‘ମ୍ୟାଟ୍ରିକ୍‌ ପରୀକ୍ଷାର ୩ ଦିନ ପୂର୍ବରୁ ବହି ମିଳିବାର ହେବ ତଦନ୍ତ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମ୍ୟାଟ୍ରିକ୍‌ ପରୀକ୍ଷାର ୩ ଦିନ ପୂର୍ବରୁ ଏସ୍‌ସି/ଏସ୍‌ଟି ଛାତ୍ରଛାତ୍ରୀଙ୍କୁ ମିଳିଛି ବହି। ଏନେଇ ଖବର ପ୍ରକାଶ ପାଇବା ପରେ ତତ୍ପର ହୋଇଛି ସ୍କୁଲ ଓ ଗଣ ଶିକ୍ଷା ବିଭାଗ। ଘଟଣାର ତଦନ୍ତ ପାଇଁ ମାଧ୍ୟମିକ ଶିକ୍ଷା ବୋର୍ଡକୁ କୁହାଯାଇଥିବା ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ ଆଜି କହିଛନ୍ତି। ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି-“ବହି ବଣ୍ଟା ଯାଉଥିବା ନେଇ କିଛି ଅଭିଯୋଗ ନଜରକୁ ଆସିଛି। କାହିଁକି ବିଳମ୍ବ ହେଲା, ତାହାର ତଦନ୍ତ ପାଇଁ ମାଧ୍ୟମିକ […]

school

Manoranjan Sial
  • Published: Sunday, 16 February 2020
  • , Updated: 16 February 2020, 05:57 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମ୍ୟାଟ୍ରିକ୍‌ ପରୀକ୍ଷାର ୩ ଦିନ ପୂର୍ବରୁ ଏସ୍‌ସି/ଏସ୍‌ଟି ଛାତ୍ରଛାତ୍ରୀଙ୍କୁ ମିଳିଛି ବହି। ଏନେଇ ଖବର ପ୍ରକାଶ ପାଇବା ପରେ ତତ୍ପର ହୋଇଛି ସ୍କୁଲ ଓ ଗଣ ଶିକ୍ଷା ବିଭାଗ। ଘଟଣାର ତଦନ୍ତ ପାଇଁ ମାଧ୍ୟମିକ ଶିକ୍ଷା ବୋର୍ଡକୁ କୁହାଯାଇଥିବା ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ ଆଜି କହିଛନ୍ତି।

ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି-“ବହି ବଣ୍ଟା ଯାଉଥିବା ନେଇ କିଛି ଅଭିଯୋଗ ନଜରକୁ ଆସିଛି। କାହିଁକି ବିଳମ୍ବ ହେଲା, ତାହାର ତଦନ୍ତ ପାଇଁ ମାଧ୍ୟମିକ ଶିକ୍ଷା ବୋର୍ଡକୁ କୁହାଯାଇଛି। ଯେଉଁମାନେ ଦାୟୀ ରହିବେ, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତେ ଓ ନବମ ଏବଂ ଦଶମ ଶ୍ରେଣୀର କେବଳ ଏସ୍‌ସି/ଏସ୍‌ଟି ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ପୁସ୍ତକ ଦେବାର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। ହେଲେ ଚଳିତ ଶିକ୍ଷା ବର୍ଷରେ ପାଠ ପଢ଼ିବାକୁ ବହି ଦେଲେନାହିଁ। ବିନା ବହିରେ ବର୍ଷ ସାରା ଛାତ୍ରଛାତ୍ରୀଙ୍କୁ ପାଠ ପଢ଼େଇଲେ ସରକାର। ଆଉ ଧର୍ମକୁ ଆଖିଠାର ମାରିବା ଭଳି ପରୀକ୍ଷାର ଠିକ୍‌ ପୂର୍ବରୁ ପିଲାଙ୍କ ପାଇଁ ଗତକାଲି ଯାଉଛି ବହି। ଆଉ ବହି ନେବା ପାଇଁ କଟକ ରେଭେନ୍ସା କଲିଜିଏଟ ସ୍କୁଲରେ ଲାଗିଥିଲା ଭିଡ଼।

ଚଳିତବର୍ଷ ମ୍ୟାଟ୍ରିକ୍‌ ପରୀକ୍ଷା ଆସନ୍ତା ୧୯ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖ ଯାଏଁ ଚାଲିବ। ଏଥର ୫ ଲକ୍ଷ ୬୦ ହଜାର ୮୯୧ ଜଣ ଛାତ୍ରଛାତ୍ରୀ ୨,୮୮୮ଟି କେନ୍ଦ୍ରରେ ପରୀକ୍ଷା ଦେବେ। ଏଥିପାଇଁ ୩୦୭ଟି ନୋଡାଲ ସେଣ୍ଟର କରାଯାଇଛି। ୨୨ଟି ପୁଲିସ୍‌ ଷ୍ଟେସନକୁ ମଧ୍ୟ ନୋଡାଲ ସେଣ୍ଟର କରିବାକୁ ନିଷ୍ପତ୍ତି ନିଆଯାଇଛି।

Related story