ଢିଙ୍କିଆ ଏବେ ପୁରୁଷ ଶୂନ; ଗାଁକୁ ଜଗିଛି ପୁଲିସ୍‌, ବନ୍ଧା ହେଲେ ୬ ଜଣ

କଟକ/ପାରାଦୀପ(ଓଡ଼ିଶା ରିପୋର୍ଟର):  ପାନ ବରଜକୁ ସୁରକ୍ଷା ଦେବାକୁ ଯାଇ ଗତକାଲି ଜଗତସିଂହପୁର ଜିଲ୍ଲାର ଢିଙ୍କିଆ ଅଞ୍ଚଳ ରଣକ୍ଷେତ୍ର ପାଲଟି ଯାଇଥିବା ବେଳେ ଆଜି ଚାରିଆଡ଼େ ଛାଇ ରହିଛି ଅସମ୍ଭବ ନିରବତା। ପୁଲିସ୍‌ ଓ ଅଞ୍ଚଳବାସୀ ଗତକାଲି ମୁହାଁମୁହିଁ ହେବା ପରେ ପୁଲିସ୍‌ ଲାଠି ଚାଳନା କରିବାକୁ ପଛାଇ ନ ଥିଲା। ଏଥିପାଇଁ ଆଜି ସ୍ଥାନୀୟ ଅଞ୍ଚଳରେ ଲାଗି ରହିଛି ଚାପା ଉତ୍ତେଜନା।  ଶୂନଶାନ, ନିଶବ୍ବ, ପୁରୁଷ ଶୂନ ହୋଇପଡ଼ିଛି ଢିଙ୍କିଆ । ଢିଙ୍କିଆରୁ ଗିରଫ ୬ ଜଣଙ୍କୁ […]

dhinkia

Niharika Rout
  • Published: Saturday, 15 January 2022
  • , Updated: 15 January 2022, 02:24 PM IST

କଟକ/ପାରାଦୀପ(ଓଡ଼ିଶା ରିପୋର୍ଟର):  ପାନ ବରଜକୁ ସୁରକ୍ଷା ଦେବାକୁ ଯାଇ ଗତକାଲି ଜଗତସିଂହପୁର ଜିଲ୍ଲାର ଢିଙ୍କିଆ ଅଞ୍ଚଳ ରଣକ୍ଷେତ୍ର ପାଲଟି ଯାଇଥିବା ବେଳେ ଆଜି ଚାରିଆଡ଼େ ଛାଇ ରହିଛି ଅସମ୍ଭବ ନିରବତା।

ପୁଲିସ୍‌ ଓ ଅଞ୍ଚଳବାସୀ ଗତକାଲି ମୁହାଁମୁହିଁ ହେବା ପରେ ପୁଲିସ୍‌ ଲାଠି ଚାଳନା କରିବାକୁ ପଛାଇ ନ ଥିଲା। ଏଥିପାଇଁ ଆଜି ସ୍ଥାନୀୟ ଅଞ୍ଚଳରେ ଲାଗି ରହିଛି ଚାପା ଉତ୍ତେଜନା।  ଶୂନଶାନ, ନିଶବ୍ବ, ପୁରୁଷ ଶୂନ ହୋଇପଡ଼ିଛି ଢିଙ୍କିଆ । ଢିଙ୍କିଆରୁ ଗିରଫ ୬ ଜଣଙ୍କୁ ବିଳମ୍ବିତ ରାତିରେ କୋର୍ଟ ଚାଲାଣ କରିଛି ପୁଲିସ୍‌ । ପ୍ରତି ଛକରେ ଜଗିଛି ପୁଲିସ୍‌ । ଢିଙ୍କିଆ ଆଡକୁ ଆସୁଥିବା ଲୋକଙ୍କ ପରିଚୟ ପଚାରି ଛାଡୁଛି ପୋଲିସ୍ ।

ପରିସ୍ଥିତିକୁ ଦେଖି ପୁରା ଅଞ୍ଚଳକୁ ପୁଲିସ୍ ଛାଉଣୀରେ ପରିଣତ କରାଯାଇଛି ।  ପାଟଣା ଗାଁ ପ୍ରବେଶ ପଥରେ ପୋଲିସ୍ ଫୋର୍ସ ମୁତୟନ ହୋଇଛନ୍ତି ।  ଜଣ ଜଣକଙ୍କୁ ଯାଞ୍ଚ କରି ଗାଁ ଭିତରକୁ ଯିବାକୁ ଅନୁମତି ମିଳୁଛି । ଆଜି ସ୍ଥିତି ସ୍ୱାଭାବିକ ଥିବା ବେଳେ ଲୋକେ ପୁଲିସ୍‌କୁ ସହଯୋଗ କରୁଥିବା ପୁଲିସ୍‌ ପ୍ରଶାସନ ପକ୍ଷରୁ କୁହାଯାଉଥିବା ବେଳେ ଗ୍ରାମବାସୀ କିନ୍ତୁ ବଖାଣୁଛନ୍ତି ଗତକାଲିର ଛାତିଥରା କାହାଣୀ।

https://youtu.be/5wOfgj7psKk

ପସ୍କୋ ପାଇଁ ଅଧିଗ୍ରହଣ ହୋଇଥିବା ଜମିରେ ପ୍ରସ୍ତାବିତ JSW ପ୍ରକଳ୍ପ ସ୍ଥାପନ ପାଇଁ ରାଜ୍ୟ ସରକାର ସହମତି ପ୍ରକାଶ କରିବା ପରେ ଗତକାଲିଠୁ ପୁଲିସ୍‌ ଆରମ୍ଭ କରିଛି ଦମନଲୀଳା। ପୁଲିସ୍‌ ଓ ପ୍ରଶାସନିକ ଅଧିକାରୀ ପହଞ୍ଚି  ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ଏହାକୁ ତୀବ୍ର ବିରୋଧ କରିଛନ୍ତି ଅଞ୍ଚଳବାସୀ।  ଗତକାଲି ଲାଠି ଚାର୍ଜ ପରେ ବହୁ ଗ୍ରାମବାସୀ ନିଖୋଜ ଅଛନ୍ତି। ସେମାନଙ୍କ ସନ୍ଧାନ ପାଉ ନ ଥିବା ପରିବାର ଲୋକ ଚାରିଆଡ଼େ ନିଜ ପ୍ରିୟଜନଙ୍କୁ ଖୋଜିବାରେ ଲାଗିଛନ୍ତି। କେଉଁଠି ସ୍ୱାମୀ ପାଇଁ ସ୍ତ୍ରୀ ନିଜ ଆଖିରୁ ଲୁହ ଗଡ଼ାଉଛି ତ କେଉଁଠି ମା’ ଖୋଜି ବୁଲୁଛି ନିଜ ଭେଣ୍ଡିଆ ପୁଅକୁ । ସେମାନେ କୁଆଡ଼େ ଗଲେ, କେଉଁଠି ଓ କିପରି ଅଛନ୍ତି ତାହାର ଉତ୍ତର କାହା ପାଖରେ ନାହିଁ। ଏପରିକି ବହୁ ଘରେ ଗତକାଲିଠୁ ଚୁଲି ଜଳି ନ ଥିବା ବେଳେ ଭୋକ ଉପାସରେ ନିଜ ବାପା, ଭାଇ, ସ୍ୱାମୀଙ୍କ ଫେରିବା ବାଟକୁ ଅନାଇ ବସିଛନ୍ତି ଗାଁ ଲୋକେ।

ଏନେଇ ଗାଁର ଜଣେ ମହିଳା କହିଛନ୍ତି ପାନ ବରଜ ଆମ ଭାତ ହାଣ୍ଡି।  ତାହାକୁ ନେଇଗଲେ ଆମେ କ’ଣ ଖାଇବୁ । କିପରି ବଞ୍ଚିବୁ । ମଙ୍ଗୁଳି କାଣ୍ଡି ନାମକ ବ୍ୟକ୍ତିଙ୍କ କାଲିଠୁ ପତ୍ତା ମିଳୁନି । ଏନେଇ ତାଙ୍କ ପତ୍ନୀ କହିଛନ୍ତି, କାଲିଠୁ ମୋ ସ୍ୱାମୀ କୁଆଡ଼େ ଯାଇଛନ୍ତି ମୁଁ ପାଉନି। ଆମ ଘରେ ଖାଇବା ବନ୍ଦ ହୋଇଯାଇଛି। କାଲିଠୁ ଚୁଳି ଜଳୁନି  ।

https://youtu.be/PQ1cDCRhIsU

ଏନେଇ ଗାଁର ଆଉ ଜଣେ ମହିଳା କହିଛନ୍ତି, କାଲିଠୁ ପୁଲିସ୍‌ ଗାଁରେ ପଶିଛି । ଆଜି ଭୋରୁ ଘରେ ଘରେ ପଶୁଛନ୍ତି। ଆମେ ଭାବୁଛୁ, ୪ କୋଟି ଓଡ଼ିଆଙ୍କ ଭିତରେ ଆମେ ନାହୁଁ। କାଲିଠୁ ଆମେ ମାଡ଼ ଖାଇଲୁଣି, ହେଲେ କାଲିଠୁ କୌଣସି ନେତାଙ୍କ ଦେଖା ନାହିଁ। ପୁଲିସ୍‌ ବହୁ ଜଣଙ୍କୁ ଉଠାଇ ନେଇଛି। ଆମେ ଶୁଣୁଛୁ କେତେ ଜଣ ମରି ବି ଯାଇଛନ୍ତି। ୨ ମାସ ହେଲା ଆମକୁ ବନ୍ଦୀ କରି ରଖିଛନ୍ତି। ଆମେ ଖାଇବାକୁ ପାଉନୁ। ଆମ ପାଖରେ ନା ଘର ଅଛି ନା ଖାଇବାକୁ ଅଛି। ଆମେ ଆଇଓସିଏଲକୁ ଜମିବାଡ଼ି ଦେଇ ଚାକିରି ପାଇନୁ। ଏବେ କ’ଣ ଦେବେ। ଯେଉଁଠି ଦୁବଘାସ କଅଁଳୁନି ସେଠି ପ୍ରକଳ୍ପ ନ କରି ଆମ ଶସ୍ୟଶ୍ୟାମଳ ଅଞ୍ଚଳରେ କାହିଁକି ମାତିଛନ୍ତି ଜାଣିପାରୁନୁ।
https://youtu.be/3-06CgIon_g

ହେଲେ ଏନେଇ ବରିଷ୍ଠ ପୁଲିସ୍‌ ଅଧିକାରୀ ନିମାଇଁ ସେଠୀ କହିଛନ୍ତି, ପରିସ୍ଥିତି ଶାନ୍ତ ଅଛି। ଲୋକମାନେ ପ୍ରଶାସନକୁ ସହଯୋଗ କରିବାକୁ ରାଜି ହେଲେଣି। ଗତକାଲି ଦଳାଚକଟା ପରିସ୍ଥିତି ଉପୁଜିବାରୁ ଲାଠି ଚାଳନା କରିବାକୁ ବାଧ୍ୟ ହେଲୁ। ଗତକାଲି ଘଟଣାରେ  ୬ ଜଣଙ୍କୁ ଗିରଫ କରିଛୁ। ୭ ଜଣ ପୁଲିସ୍‌ ଆହତ ହୋଇଛନ୍ତି।

https://youtu.be/Jt9s0hIQc8A

 

Related story