ଦୁର୍ଘଟଣାରେ ଶ୍ରମିକଙ୍କ ମୃତ୍ୟୁକୁ ନେଇ କୋଇଲା ଖଣିରେ ଉତ୍ତେଜନା

ଅନୁଗୋଳ(ବିରଜା ପ୍ରସାଦ ଦାଶ): ଅନୁଗୋଳ ଜିଲ୍ଲା ତାଳଚେର ସ୍ଥିତ ଏମ୍‌ସିଏଲ୍‌ ବଳରାମ କୋଇଲା ଖଣିରେ ଦୁର୍ଘଟଣାରେ ଜଣେ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ କୈଳାସ ଚନ୍ଦ୍ର ମହାରଣା। ତାଙ୍କ ଘର କଲମ ଛୁଇଁରେ। ଗତକାଲି ବିଳମ୍ୱିତ ରାତିରେ ଖଣି କାର୍ଯ୍ୟରେ ନିୟୋଜିତ ଏକ ଗାଡ଼ି କୈଳାସଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ଜଣାପଡ଼ିବା ପରେ ଖଣି ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ସହ ପରିବାରର […]

death

Jyoshna Pradhan
  • Published: Tuesday, 28 May 2019
  • , Updated: 28 May 2019, 08:57 AM IST

ଅନୁଗୋଳ(ବିରଜା ପ୍ରସାଦ ଦାଶ): ଅନୁଗୋଳ ଜିଲ୍ଲା ତାଳଚେର ସ୍ଥିତ ଏମ୍‌ସିଏଲ୍‌ ବଳରାମ କୋଇଲା ଖଣିରେ ଦୁର୍ଘଟଣାରେ ଜଣେ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ କୈଳାସ ଚନ୍ଦ୍ର ମହାରଣା। ତାଙ୍କ ଘର କଲମ ଛୁଇଁରେ।

ଗତକାଲି ବିଳମ୍ୱିତ ରାତିରେ ଖଣି କାର୍ଯ୍ୟରେ ନିୟୋଜିତ ଏକ ଗାଡ଼ି କୈଳାସଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ଜଣାପଡ଼ିବା ପରେ ଖଣି ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ସହ ପରିବାରର ଜଣଙ୍କୁ ନିଯୁକ୍ତି ଦାବିରେ ସୁରକ୍ଷାକର୍ମୀ ଓ ଶ୍ରମିକମାନେ ଆନ୍ଦୋଳନ କରୁଛନ୍ତି।

 

Related story