କାଠଚୋର ସନ୍ଦେହରେ ଅଟକ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କାଠଚୋର ସନ୍ଦେହରେ ଅଟକ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଯାଇଛି। ଏହାକୁ ନେଇ ଖୋର୍ଦ୍ଧା ଜିଲ୍ଲା ବାଣପୁର ମେଡିକାଲ୍ ସମ୍ମୁଖରେ ଉତ୍ତେଜନା ପ୍ରକାଶ ପାଇଛି। ମୃତକ ହେଲେ ନୟାଗଡ଼ ଶରଣକୁଳ ଗୋଲଗାଁର ବଳଭଦ୍ର ବେହେରା। ବଳଭଦ୍ରଙ୍କ ମୃତ୍ୟୁ ପରେ ମେଡିକାଲ ଆଗରେ ତାଙ୍କ ପରିବାର ସଦସ୍ୟ ଓ ଗାଁ ଲୋକେ କ୍ଷତିପୂରଣ ଦାବିରେ ଅଡି ବସିଛନ୍ତି। ବଳଭଦ୍ରଙ୍କୁ ବନ ବିଭାଗ କର୍ମଚାରୀ ପିଟିପିଟି ମାରି ଦେଇଥିବା ପରିବାର ଓ ଗାଁ ଲୋକେ ଅଭିଯୋଗ କରିଛନ୍ତି। […]

strike

Tapaswini Nayak
  • Published: Wednesday, 14 October 2020
  • , Updated: 14 October 2020, 12:42 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କାଠଚୋର ସନ୍ଦେହରେ ଅଟକ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଯାଇଛି। ଏହାକୁ ନେଇ ଖୋର୍ଦ୍ଧା ଜିଲ୍ଲା ବାଣପୁର ମେଡିକାଲ୍ ସମ୍ମୁଖରେ ଉତ୍ତେଜନା ପ୍ରକାଶ ପାଇଛି। ମୃତକ ହେଲେ ନୟାଗଡ଼ ଶରଣକୁଳ ଗୋଲଗାଁର ବଳଭଦ୍ର ବେହେରା। ବଳଭଦ୍ରଙ୍କ ମୃତ୍ୟୁ ପରେ ମେଡିକାଲ ଆଗରେ ତାଙ୍କ ପରିବାର ସଦସ୍ୟ ଓ ଗାଁ ଲୋକେ କ୍ଷତିପୂରଣ ଦାବିରେ ଅଡି ବସିଛନ୍ତି। ବଳଭଦ୍ରଙ୍କୁ ବନ ବିଭାଗ କର୍ମଚାରୀ ପିଟିପିଟି ମାରି ଦେଇଥିବା ପରିବାର ଓ ଗାଁ ଲୋକେ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ,ସୋମବାର ସନ୍ଧ୍ୟା ବେଳେ ଧୂଆଁନଳୀ ଫରେଷ୍ଟ ବିଟ୍‌ ଟମଣା ପାହାଡରେ ବନ ବିଭାଗ କର୍ମଚାରୀ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ବନ ବିଭାଗ କର୍ମଚାରୀଙ୍କୁ ଦେଖି ୪ ଜଣ କାଠ ଚୋର ସେଠାରୁ ଚମ୍ପଟ ମାରିଥିଲେ। ତେବେ ସେମାନଙ୍କ ଭିତରୁ ବଳଭଦ୍ର ବେହେରା ନାମକ ଜଣେ ବ୍ୟକ୍ତିଙ୍କୁ ବନ ବିଭାଗ କର୍ମଚାରୀ କାବୁ କରିନେଇଥିଲେ। ପରେ ତାଙ୍କୁ ଫରେଷ୍ଟ ବିଟ୍‌ ହାଉସ୍‌କୁ ନେଇଯାଇଥିଲେ। ରାତିରେ ସେ ହଠାତ୍‌ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ନୀଳାଦ୍ରି ପ୍ରସାଦ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବାଣପୁର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା।

Related story