ରାୟଗଡ଼ା(ମନୋଜ ପାତ୍ର): ପ୍ରସୂତିଙ୍କ ମୃତ୍ୟୁକୁ ନେଇ ଦେଖାଦେଇଛି ଉତ୍ତେଜନା । ରାୟଗଡ଼ା ଜିଲ୍ଲା ପିତାମହଲ ପଞ୍ଚାୟତର ଶ୍ରୀରାମ ନଗରରେ ଘଟିଛି ଏପରି ଘଟଣା। ଏହି ଗାଁର ଭାଗ୍ୟବତୀ ପାଲକା ନାମ୍ନୀ ଜଣେ ଗର୍ଭବତୀ ପ୍ରସବ ପାଇଁ ଗତ ୭ ତାରିଖରେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ଅସ୍ତ୍ରୋପଚାର ପରେ ତାଙ୍କର ଏକ ପୁଅ ଜନ୍ମ ହୋଇଥିଲା।
ହେଲେ ଗତ ରାତିରେ ମହିଳାଙ୍କର ଅବସ୍ଥା ଅଧିକ ଗୁରୁତର ହୋଇପଡ଼ିଲା। ଗୁରୁତର ଅବସ୍ଥାରେ ତାଙ୍କୁ କୋରାପୁଟ ସ୍ଥାନାନ୍ତର କରାଯିବା ବେଳେ ରାସ୍ତାରେ ତାଙ୍କ ମୃତ୍ୟୁ ଘଟିଛି । ଚିକିତ୍ସାରେ ଅବହେଳା କରାଯାଇଥିବା ଅଭିଯୋଗ କରି ଗାଁ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହାର ତଦନ୍ତ କରି ନ୍ୟାୟ ଦେବାକୁ ଦାବି କରିଛନ୍ତି ଗାଁ ଲୋକେ ।