ଏସସିବିରେ ପଡ଼ିଛି ନାଇଜେରିଆ ନାଗରିକଙ୍କ ମୃତଦେହ, ୧୩ ଦିନ ହେଲା ହୋଇପାରୁନି ହସ୍ତାନ୍ତର

କଟକ(ଓଡ଼ିଶା ରିପୋର୍ଟର): ୧୩ ଦିନ ହେବ କଟକ ଏସସିବିର ଶବ ସଂରକ୍ଷଣ ଗୃହରେ ପଡ଼ି ରହିଛି ନାଇଜେରିଆ ନାଗରିକଙ୍କ ମୃତଦେହ। ଦୀର୍ଘ ଦିନ ହେବ ମୃତଦେହ ପଡ଼ି ରହିଥିବା ବେଳେ ତାହାକୁ  ହସ୍ତାନ୍ତର କରିବା ପ୍ରକ୍ରିୟା ଆଗେଇବାକୁ ଦେଖାଯାଉନି ତତ୍ପରତା।  ଏପରିକି ପ୍ରକ୍ରିୟା ବିଳମ୍ବ ହେଉଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଏନେଇ ଜାତୀୟ ମାନବାଧିକାର କମିଶନରେ ମାମଲା ବି ରୁଜୁ ହୋଇଛି  । ମୃତକ ହେଲେ ନାଇଜେରୀୟ ନାଗରିକ ଅଗଷ୍ଟିନ୍ ଓଡିପୋ  । ପ୍ରାୟ […]

dead-body

Niharika Rout
  • Published: Wednesday, 08 June 2022
  • , Updated: 08 June 2022, 11:08 AM IST

କଟକ(ଓଡ଼ିଶା ରିପୋର୍ଟର): ୧୩ ଦିନ ହେବ କଟକ ଏସସିବିର ଶବ ସଂରକ୍ଷଣ ଗୃହରେ ପଡ଼ି ରହିଛି ନାଇଜେରିଆ ନାଗରିକଙ୍କ ମୃତଦେହ। ଦୀର୍ଘ ଦିନ ହେବ ମୃତଦେହ ପଡ଼ି ରହିଥିବା ବେଳେ ତାହାକୁ  ହସ୍ତାନ୍ତର କରିବା ପ୍ରକ୍ରିୟା ଆଗେଇବାକୁ ଦେଖାଯାଉନି ତତ୍ପରତା।  ଏପରିକି ପ୍ରକ୍ରିୟା ବିଳମ୍ବ ହେଉଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଏନେଇ ଜାତୀୟ ମାନବାଧିକାର କମିଶନରେ ମାମଲା ବି ରୁଜୁ ହୋଇଛି  । ମୃତକ ହେଲେ ନାଇଜେରୀୟ ନାଗରିକ ଅଗଷ୍ଟିନ୍ ଓଡିପୋ  ।

ପ୍ରାୟ ୪ ବର୍ଷ ପୂର୍ବେ ସୁଦୂର ନାଇଜେରିଆରୁ ଅଗଷ୍ଟିନ୍ ଭାରତ ଆସିଥିଲେ। ଏକ ସାଇବର ଅପରାଧ ମାମଲାରେ ୨୦୧୯ ମସିହାରେ ସେ ପାଟଣାରେ ବନ୍ଧା ହୋଇଥିବା ବେଳେ ତାଙ୍କୁ ପୁରୀ ଅଣାଯାଇଥିଲା। ଏହାପରଠୁ  ୨୦୧୯  ଫେବୃଆରୀ ୧୧ ତାରିଖରରୁ ସେ ପୁରୀ ଜେଲରେ ବିଚାରାଧୀନ କଏଦୀ ଭାବେ ଥିଲେ ।

ଗତ ୨୬ ତାରିଖରେ ହଠାତ୍‌ ଅଗଷ୍ଟିନ୍ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ପ୍ରଥମେ ପୁରୀ ମେଡିକାଲ ଓ ପରେ କଟକ ଏସସିବି ଅଣାଯାଇଥିଲା। କଟକରା ଚିକିତ୍ସାଧୀନ ଅବସ୍ଥାରେ ଗତ ୨୬ ତାରିଖରେ ତାଙ୍କ ମୃତ୍ୟୁ ଘଟିଛି।  ସେବେଠୁ ହସ୍ପିଟାଲ ଶବ ସଂରକ୍ଷଣ ଗୃହରେ ତାଙ୍କର ମୃତଦେହ ପଡି ରହିଛି । ମୃତ୍ୟୁର ପ୍ରାୟ ୧୩ ଦିନ ପରେ ବି ମୃତଦେହକୁ ଦିଲ୍ଲୀ ପଠାଇବାକୁ ଏଯାଏଁ ଅନୁମତି ମିଳିପାରୁନି ।

ସେପଟେ ନାଇଜେରିଆ ନାଗରିକଙ୍କ ଚିକିତ୍ସା ତଥା ମୃତଦେହ ହସ୍ତାନ୍ତର କରିବାରେ  ପ୍ରଶାସନିକ ଅବହେଳା ଅଭିଯୋଗ ଆଣି  ଜାତୀୟ ମାନବାଧିକାର କମିଶନରର ଦ୍ୱାରସ୍ଥ ହୋଇଛନ୍ତି ମାନବାଧିକାର କର୍ମୀ । ଏନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଥିବା ବେଳେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖାଯାଇଛି। । ସେଠାରୁ କେହି ନ ଆସିଲେ ମୃତଦେହ ହସ୍ତାନ୍ତର କରିହେବନି ବୋଲି କହିଛନ୍ତି ଜେଲ୍ ଡିଆଇଜି   ଶୁଭକାନ୍ତ ମହାପାତ୍ର ।

Related story