ନିଖୋଜ ନାବାଳିକାର ମୃତଦେହ ଉଦ୍ଧାର, ଦୁଷ୍କର୍ମ ସନ୍ଦେହ

କେନ୍ଦୁଝର (ପ୍ରଣମ କୁମାର ପାଣି): ରାଜ୍ୟରେ ଗୋଟିଏ ପଟେ ମମତି ତାତା ଥମିନଥିବା ବେଳେ ଅଉ ଗୋଟିଏ ପଟେ କେନ୍ଦୁଝରରେ ଘଟିଛି ଅଘଟଣ। ଗତ ଦୁଇ ଦିନ ଧରି ନିଖୋଜ ଥିବା ନାବାଳିକାର ମିଳିଛି ମୃତେଦହ। କେନ୍ଦୁଝର ଜିଲ୍ଲା ସଦର ଥାନା ହଳାଦିଆ ଗୁଣା ଗାଁରେ ଘଟିଛି ଏଭଳି ଘଟଣା। ସୂଚନ ମୁତାବକ, ଗତ ୨୦ ତାରିଖ ଦିନ ଗାଁରେ ଏକ ନାଟକ ଦେଖିବାକୁ ପରିବାର ଲୋକଙ୍କ ସହ ନାବାଳିକା ଯାଇଥିଲା। ହେଲେ ଅଧାରୁ ନାବାଳିକ ଜଣକ […]

minor body rescue

minor body rescue

Madhupriya Mistry
  • Published: Saturday, 23 October 2021
  • Updated: 23 October 2021, 04:28 PM IST

କେନ୍ଦୁଝର (ପ୍ରଣମ କୁମାର ପାଣି): ରାଜ୍ୟରେ ଗୋଟିଏ ପଟେ ମମତି ତାତା ଥମିନଥିବା ବେଳେ ଅଉ ଗୋଟିଏ ପଟେ କେନ୍ଦୁଝରରେ ଘଟିଛି ଅଘଟଣ। ଗତ ଦୁଇ ଦିନ ଧରି ନିଖୋଜ ଥିବା ନାବାଳିକାର ମିଳିଛି ମୃତେଦହ। କେନ୍ଦୁଝର ଜିଲ୍ଲା ସଦର ଥାନା ହଳାଦିଆ ଗୁଣା ଗାଁରେ ଘଟିଛି ଏଭଳି ଘଟଣା।

ସୂଚନ ମୁତାବକ, ଗତ ୨୦ ତାରିଖ ଦିନ ଗାଁରେ ଏକ ନାଟକ ଦେଖିବାକୁ ପରିବାର ଲୋକଙ୍କ ସହ ନାବାଳିକା ଯାଇଥିଲା। ହେଲେ ଅଧାରୁ ନାବାଳିକ ଜଣକ କୁଆଡେ ନିଖୋଜ ହୋଇଯାଇଥିଲେ। ଝିଅକୁ ପାଖରେ ନପାଇ ମା' ବହୁ ଖୋଜାଖୋଜି କରିବା ପରେ ସ୍ୱାମୀଙ୍କୁ ଫୋନ୍‌ କରି ଜଣାଇଥିଲେ। ଶେଷରେ ନାବାଳିକା ଜଣକର କୌଣସି ଖୋଜଖବର ନମିଳିବା ପରେ ଗତକାଲି ପରିବାର ଲୋକେ ସଦର ଥାନାରେ ଅଭିଯୋଗ କରିଥିଲେ।

ଅଭିଯୋଗ ପାଇ ପୁଲିସ ମଧ୍ୟ ଗତକାଲି ଠାରୁ ଗାଁର ବିଭିନ୍ନ ଅଞ୍ଚଳ ଖୋଜିଥିଲା। ଆଜି ସକାଳେ ହଳଦିଆ ଗୁଣା ଗାଁର ଏକ ପଡିଆରୁ ନାବାଳିକାର ଅର୍ଦ୍ଧ ନଗ୍ନ ମୃତ ଦେହ ଉଦ୍ଧାର ହୋଇଥିଲା। ତେବେ ଉକ୍ତ ନାବାଳିକୁ କେହି ଦୁର୍ଷ୍କମ କରି ହତ୍ୟା କରିଥିବା ସନ୍ଦେହ କରାଯାଇଛି।

ସେପଟେ ନାବାଳିକାଙ୍କ ପରିବାର ଲୋକେ ଉଚିତ ତଦନ୍ତ ସହ ଯିଏ ତାଙ୍କ ଝିଅଙ୍କ ସହ ଏଭଳି କାଣ୍ଡ ଘଟାଇଛି ତାକୁ ଶୀଘ୍ର ଗିରଫ କରି ଦଣ୍ଡ ଦେବାକୁ ଦାବି କରିଛନ୍ତି। ଘଟଣା ସ୍ଥଳରେ ପୁଲିସର ବରିଷ୍ଠ ଅଧିକାରୀଙ୍କ ସହ ସାଇଷ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ବିଧାୟକ ମୋହନ ମାଝି ମଧ୍ୟ ଏହି ଘଟଣାକୁ ନିନ୍ଦା କରିବା ସହ ଶୀଘ୍ର ଦୋଷୀକୁ ଗିରଫ କରିବାକୁ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos