜା ମେଢ଼ମଣ୍ଡପ ନିର୍ମାଣ କରାଯାଇଥିଲା। ଏପରିକି ଗାଁରେ ବିଳମ୍ବିତ ରାତି ଯାଏଁ ବିଭିନ୍ନ ଦୋକାନ ବଜାର ଖୋଲାଯାଇଥିଲା। ଏନେଇ ଅଭିଯୋଗ ହେବାପରେ ଦିଗପହଣ୍ଡି  ତହସିଲଦାର ଅଦ୍ଵୈତ କୁମାର ସ୍ୱାଇଁ, ଏନଫୋର୍ସମେଣ୍ଟ ସ୍ୱାର୍ଡ ଏବଂ ନୂଆପଡ଼ା ଫାଣ୍ଡି ପୋଲିସ ସହ ଗାଁରେ ପହଞ୍ଚି ମେଢ଼ ମଣ୍ଡପରେ ପୂଜା  ବନ୍ଦ ପାଇଁ ନିର୍ଦ୍ଦେଶ ଦେବା ସହ ଦୋକାନ ବଜାର ବନ୍ଦ କରିଥିଲେ।

ସାମାଜିକ ଦୁରତ୍ଵ ରକ୍ଷା ନକରି ଗ୍ଲୋବସ, ମାସ୍କ ନପିନ୍ଧି କିମ୍ବା ପାଖରେ ସାନିଟାଇଜର ନରଖି ଦୋକାନ ସମ୍ମୁଖରେ ବ୍ୟାରିକେଡ୍ ନକରି ଲୋକଙ୍କୁ ବିଭିନ୍ନ ସାମଗ୍ରୀ ବିକ୍ରି କରୁଥିବା ୨ଟି ରାସନ ଦୋକାନକୁ ସିଲ୍ କରିବା ସହ ଜରିମାନା ଆଦାୟ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଖବର ପାଇ ବହୁ ସଂଖ୍ୟକ ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚି ତହସିଲଦାରଙ୍କ ସହ ଯୁକ୍ତିତର୍କ କରିଥିଲେ।

ପରେ ତହସିଲଦାରଙ୍କୁ ୩ ଘଣ୍ଟା ଯାଏଁ ଉତ୍ତ୍ୟକ୍ତ ଲୋକେ ଅଟକ ରକିଥିଲେ। ତହସିଲଦାର ଘଟଣାସ୍ଥଳରୁ ଗାଡି ନେଇ ଆସିବା ବେଳେ ତାଙ୍କ ଗାଡ଼ି ଉପରକୁ ପ୍ରବଳ ଢେଲା ମାଡ କରାଯିବା ସହ ଭଙ୍ଗାରୁଜା କରିଥିଲେ। ଖବର ପାଇ ବ୍ରହ୍ମପୁର ଉପଜିଲ୍ଲାପାଳ କେ. ନୂଆଗାଁ ଥାନା ଆଇଆଇସି ମାଧବାନନ୍ଦ ନାୟକଙ୍କୁ ଜଣାଇବା ପରେ ସେ ଘଟଣାସ୍ଥଳକୁ ଫୋର୍ସ ସହ ପହଞ୍ଚିଥିଲେ।

Related story