ବରଗଡ଼(ଦୀପକ ଶର୍ମା): ବରଗଡ଼ ଜିଲ୍ଲା ଭେଡେନ ଥାନା ବୁର୍ଦ୍ଦା ଗାଁରେ ପୁଲିସ୍-ଗ୍ରାମବାସୀ ମୁହାଁମୁହିଁ ହୋଇଛନ୍ତି। ପୂର୍ବର ଏକ ମାମଲାକୁ ନେଇ ଅଭିଯୁକ୍ତଙ୍କୁ ଧରିବାକୁ ପୁଲିସ୍ ଗାଁକୁ ଯାଇଥିବା ବେଳେ ଉତ୍ତେଜନା ଦେଖାଦେଇଛି । ଗାଁ ଭିତରକୁ ପୁଲିସ୍କୁ ପ୍ରବେଶ କରାଇ ଦେଉନାହାନ୍ତି ଗ୍ରାମବାସୀ । ଗାଁ ଭିତରକୁ ଯିବା ରାସ୍ତାରେ ମହିଳାମାନେ ବସି ରହିଛନ୍ତି।
ବୁର୍ଦ୍ଦା ଗାଁ ପ୍ରବେଶ ପଥରେ ୪ ପ୍ଲାଟୁନ ପୁଲିସ୍ ମୁତୟନ ହୋଇଛନ୍ତି । ଏକ ହତ୍ୟା ଘଟଣାର ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଗତ ମାସ ୧୭ ତାରିଖରେ ଭେଡେନ ଥାନା ଘେରାଉ କରିଥିଲେ ଗ୍ରାମବାସୀ । ଏହାକୁ ନେଇ ଉତ୍ତେଜନା ଦେଖା ଦେବା ପରେ ପୁଲିସ୍ ଗ୍ରାମବାସୀ ମୁହାଁମୁହିଁ ହୋଇଥିଲେ । ଏହି ଘଟଣାରେ ୨୭ରୁ ଅଧିକ ଗ୍ରାମବାସୀଙ୍କ ନାଁରେ ରେ ମାମଲା ରୁଜୁ ହୋଇଥିଲା। ମାମଲାର ଅଭିଯୁକ୍ତଙ୍କୁ ଧରିବାକୁ ଯାଇଥିବା ବେଳେ ଆଜି ପୁଣି ଉତ୍ତେଜନା ଦେଖାଦେଇଛି।