‘କରୋନା’କୁ ନେଇ ଶସ୍ତା ରାଜନୀତି ନକରୁ ବିଜେପି : ବିଜେଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଭାଇରସକୁ ବିଶ୍ୱ ମହାମାରୀ ଘୋଷଣା କରାଯାଇଥିବାବେଳେ ରାଜ୍ୟ ସରକାର ଯୁଦ୍ଧକାଳୀନ ପଦକ୍ଷେପ ନେଇ ଏହାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିଛନ୍ତି। କେନ୍ଦ୍ର ସରକାର ମଧ୍ୟ ଆଜି ଏହାକୁ ବିପର୍ଯ୍ୟୟ ଘୋଷଣା କରିସାରିଛନ୍ତି । କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ବିଧାନସଭାକୁ ସ୍ଥଗିତ କରାଯାଇଛି। କିନ୍ତୁ କରୋନା ପ୍ରସଙ୍ଗରେ ବିଜେପିର ସମାଲୋଚନା ଦୁର୍ଭାଗ୍ୟଜନକ ବୋଲି ବିଜେଡି କହିଛି। ତେଣୁ ରାଜନୀତିରୁ ଉର୍ଦ୍ଧ୍ୱକୁ ଉଠି ସମସ୍ତେ ମିଳିମିଶି ପରିସ୍ଥିତିର ମୁକାବିଲା ପାଇଁ ଆଗେଇ ଆସିବା ଆବଶ୍ୟକ […]

SANJAY-DAS-BURMA

SANJAY-DAS-BURMA

Manoranjan Sial
  • Published: Saturday, 14 March 2020
  • Updated: 14 March 2020, 09:48 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଭାଇରସକୁ ବିଶ୍ୱ ମହାମାରୀ ଘୋଷଣା କରାଯାଇଥିବାବେଳେ ରାଜ୍ୟ ସରକାର ଯୁଦ୍ଧକାଳୀନ ପଦକ୍ଷେପ ନେଇ ଏହାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିଛନ୍ତି। କେନ୍ଦ୍ର ସରକାର ମଧ୍ୟ ଆଜି ଏହାକୁ ବିପର୍ଯ୍ୟୟ ଘୋଷଣା କରିସାରିଛନ୍ତି । କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ବିଧାନସଭାକୁ ସ୍ଥଗିତ କରାଯାଇଛି। କିନ୍ତୁ କରୋନା ପ୍ରସଙ୍ଗରେ ବିଜେପିର ସମାଲୋଚନା ଦୁର୍ଭାଗ୍ୟଜନକ ବୋଲି ବିଜେଡି କହିଛି। ତେଣୁ ରାଜନୀତିରୁ ଉର୍ଦ୍ଧ୍ୱକୁ ଉଠି ସମସ୍ତେ ମିଳିମିଶି ପରିସ୍ଥିତିର ମୁକାବିଲା ପାଇଁ ଆଗେଇ ଆସିବା ଆବଶ୍ୟକ ଓ ଏହାକୁ ଶସ୍ତା ରାଜନୀତି କରାନଯାଉ ବୋଲି ବିଜେଡି କହିଛି।

ଆଜି ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା ତଥା ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା କହିଛନ୍ତି ଯେ, ସମଗ୍ର ବିଶ୍ୱ ‘କରୋନା’କୁ ନେଇ ଭୟଭୀତ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ବିଶ୍ୱ ମହାମାରୀ ଘୋଷଣା କରିସାରିଛି। ରାଜ୍ୟ ସରକାର ମଧ୍ୟ କରୋନା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ବ୍ୟାପକ ପ୍ରସ୍ତୁତି କରୁଛନ୍ତି। କିନ୍ତୁ ରାଜ୍ୟ ବିଜେପି ଏହାକୁ ସମାଲୋଚନା କରିବା କେବଳ ଶସ୍ତା ରାଜନୀତି। ଓଡ଼ିଶା ସରକାରଙ୍କୁ ସମାଲୋଚନା କରିବାକୁ ପୂର୍ବରୁ ଦେଶର ଅନ୍ୟ ବିଜେପି ଶାସିତ ରାଜ୍ୟ କିଭଳି ଓଡ଼ିଶା ଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ତାହା ବିଜେପି ନେତାମାନେ ଅନୁଧ୍ୟାନ କରିବା ଉଚିତ୍। କରୋନା ଏବେ ଆନ୍ତର୍ଜାତିକ ବିପର୍ଯ୍ୟୟ ଭାବେ ଉଭା ହୋଇଛି। ଅଧିକାଂଶ ରାଜ୍ୟ ଏହାକୁ ବିପର୍ଯ୍ୟୟ ଭାବେ ଘୋଷଣା କରିବା ସହ କେନ୍ଦ୍ର ସରକାର ମଧ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରି ବିଭିନ୍ନ ପଦକ୍ଷେପ ନେଇଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ପାଇଁ ୨୦୦କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଆବଶ୍ୟକ ଅଧିକ ଅର୍ଥ ବ୍ୟୟବରାଦ କରାଯିବ ବୋଲି କହିଛନ୍ତି। ତେଣୁ ଓଡ଼ିଶା ବିଜେପି ଏହାର ଗୁରୁତ୍ୱକୁ ବୁଝିବା ଉଚିତ୍। ବିଧାନସଭା ମୁଲତବୀ ରଖାଯିବା ପ୍ରସଙ୍ଗରେ ବିଜେପି ସମେତ ସମସ୍ତ ବିରୋଧୀ ଦଳ ସହ ଆଲୋଚନା ହୋଇଥିଲା। ବିରୋଧୀ ଦଳ ନେତାଙ୍କ ସମେତ ସମସ୍ତ ରାଜନୀତିକ ଦଳକୁ ବିଶ୍ୱାସକୁ ନେଇ ବିଧାନସଭାକୁ ମୁଲତବୀ କରାଯାଇଛି। ତେଣୁ ବିଜେପି ସଦସ୍ୟମାନେ ଏନେଇ ଲୋକଙ୍କୁ ବିଭ୍ରାନ୍ତ କରନ୍ତୁ ନାହିିଁଁ ବୋଲି ସେ କହିଛନ୍ତି।

ସେହିପରି ୟେସ୍ ବ୍ୟାଙ୍କରେ ଜମା ଥିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଅର୍ଥ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି ବୋଲି ଶ୍ରୀ ଦାସବର୍ମା କହିଛନ୍ତି। ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି। ଆମେ ରିଜର୍ଭ ବ୍ୟାଙ୍କକୁ ବିଶ୍ୱାସ କରି ଏହି ଘଟଣାରେ ରାଜନୀତି କରିବା ଅନୁଚିତ୍। ପ୍ରସଙ୍ଗ ଯାହାବି ହେଉ, ସରକାର ସବୁ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ। ବିଧାନସଭାରେ ୟେସ ବ୍ୟାଙ୍କ ପ୍ରସଙ୍ଗରେ ଆସିଥିବା ମୁଲତବୀ ପ୍ରସ୍ତାବ ଉପରେ ବିସ୍ତୃତ ଆଲୋଚନା ହୋଇଛି। ଆମର ସାଂସଦମାନେ ମଧ୍ୟ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଭେଟିଥିଲେ। ସେଠାରୁ ମଧ୍ୟ ନିର୍ଭର ପ୍ରତିଶ୍ରୁତି ମିଳିଛି। ଏବେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବିଧାନସଭାର ୧୨ଜଣ ସଦସ୍ୟଙ୍କୁ ନେଇ ଏକ ଗୃହ କମିଟି ଗଠନ କରାଯାଇଛି । ଗୃହ କମିଟି ଏ ଦିଗରେ ପରବର୍ତ୍ତୀ ପଦକ୍ଷେପ ନେବେ। ତା’ଛଡ଼ା ଘରୋଇ ବ୍ୟାଙ୍କରୁ ଅର୍ଥ ଉଠାଣ ନକରିବା ପାଇଁ ରିଜର୍ଭ ବ୍ୟାଙ୍କ ମଧ୍ୟ ରାଜ୍ୟ ସରକାରଙ୍କୁ ଅବଗତ କରିଛନ୍ତି। ତେଣୁ ଶ୍ରୀଜଗନ୍ନାଥଙ୍କ ଅର୍ଥ ସୁରକ୍ଷିତ ଥିବା ନେଇ ରିଜର୍ଭ ବ୍ୟାଙ୍କ କହିସାରିଥିବାରୁ ଏହାକୁ ନେଇ ରାଜନୀତି ହେବା ଅନୁଚିତ୍ ବୋଲି ଶ୍ରୀ ଦାସବର୍ମା କହିଛନ୍ତି।
ଏହି ସାମ୍ବାଦିକ ସମ୍ମିଳନୀରେ ସାଂସଦ ସସ୍ମିତ ପାତ୍ର ଓ ଲୋପାମୁଦ୍ରା ବକ୍ସିପାତ୍ର ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos