ପାରାଦୀପ ଜେଏସ୍‌ଡବ୍ଲ୍ୟୁରେ ଭଙ୍ଗାରୁଜା

ପାରାଦୀପ (ଓଡ଼ିଶା ରିପୋର୍ଟର): ପାରାଦୀପ JSWରେ ଭଙ୍ଗାରୁଜା। ନିଯୁକ୍ତି ଆଶାରେ ଥିବା ୨୦୦ରୁ ଅଧିକ ଇଂଜିନିଅର ଆଜି ପାରାଦୀପ ଜେଏସ୍‌ଡବ୍ଲ୍ୟୁ ଅଫିସ ଭିତରେ ପଶି ଭଙ୍ଗାରୁଜା କରିଛନ୍ତି । ଆଶାୟୀଙ୍କ ଅଭିଯୋଗ ଯେ, ନିଯୁକ୍ତି ପାଇଁ ପୂର୍ବରୁ ଲିଖିତ ପ୍ରତିଶ୍ରୁତି ମିଳିଥିଲା।  ହେଲେ ଦୀର୍ଘଦିନ ପରେ ବି ଏନେଇ କୌଣସି ପଦକ୍ଷେପ ନିଆଯାଇନଥିଲା । ଏଣୁ ଆଜି ଅଫିସ ଭିତରେ ପଶି କୈଫିୟତ ମାଗିବା ସହ ଆଶବାବପତ୍ର ଭଙ୍ଗାରୁଜା କରିଛନ୍ତି। ଏହାପରେ ପାରାଦୀପ ଥାନାକୁ ଯାଇ ପାଟିତୁଣ୍ଡ […]

590

Tapas Behera
  • Published: Tuesday, 24 December 2019
  • , Updated: 24 December 2019, 04:19 PM IST

ପାରାଦୀପ (ଓଡ଼ିଶା ରିପୋର୍ଟର): ପାରାଦୀପ JSWରେ ଭଙ୍ଗାରୁଜା। ନିଯୁକ୍ତି ଆଶାରେ ଥିବା ୨୦୦ରୁ ଅଧିକ ଇଂଜିନିଅର ଆଜି ପାରାଦୀପ ଜେଏସ୍‌ଡବ୍ଲ୍ୟୁ ଅଫିସ ଭିତରେ ପଶି ଭଙ୍ଗାରୁଜା କରିଛନ୍ତି । ଆଶାୟୀଙ୍କ ଅଭିଯୋଗ ଯେ, ନିଯୁକ୍ତି ପାଇଁ ପୂର୍ବରୁ ଲିଖିତ ପ୍ରତିଶ୍ରୁତି ମିଳିଥିଲା।  ହେଲେ ଦୀର୍ଘଦିନ ପରେ ବି ଏନେଇ କୌଣସି ପଦକ୍ଷେପ ନିଆଯାଇନଥିଲା । ଏଣୁ ଆଜି ଅଫିସ ଭିତରେ ପଶି କୈଫିୟତ ମାଗିବା ସହ ଆଶବାବପତ୍ର ଭଙ୍ଗାରୁଜା କରିଛନ୍ତି। ଏହାପରେ ପାରାଦୀପ ଥାନାକୁ ଯାଇ ପାଟିତୁଣ୍ଡ କରିଥିଲେ। ତେବେ ପୁଲିସ ଭଂଗାରୁଜା କରିଥିବା କିଛି ଇଂଜିନିଅରଙ୍କୁ ଅଟକ ରଖିଛି।

Related story