ଥାନା ଶୌଚାଳୟରେ ଅଭିଯୁକ୍ତଙ୍କ ଆତ୍ମହତ୍ୟା

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଶୌଚାଳୟରେ ଜଣେ ଅଭିଯୁକ୍ତ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ଜୟ ଲାକ୍ରା। ତାଙ୍କ ଘର ରାଜଗାଙ୍ଗପୁର ବ୍ଲକ୍ ଅନ୍ତର୍ଗତ ରାଇକାକଚ୍ଛର ଗାଁରେ। ପୁଲିସ୍‌ ଘଟଣାର ତଦନ୍ତ କରୁଛି। ଜୟଙ୍କ ମୃତଦେହକୁ ରାଜଗାଙ୍ଗପୁର ଡାକ୍ତରଖାନାରେ ରଖାଯାଇଛି। ଆଜି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଭିଡିଓ ରେକର୍ଡିଂ କରାଯାଇ ଏହାର ବ୍ୟବଚ୍ଛେଦ କରାଯିବ। ଏହି ଘଟଣାକୁ ନେଇ ଥାନା ପରିସରରେ ଚାପା ଉତ୍ତେଜନା ଦେଖା ଦେଇଥିବାରୁ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି। […]

house

house

Jitendra Garnayak
  • Published: Thursday, 06 December 2018
  • Updated: 06 December 2018, 09:20 AM IST

Sports

Latest News

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଶୌଚାଳୟରେ ଜଣେ ଅଭିଯୁକ୍ତ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ଜୟ ଲାକ୍ରା। ତାଙ୍କ ଘର ରାଜଗାଙ୍ଗପୁର ବ୍ଲକ୍ ଅନ୍ତର୍ଗତ ରାଇକାକଚ୍ଛର ଗାଁରେ।

ପୁଲିସ୍‌ ଘଟଣାର ତଦନ୍ତ କରୁଛି। ଜୟଙ୍କ ମୃତଦେହକୁ ରାଜଗାଙ୍ଗପୁର ଡାକ୍ତରଖାନାରେ ରଖାଯାଇଛି। ଆଜି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଭିଡିଓ ରେକର୍ଡିଂ କରାଯାଇ ଏହାର ବ୍ୟବଚ୍ଛେଦ କରାଯିବ।

ଏହି ଘଟଣାକୁ ନେଇ ଥାନା ପରିସରରେ ଚାପା ଉତ୍ତେଜନା ଦେଖା ଦେଇଥିବାରୁ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି।

ଜୟ ଲାକ୍ରା କୁନମୁର ପଞ୍ଚାୟତରେ ସହାୟକ ବ୍ୟାଙ୍କର ଏଜେଣ୍ଟ ଭାବେ କାମ କରୁଥିଲେ। ଲୋକଙ୍କ ଟଙ୍କା କଲେକ୍ସନ କରି ବ୍ୟାଙ୍କରେ ଜମା ନ କରିବା ଅଭିଯୋଗରେ ପୁଲିସ୍‌ ତାଙ୍କୁ ତିନି ଦିନ ହେଲା ଥାନାରେ ରଖି ପଚରାଉଚରା କରୁଥିଲା। ତେବେ ଗତକାଲି ସନ୍ଧ୍ୟାରେ ଜୟଙ୍କ ଝୁଲନ୍ତା ଶରୀର ଥାନା ଶୌଚାଳୟରୁ ଉଦ୍ଧାର କରାଯାଇଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ରାଜଗାଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos