ଜିଲ୍ଲା ପରିଷଦ ଉପନିର୍ବାଚନ ଘୁଞ୍ଚାଇବା ପ୍ରତିବାଦରେ ଫେରାଦ ହେଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଟକ ଏବଂ ବଲାଙ୍ଗୀର ହେବାକୁ ଥିବା ଦୁଇଟି ଜିଲ୍ଲା ପରିଷଦର ଉପନିର୍ବାଚନର ତାରିଖ ଶାସକ ଦଳ ଚାପରେ ରାଜ୍ୟ ନିର୍ବାଚନ ଆୟୋଗ ପୁଣିଥରେ ଘୁଂଚାଇଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ଏହାସହିତ ନିର୍ବାଚନ ଆୟୋଗଙ୍କ ପାଖରେ ନିଜର ପ୍ରତିବାଦ ଜଣାଇବା ସହ ଧାର୍ଯ୍ୟ ତାରିଖରେ ନିର୍ବାଚନ କରିବା ପାଇଁ ଦାବି କରିଛି। ରାଜ୍ୟ ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆଜି ରାଜ୍ୟ ନିର୍ବାଚନ କମିଶନରଙ୍କୁ ଭେଟି ଏନେଇ ଦାବିପତ୍ର ଦେବା ସହ ପୂର୍ବ […]

bjp

Manoranjan Sial
  • Published: Tuesday, 03 March 2020
  • , Updated: 03 March 2020, 10:51 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଟକ ଏବଂ ବଲାଙ୍ଗୀର ହେବାକୁ ଥିବା ଦୁଇଟି ଜିଲ୍ଲା ପରିଷଦର ଉପନିର୍ବାଚନର ତାରିଖ ଶାସକ ଦଳ ଚାପରେ ରାଜ୍ୟ ନିର୍ବାଚନ ଆୟୋଗ ପୁଣିଥରେ ଘୁଂଚାଇଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ଏହାସହିତ ନିର୍ବାଚନ ଆୟୋଗଙ୍କ ପାଖରେ ନିଜର ପ୍ରତିବାଦ ଜଣାଇବା ସହ ଧାର୍ଯ୍ୟ ତାରିଖରେ ନିର୍ବାଚନ କରିବା ପାଇଁ ଦାବି କରିଛି।

ରାଜ୍ୟ ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆଜି ରାଜ୍ୟ ନିର୍ବାଚନ କମିଶନରଙ୍କୁ ଭେଟି ଏନେଇ ଦାବିପତ୍ର ଦେବା ସହ ପୂର୍ବ ଘୋଷଣା ଅନୁସାରେ ମାର୍ଚ୍ଚ ୨୦ତାରିଖରେ ଉପନିର୍ବାଚନ କରିବାକୁ ଦାବି କରିଛନ୍ତି। ରାଜ୍ୟ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି ଯେ, ପୂର୍ବରୁ ଏହି ଉପନିର୍ବାଚନ ମାର୍ଚ୍ଚ ୫ ତାରିଖରେ କରିବା ପାଇଁ ରାଜ୍ୟ ନିର୍ବାଚନ ଆୟୋଗ ବିଜ୍ଞପ୍ତି ପ୍ରକାଶ କରିଥିଲେ। ପରେ ଏହି ତାରିଖକୁ ଘୁଂଚାଇ ମାର୍ଚ୍ଚ ୨୦ ତାରିଖରେ ନିର୍ବାଚନ କରାଯିବା ପାଇଁ ଘୋଷଣା କରାଯାଇଥିଲା। ବିଜେପି ଏହି ଉପ ନିର୍ବାଚନ ପାଇଁ ପ୍ରସ୍ତୁତ ଥିବା ସମୟରେ ରାଜ୍ୟ ନିର୍ବାଚନ ଆୟୋଗ ଏହି ତାରିଖକୁ ପୁଣିଥରେ ୨୪ ମାର୍ଚ୍ଚକୁ ଘୁଂଚାଇଛନ୍ତି।

ଶାସକ ଦଳ ପ୍ରରୋଚନାରେ ରାଜ୍ୟ ନିର୍ବାଚନ ଆୟୋଗ ଜିଲ୍ଲା ପରିଷଦ, ପଂଚାୟତ ସମିତି ସଭ୍ୟ, ସରପଂଚ ଏବଂ ୱାର୍ଡ ମେମ୍ବର ଉପନିର୍ବାଚନର ତାରିଖକୁ ବାରମ୍ବାର ରିବର୍ତନ କରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା। ରାଜ୍ୟ ନିର୍ବାଚନ ଆୟୋଗ ଯେଉଁ ତାରିଖ ଘୋଷଣା କରିଥିଲେ ସେହି ତାରିଖରେ ନିର୍ବାଚନ କରନ୍ତୁ। ଯେହେତୁ ୨୦ତାରିଖ ଧାର୍ଯ୍ୟ ହୋଇଥିଲା ସେହି ତାରିଖରେ ନିର୍ବାଚନ କରାଯାଉ। ଅନ୍ୟପଟେ ବଲାଙ୍ଗୀର ଜିଲ୍ଲାରେ ଉପନିର୍ବାଚନ ଥିବାବେଳେ ସୁବର୍ଣ୍ଣପୁର ଜିଲ୍ଲାପାଳ ନିର୍ବାଚନ ଘୁଞ୍ଚାଇବା ପାଇଁ କାହିଁକି ଚିଠି ଲେଖିଛନ୍ତି ବୋଲି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ପ୍ରଶ୍ନ କରିଛନ୍ତି। ଉପନିର୍ବାଚନ ତାରିଖକୁ ଯେଉଁଭଳି ଭାବରେ ରାତିଅଧିଆ ପରିବର୍ତ୍ତନ କରାଯାଇଛି ସେଥିରୁ ରାଜ୍ୟ ସରକାର ନିବୃତ ରୁହନ୍ତୁ ଏବଂ ଯେଉଁ ତାରିଖରେ ନିର୍ବାଚନ କରିବାପାଇଁ ସରକାର ଘୋଷଣା କରିଥିଲେ ସେହି ତାରିଖରେ ନିର୍ବାଚନ କରନ୍ତୁ ବୋଲି ଶ୍ରୀ ମହାପାତ୍ର ଦାବି କରିଛନ୍ତି।

ଏହି ପ୍ରତିନିଧି ଦଳରେ ସୁରଥ ବିଶ୍ୱାଳ, ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ସ୍ମୃତି ପଟ୍ଟନାୟକ, ଠାକୁର ରଂଜିତ ଦାସ, ପବିତ୍ର ଦାସ, ସରୋଜ ସାମଲ ଓ କସ୍ତୁରୀ ମିଶ୍ର ପ୍ରମୁଖ ସାମିଲ ଥିଲେ।

Related story