୩ ଦିନ ପରେ ମ୍ୟାଟ୍ରିକ୍‌ ପରୀକ୍ଷା, ଏବେ ମିଳୁଛି ବହି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତବର୍ଷ ମ୍ୟାଟ୍ରିକ୍‌ ପରୀକ୍ଷାରେ କେହି ଛାତ୍ରଛାତ୍ରୀ ଫେଲ୍‌ ହେବେ ନାହିଁ। ମିଶନ୍‌ ଜିରୋ ଫେଲ୍‌କୁ କାର୍ଯ୍ୟକାରୀ କରିବା ପାଇଁ ଶିକ୍ଷା ବିଭାଗ ଅଣ୍ଟା ଭିଡ଼ିଛି। ମ୍ୟାଟ୍ରିକ୍‌ ପରୀକ୍ଷା ପାଇଁ ହାତରେ ୩ ଦିନ ସମୟ ଥିବାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ପ୍ରଶ୍ନପତ୍ର ଗୁଡ଼ିକ ନୋଡାଲ୍‌ ସେଣ୍ଟରକୁ ପଠାଯାଉଛି। ଆଉ ଏପଟେ ପାଠ ପଢ଼ିବା ପାଇଁ ବହି ବଣ୍ଟା ଯାଉଛି। ଏହି ବହି ନେବା ପାଇଁ କଟକ ରେଭେନ୍ସା କଲିଜିଏଟ ସ୍କୁଲରେ ଲାଗିଛି ଶିକ୍ଷକ […]

school

school

Manoranjan Sial
  • Published: Saturday, 15 February 2020
  • Updated: 15 February 2020, 08:32 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତବର୍ଷ ମ୍ୟାଟ୍ରିକ୍‌ ପରୀକ୍ଷାରେ କେହି ଛାତ୍ରଛାତ୍ରୀ ଫେଲ୍‌ ହେବେ ନାହିଁ। ମିଶନ୍‌ ଜିରୋ ଫେଲ୍‌କୁ କାର୍ଯ୍ୟକାରୀ କରିବା ପାଇଁ ଶିକ୍ଷା ବିଭାଗ ଅଣ୍ଟା ଭିଡ଼ିଛି। ମ୍ୟାଟ୍ରିକ୍‌ ପରୀକ୍ଷା ପାଇଁ ହାତରେ ୩ ଦିନ ସମୟ ଥିବାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ପ୍ରଶ୍ନପତ୍ର ଗୁଡ଼ିକ ନୋଡାଲ୍‌ ସେଣ୍ଟରକୁ ପଠାଯାଉଛି। ଆଉ ଏପଟେ ପାଠ ପଢ଼ିବା ପାଇଁ ବହି ବଣ୍ଟା ଯାଉଛି। ଏହି ବହି ନେବା ପାଇଁ କଟକ ରେଭେନ୍ସା କଲିଜିଏଟ ସ୍କୁଲରେ ଲାଗିଛି ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଭିଡ। ଏଭଳି ସ୍ଥିତିରେ ସରକାରଙ୍କ ମିଶନ ଜିରୋ ଫେଲ୍‌ କେମିତି କାର୍ଯ୍ୟକାରୀ ହେବା, ତାହା ଏବେଠାରୁ ଜଳଜଳ ହୋଇ ଦିଶୁଛି।

ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତେ ଓ ନବମ ଏବଂ ଦଶମ ଶ୍ରେଣୀର କେବଳ ଏସ୍‌ସି/ଏସ୍‌ଟି ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ପୁସ୍ତକ ଦେବାର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। ହେଲେ ଶିକ୍ଷା ବର୍ଷରେ ପାଠ ପଢ଼ିବାକୁ ବହି ଦେଲେ ନାହିଁ। ବିନା ବହିରେ ବର୍ଷ ସାରା ଛାତ୍ରଛାତ୍ରୀଙ୍କୁ ପାଠ ପଢ଼େଇଲେ ସରକାର। ଆଉ ଧର୍ମକୁ ଆଖିଠାର ମାରିବା ଭଳି ପରୀକ୍ଷାର ଠିକ୍‌ ପୂର୍ବରୁ ପିଲାଙ୍କ ପାଇଁ ଆଜି ଯାଉଛି ବହି। ଗୋଟିଏ ପଟେ ପିଲାଙ୍କ ପାଇଁ ବହି ଯାଉଛି, ସେପଟେ ପରୀକ୍ଷା ପାଇଁ ନୋଡାଲ୍‌ ସେଣ୍ଟରରେ ପହଞ୍ଚୁଛି ପ୍ରଶ୍ନପତ୍ର। ଆଉ ବହି ନେବା ପାଇଁ କଟକ ରେଭେନ୍ସା କଲିଜିଏଟ ସ୍କୁଲରେ ଲାଗିଛି ଭିଡ଼। ଶିକ୍ଷକମାନେ ବହି ନେବା ପାଇଁ ଦୂରଦୂରାନ୍ତରୁ ଆସିଛନ୍ତି।

ନରସିଂହପୁର ଏସ୍.ଏସ୍.ହାଇସ୍କୁଲର ଶିକ୍ଷକ ମେଘନାଦ ସାହୁ କହିଛନ୍ତି-“ବହି ମିଳିବାରେ ବିଳମ୍ୱ ହୋଇଛି ବୋଲି ଆମେ ଅନୁଭବ କରିଛୁ। କାହିଁକି ଏମିତି ବଳମ୍ୱ ହେଲା ଆମେ ଜାଣିନାହୁଁ। ଆପେକ୍ଷା କରି କରି ଶେଷରେ ବହି ନେବା ପାଇଁ ଆସିଛୁ।”

ବାଙ୍କୀ ଗୟଳବାଙ୍କ ନୋଡାଲ୍‌ ହାଇସ୍କୁଲର ଶିକ୍ଷକ ଦେବାଲି ସାମଲ କହିଛନ୍ତି-“ଚଳିତବର୍ଷ ମ୍ୟାଟ୍ରିକ୍‌ ପରୀକ୍ଷା ଆଉ ଦୁଇ ଦିନ ରହିଛି। ତେଣୁ ଆମେ ନେଉଥିବା ବହି ଆସନ୍ତାବର୍ଷ ପିଲାମାନଙ୍କୁ ଦିଆଯିବ।”

ତେବେ ଅଭିଯୋଗ ହେଉଛି, କେବଳ କଟକ ଜିଲ୍ଲା ନୁହେଁ ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ- କେଉଁଠି ୧୫ ଦିନ ତଳେ ପିଲାଙ୍କ ପାଖରେ ବହି ପହଞ୍ଚିଛି ତ ଆଉ କେଉଁଠି ଏଯାଏଁ ବହି ଦେଖିନାହାନ୍ତି ପିଲା। ହେଲେ ଏଠି ପ୍ରଶ୍ନ ଉଠୁଛି, ବର୍ଷସାରା ବିନା ବହିରେ ଯଦି ପାଠ ପଢି ମିଶନ୍ ଜିରୋ ଫେଲ୍ ଲକ୍ଷ୍ୟକୁ ସାକାର କରିବେ ବୋଲି ସରକାର ଭାବୁଛନ୍ତି, ତାହେଲେ ଠିକ୍‌ ପରୀକ୍ଷା ପୂର୍ବରୁ ବହି ଦେବାର ଫାର୍ସ କାହିଁକି କରୁଛନ୍ତି?

ବହି ନମିଳିବା ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ କହିଛନ୍ତି, “ବହି ବୋଧ ହୁଏ ଆସନ୍ତା ବର୍ଷ ପାଇଁ ଦିଆଯାଉଥିବ।”

ଚଳିତବର୍ଷ ମ୍ୟାଟ୍ରିକ୍‌ ପରୀକ୍ଷା ଆସନ୍ତା ୧୯ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖ ଯାଏଁ ଚାଲିବ। ଏଥର ୫ ଲକ୍ଷ ୬୦ ହଜାର ୮୯୧ ଜଣ ଛାତ୍ରଛାତ୍ରୀ ୨,୮୮୮ଟି କେନ୍ଦ୍ରରେ ପରୀକ୍ଷା ଦେବେ। ଏଥିପାଇଁ ୩୦୭ଟି ନୋଡାଲ ସେଣ୍ଟର କରାଯାଇଛି। ୨୨ଟି ପୁଲିସ୍‌ ଷ୍ଟେସନକୁ ମଧ୍ୟ ନୋଡାଲ ସେଣ୍ଟର କରିବାକୁ ନିଷ୍ପତ୍ତି ନିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story