ଧୋଇଗଲା ମାଲକାନଗିରି-ଜୟପୁର ରାସ୍ତା, ଯୋଗାଯୋଗ ଠପ୍‌

Ordigital Desk
  • Published: Tuesday, 21 August 2018
  • , Updated: 21 August 2018, 06:07 AM IST
<p>ମାଲକାନଗିରି(ଜିତେନ୍ଦ୍ର ବେଉରା): ବର୍ଷା ଯୋଗୁ ମାଲକାନଗିରି ଜିଲ୍ଲାର ସ୍ଥିତି ଗମ୍ଭୀର ହୋଇପଡ଼ିଛି। ପାଙ୍ଗାମ ନଦୀରେ ବନ୍ୟା ପାଣି ଆସି ମାଲକାନଗିରି-ଜୟପୁର ରାସ୍ତା ଧୋଇଯିବାରୁ ଯୋଗାଯୋଗ ଠପ୍&zwnj; ହୋଇଯାଇଛି।</p> <p>ସାରକୁବନ୍ଧ ନଦୀ କୂଳ ଲଙ୍ଘି ରାଲେଗଡ଼ ଓ ଧୂଳିପୁଟ ପଞ୍ଚାୟତ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ଏହି ନଦୀରେ ନିର୍ମାଣାଧୀନ ଝୁଲା ପୋଲ କାମ ଶେଷ ନ ହେବାରୁ ଯାତାୟତରେ ବାଧା ସୃଷ୍ଟି ହେଉଛି।</p> <p>ସେହଭଳି ଖଇରପୁଟ କଲଭର୍ଟ ଭାସି ଯାଇଥିବାରୁ ୩ଟି ଗାଁ ସହ ଯୋଗାଯୋଗ ହୋଇପାରୁନାହିଁ।</p>

Related story