ଓଜେଇଇ ପାଇଁ ଆବେଦନ ଅବଧି ଘୁଞ୍ଚିଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ସ୍ଥଗିତ ରହିଲା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା-ଓଜେଇଇ। ଚଳିତ ମାସ ୧୭ରୁ ୨୪ ତାରିଖ ଯାଏଁ ହେବାର ଥିଲା । କିନ୍ତୁ କରୋନା ସଂକ୍ରମଣ ସ୍ଥିତିକୁ ଦେଖି ଏହି ପ୍ରବେଶିକା ପରୀକ୍ଷାକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି । କେବେ ପରୀକ୍ଷା ହେବ, ପରିସ୍ଥିତିକୁ ଦେଖି ଆସନ୍ତା ଜୁଲାଇର ପ୍ରଥମ ସପ୍ତାହରେ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି । ଅପରପକ୍ଷେ ଓଜେଇଇ ପରୀକ୍ଷା ପାଇଁ ଅନ୍‌ଲାଇନ୍ ଅବେଦନର ସମୟ ସୀମାକୁ ବି ବଢ଼ାଇ […]

ojee

ojee

Tapas Behera
  • Published: Monday, 14 June 2021
  • Updated: 14 June 2021, 07:22 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ସ୍ଥଗିତ ରହିଲା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା-ଓଜେଇଇ। ଚଳିତ ମାସ ୧୭ରୁ ୨୪ ତାରିଖ ଯାଏଁ ହେବାର ଥିଲା । କିନ୍ତୁ କରୋନା ସଂକ୍ରମଣ ସ୍ଥିତିକୁ ଦେଖି ଏହି ପ୍ରବେଶିକା ପରୀକ୍ଷାକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି । କେବେ ପରୀକ୍ଷା ହେବ, ପରିସ୍ଥିତିକୁ ଦେଖି ଆସନ୍ତା ଜୁଲାଇର ପ୍ରଥମ ସପ୍ତାହରେ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି ।

ଅପରପକ୍ଷେ ଓଜେଇଇ ପରୀକ୍ଷା ପାଇଁ ଅନ୍‌ଲାଇନ୍ ଅବେଦନର ସମୟ ସୀମାକୁ ବି ବଢ଼ାଇ ଦିଆଯାଇଛି । ଆବେଦନ ଅବଧି ଜୁଲାଇ ୧୨ ଓ ଫି ଦାଖଲ ଅବଧି ଜୁଲାଇ ୧୪ ତାରିଖ ଯାଏଁ ବଢ଼ାଇ ଦିଆଯାଇଛି ।

ଫଳରେ ଯେଉଁ ଛାତ୍ରଛାତ୍ରୀ ଏହି ପ୍ରବେଶିକା ପରୀକ୍ଷାରେ ସାମିଲ ହେବା ପାଇଁ ଆବେଦନ କରିପାରିନଥିଲେ, ସେମାନଙ୍କ ପାଇଁ ଏହା ଏକ ସୁଯୋଗ । ଓଜେଇଇ ସ୍ଥଗିତ ଏବଂ ପରୀକ୍ଷା ପାଇଁ ଆବେଦନ ଅବଧି ବୃଦ୍ଧି ନେଇ ଓଜେଇଇ ଅଧ୍ୟକ୍ଷଙ୍କ ପକ୍ଷରୁ ନୋଟିସ୍ ଜାରି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos