ଛାତ୍ରୀ ମୃତ୍ୟୁକୁ ନେଇ ଉତ୍ତେଜନା

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ଅନ୍ତର୍ଗତ  ମସିଣାଯୋଡ଼ିରେ ଥିବା  ଏଜୁକେସନାଲ କମ୍ପେକ୍ସ ସ୍କୁଲ ହଷ୍ଟେଲର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ତାଙ୍କ ନାଁ ପଦ୍ମାବତୀ ଜୁଆଙ୍ଗ (୧୪)।  ଘର ମସିଣାଯୋଡ଼ି ଗାଁରେ। ସେ ଏହି ସ୍କୁଲ ହଷ୍ଟେଲରେ ରହି ପାଢ଼ ପଢ଼ୁଥିଲେ। ସୂଚନା ଅନୁସାରେ, ଗତ ୧୭ ତାରିଖରେ ପଦ୍ମାବତୀ ହଷ୍ଟେଲରେ ଥିବା ସମୟରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ।  ସ୍କୁଲ କର୍ତ୍ତୃପକ୍ଷ ପ୍ରଥମେ ତାଙ୍କୁ […]

keonjhar

Jyoshna Pradhan
  • Published: Thursday, 21 November 2019
  • , Updated: 21 November 2019, 03:02 PM IST

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ଅନ୍ତର୍ଗତ  ମସିଣାଯୋଡ଼ିରେ ଥିବା  ଏଜୁକେସନାଲ କମ୍ପେକ୍ସ ସ୍କୁଲ ହଷ୍ଟେଲର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ତାଙ୍କ ନାଁ ପଦ୍ମାବତୀ ଜୁଆଙ୍ଗ (୧୪)।  ଘର ମସିଣାଯୋଡ଼ି ଗାଁରେ। ସେ ଏହି ସ୍କୁଲ ହଷ୍ଟେଲରେ ରହି ପାଢ଼ ପଢ଼ୁଥିଲେ।

ସୂଚନା ଅନୁସାରେ, ଗତ ୧୭ ତାରିଖରେ ପଦ୍ମାବତୀ ହଷ୍ଟେଲରେ ଥିବା ସମୟରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ।  ସ୍କୁଲ କର୍ତ୍ତୃପକ୍ଷ ପ୍ରଥମେ ତାଙ୍କୁ ଜଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ଏହାପରେ ୧୮ ତାରିଖରେ ତାଙ୍କୁ କଟକ ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଗତକାଲି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ସ୍କୁଲ୍ କର୍ତ୍ତୃପକ୍ଷ କିନ୍ତୁ କୌଣସି ମେଡିକାଲ ରିପୋର୍ଟ ତାଙ୍କ ପରିବାରକୁ ନଦେଇ ଗତକାଲି ଘର ବାରଣ୍ଡାରେ ମୃତଦେହ ଛାଡ଼ି  ଚାଲି ଯାଇଥିଲେ।  ଏନେଇ ଆଜି ସକାଳେ ଗାଁ ଲୋକେ ଓ ମୃତ ଛାତ୍ରୀଙ୍କ ପରିବାର ଲୋକେ ମୃତଦେହ ସ୍କୁଲ ସମ୍ମୁଖରେ ରଖି  ଧାରଣା ଦେଇଥିଲେ।  ଖବର ପାଇ ପୁଲିସ୍ ଘଟଣାସ୍ଥଳରେ  ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ଧାରଣା ହଟିଥିଲା। ପୁଲିସ୍‌ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।

Related story