ଆପେଣ୍ଡିସ୍‌ ଅପରେସନ ପାଇଁ ଯାଇ ଗଲା ଜୀବନ, ମେଡିକାଲ ସମ୍ମୁଖରେ ହୋହଲ୍ଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଆପେଣ୍ଡିସ୍‌ ଅପରେସନ ପାଇଁ ଭର୍ତ୍ତି ହୋଇଥିଲେ ରୋଗୀ। ମାତ୍ର ହୃଦଘାତରେ ଗଲା ଜୀବନ । ଚିକିତ୍ସା ଅବହେଳାରୁ ଅକାଳରେ ଏକ ଜୀବନ ଚାଲି ଯାଇଥିବା ଅଭିଯୋଗ କରି ମେଡିକାଲ ସମ୍ମୁଖରେ ହୋହଲ୍ଲା କରିବା ସହ କ୍ଷତିପୂରଣ ଦାବି କରିଛନ୍ତି ପରିବାର ଲୋକେ । ଏପରି ଅଭାବନୀୟ ଘଟଣା ଭୁବନେଶ୍ୱର ଏୟାରପୋର୍ଟ ଥାନା ଅଞ୍ଚଳରେ ଘଟିଛି। ଖୋର୍ଦ୍ଧା ନାଚୁଣି ଅଞ୍ଚଳର ଶିବରାମ ସାହୁ ଆପେଣ୍ଡିସ୍‌ ଅପରେସନ ପାଇଁ ଗତ ଶନିବାର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । […]

bbsr

Niharika Rout
  • Published: Tuesday, 12 July 2022
  • , Updated: 12 July 2022, 12:03 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଆପେଣ୍ଡିସ୍‌ ଅପରେସନ ପାଇଁ ଭର୍ତ୍ତି ହୋଇଥିଲେ ରୋଗୀ। ମାତ୍ର ହୃଦଘାତରେ ଗଲା ଜୀବନ । ଚିକିତ୍ସା ଅବହେଳାରୁ ଅକାଳରେ ଏକ ଜୀବନ ଚାଲି ଯାଇଥିବା ଅଭିଯୋଗ କରି ମେଡିକାଲ ସମ୍ମୁଖରେ ହୋହଲ୍ଲା କରିବା ସହ କ୍ଷତିପୂରଣ ଦାବି କରିଛନ୍ତି ପରିବାର ଲୋକେ । ଏପରି ଅଭାବନୀୟ ଘଟଣା ଭୁବନେଶ୍ୱର ଏୟାରପୋର୍ଟ ଥାନା ଅଞ୍ଚଳରେ ଘଟିଛି।

ଖୋର୍ଦ୍ଧା ନାଚୁଣି ଅଞ୍ଚଳର ଶିବରାମ ସାହୁ ଆପେଣ୍ଡିସ୍‌ ଅପରେସନ ପାଇଁ ଗତ ଶନିବାର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଗତକାଲି ସକାଳେ ତାଙ୍କର ଅସ୍ତ୍ରୋପଚାର ହୋଇଥିଲା।  ମାତ୍ର ବିଳମ୍ବିତ ରାତିରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା । ସେତେବେଳେ ଡାକ୍ତର ହସ୍ପିଟାଲରେ ଅନୁପସ୍ଥିତ ଥିବା ବେଳେ ନର୍ସ ଓ ଅନ୍ୟମାନେ ତାଙ୍କ ଚିକିତ୍ସା କରିଥିଲେ।

ହସ୍ପିଟାଲର ପକ୍ଷରୁ ବିଳମ୍ବିତ ରାତିରେ ଏକ ଇଞ୍ଜେକସନ୍‌ ଆଣିବାକୁ କୁହାଯାଇଥିଲା। ଉକ୍ତ ଇଞ୍ଜେକସନ  ଦେବା ପରେ ରୋଗୀଙ୍କ ଅବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ତାଙ୍କୁ ଅନ୍ୟତ୍ର ନେଇଯିବାରୁ ମେଡିକାଲ ପକ୍ଷରୁ କୁହାଯାଇଥିଲା। ଏପରିକି ଅନ୍ୟତ୍ର ନେବା ପରେ ରୋଗୀର ହୃଦଘାତରେ ମୃତ୍ୟୁ ହୋଇ ସାରିଥିବା ସେଠାରେ କୁହାଯାଇଥିଲା ବୋଲି ଜଣେ ରୋଗୀଙ୍କ ସମ୍ପର୍କୀୟ କହିଛନ୍ତି।

ଏହାପରେ ରୋଗୀଙ୍କ ସମ୍ପର୍କୀୟ ହସ୍ପିଟାଲ ଗେଟକୁ  ତାଲା ପକାଇ କ୍ଷତିପୂରଣ ଦାବିରେ ହୋହାଲ୍ଲା କରିଥିବା ଜଣାଯାଇଛି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ରୋଗୀଙ୍କ ସଂପର୍କୀୟଙ୍କୁ ବୁଝାସୁଝା କରୁଛି । ସେପଟେ ସଂପୃକ୍ତ ଘରୋଇ ହସ୍ପିଟାଲ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ ।  ଏନେଇ ପରିବାର ଲୋକେ ଏୟାରପୋର୍ଟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

 

Related story