ଏଣିକି ୱେବସାଇଟ୍‌ରେ ମିଳିବ କରୋନା ଟେଷ୍ଟ ରିପୋର୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଏଣିକି ୱେବସାଇଟ୍‌ରେ ମିଳିବ କରୋନା ଟେଷ୍ଟ ରିପୋର୍ଟ। ଶୀଘ୍ର ଓ ସୁବିଧାରେ ରିପୋର୍ଟ ଜାଣିବା ପାଇଁ ୱେବସାଇଟରେ ମିଳିବ ରିପୋର୍ଟ। ଉଭୟ ଆଣ୍ଟିଜେନ ଓ RTPCR ଟେଷ୍ଟ ରିପୋର୍ଟ ୱେବସାଇଟରେ ମିଳିବ। ନୂଆ ବ୍ୟବସ୍ଥା ନେଇ ସୂଚନା ପ୍ରଯୁକ୍ତି ସଚିବ ମନୋଜ ମିଶ୍ର ସୂଚନା ଦେଇଛନ୍ତି। ରାଜ୍ୟ କୋଭିଡ ଡ୍ୟାସବୋର୍ଡ ଓ କୋଭିଡ଼ ୧୯ ୱେବସାଇଟରେ ବ୍ୟବସ୍ଥା ରହିବ। ଏଥିପାଇଁ ୱେବସାଇଟକୁ ଯାଇ ନୋ ୟୋର ଟେଷ୍ଟ ରିପୋର୍ଟକୁ କ୍ଲିକ କରିବାକୁ ପଡ଼ିବ। ସେଠି ସାମ୍ପଲ […]

corona-in-odisha

Tapas Behera
  • Published: Saturday, 22 May 2021
  • , Updated: 22 May 2021, 05:04 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଏଣିକି ୱେବସାଇଟ୍‌ରେ ମିଳିବ କରୋନା ଟେଷ୍ଟ ରିପୋର୍ଟ। ଶୀଘ୍ର ଓ ସୁବିଧାରେ ରିପୋର୍ଟ ଜାଣିବା ପାଇଁ ୱେବସାଇଟରେ ମିଳିବ ରିପୋର୍ଟ। ଉଭୟ ଆଣ୍ଟିଜେନ ଓ RTPCR ଟେଷ୍ଟ ରିପୋର୍ଟ ୱେବସାଇଟରେ ମିଳିବ। ନୂଆ ବ୍ୟବସ୍ଥା ନେଇ ସୂଚନା ପ୍ରଯୁକ୍ତି ସଚିବ ମନୋଜ ମିଶ୍ର ସୂଚନା ଦେଇଛନ୍ତି। ରାଜ୍ୟ କୋଭିଡ ଡ୍ୟାସବୋର୍ଡ ଓ କୋଭିଡ଼ ୧୯ ୱେବସାଇଟରେ ବ୍ୟବସ୍ଥା ରହିବ।

ଏଥିପାଇଁ ୱେବସାଇଟକୁ ଯାଇ ନୋ ୟୋର ଟେଷ୍ଟ ରିପୋର୍ଟକୁ କ୍ଲିକ କରିବାକୁ ପଡ଼ିବ। ସେଠି ସାମ୍ପଲ ଦେଲା ବେଳେ ଦେଇଥିବା ନିଜ ମୋବାଇଲ ନମ୍ବର ଦେବାକୁ ପଡ଼ିବ। ମୋବାଇଲ ନମ୍ବର ଦେଲା ପରେ ଆପଣଙ୍କ ନମ୍ବରକୁ ଏକ OTP ଆସିବ। OTP ନମ୍ବର ଦେଇ ସବମିଟ୍ କଲା ପରେ ଟେଷ୍ଟ ରିପୋର୍ଟ ଦେଖାଯିବ।

ତେବେ ପୂର୍ବରୁ ଘରେ ନିଜର କରୋନା ଟେଷ୍ଟ କରିବାକୁ ଆବଶ୍ୟକ କିଟ୍‌କୁ ଆଇସିଏମଆର ଗ୍ରୀନ ସିଗ୍ନାଲ ଦେଇଛି। ଏହାର ଅର୍ଥ ଲୋକମାନେ ଏଣିକି ଘରେ ବସି ନିଜର କରୋନା ଟେଷ୍ଟ କରିପାରିବେ। ଦ୍ରୁତ ଆଣ୍ଟିଜେନ୍ ଟେଷ୍ଟ ପାଇଁ ଆଇସିଏମଆର ଗୋଟିଏ ଟେଷ୍ଟ କିଟକୁ ଅନୁମୋଦନ ଦେଇଛି। ଏହି କିଟ୍ ଜରିଆରେ ଲୋକମାନେ ଘରେ ନାକ ବାଟେ ନିଜର କରୋନା ପରୀକ୍ଷା ପାଇଁ ନମୁନା ନେଇପାରିବେ। ଏଥିପାଇଁ ଆଇସିଏମଆର ଏକ ନୂତନ ଗାଇଡଲାଇନ ଜାରି କରିଛି।

Related story