ଆଳୁ ଓ ପିଆଜକୁ ନେଇ କେନ୍ଦ୍ରର ନିଷ୍ପତ୍ତି: ଦ୍ୱନ୍ଦ୍ୱରେ ରାଜ୍ୟ ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଳୁ ଓ ପିଆଜକୁ ଅତ୍ୟାବଶ୍ୟକ ସାମଗ୍ରୀରୁ ବାଦ୍ ଦିଆଯିବା ପ୍ରସଙ୍ଗକୁ ନେଇ ରାଜ୍ୟ ସରକାର ଦ୍ୱନ୍ଦ୍ୱରେ ଥିବା ଜଣାପଡ଼ିଛି। କେନ୍ଦ୍ର କ୍ୟାବିନେଟ୍ ଗତକାଲି ଆଳୁ ଓ ପିଆଜକୁ ଅତ୍ୟାବଶ୍ୟକ ସାମଗ୍ରୀରୁ ବାଦ୍ ଦେବାପରେ ଆଜି ରାଜ୍ୟ ଖାଦ୍ୟଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଦେଇଥିବା ବୟାନ ପରୋକ୍ଷରେ ରାଜ୍ୟ ସରକାରଙ୍କ ଅସ୍ପଷ୍ଟ ଆଭିମୁଖ୍ୟକୁ ଉଜାଗର କରିଛି। ମନ୍ତ୍ରୀ ଶ୍ରୀ ସ୍ୱାଇଁ ସିଧାସଳଖ କିଛି କହିନଥିଲେ ମଧ୍ୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, କେନ୍ଦ୍ର […]

onion and patato

Manoranjan Sial
  • Published: Thursday, 04 June 2020
  • , Updated: 04 June 2020, 09:46 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଳୁ ଓ ପିଆଜକୁ ଅତ୍ୟାବଶ୍ୟକ ସାମଗ୍ରୀରୁ ବାଦ୍ ଦିଆଯିବା ପ୍ରସଙ୍ଗକୁ ନେଇ ରାଜ୍ୟ ସରକାର ଦ୍ୱନ୍ଦ୍ୱରେ ଥିବା ଜଣାପଡ଼ିଛି। କେନ୍ଦ୍ର କ୍ୟାବିନେଟ୍ ଗତକାଲି ଆଳୁ ଓ ପିଆଜକୁ ଅତ୍ୟାବଶ୍ୟକ ସାମଗ୍ରୀରୁ ବାଦ୍ ଦେବାପରେ ଆଜି ରାଜ୍ୟ ଖାଦ୍ୟଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଦେଇଥିବା ବୟାନ ପରୋକ୍ଷରେ ରାଜ୍ୟ ସରକାରଙ୍କ ଅସ୍ପଷ୍ଟ ଆଭିମୁଖ୍ୟକୁ ଉଜାଗର କରିଛି।

ମନ୍ତ୍ରୀ ଶ୍ରୀ ସ୍ୱାଇଁ ସିଧାସଳଖ କିଛି କହିନଥିଲେ ମଧ୍ୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି। ଚାଷୀର ସ୍ୱାର୍ଥ ରହିବ କି ନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି। ଖାଉଟିଙ୍କ ଉପରେ ବୋଝ ପଡ଼ିବ ବୋଲି କୁହାଯାଉଛି। କର୍ପୋରେଟ କମ୍ପାନୀର ବଜାୟ ପ୍ରବେଶ ସହଜ ହେବ। ଦରଦାମ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣରେ ରହିବ ନାହିଁ। ନିଷ୍ପତ୍ତି ନେଇ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଛି । କେନ୍ଦ୍ର ସରକାରଙ୍କଠୁ ସମ୍ପୂର୍ଣ୍ଣ ତଥ୍ୟ ଆସିବାପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।

ସେହିପରି କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ରାଜ୍ୟ କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ସୁରେଶ ରାଉତରାୟ କହିଛନ୍ତି ଯେ, ଏଭଳି ନିଷ୍ପତ୍ତିରୁ କେବଳ ବେପାରୀ ଲାଭ ପାଇବେ । ଦରବୃଦ୍ଧି ପାଇବ। ଖାଉଟି ହନ୍ତସନ୍ତ ହେବେ। ଆଳୁ ପିଆଜରେ ହିଁ ଗରିବ ବଞ୍ଚେ। ଦିନକ ଭିତରେ ଆଳୁ ଓ ପିଆଜ ୧୦ଟଙ୍କା ବଢ଼ିଲାଣି। ତେଣୁ ଏହାକୁ ଅତ୍ୟାବଶ୍ୟକ ସାମଗ୍ରୀରୁ ବାଦ୍ ଦିଆନଯାଉ ବୋଲି ସେ ଦାବି କରିଛନ୍ତି।

Related story