ଶ୍ରମିକଙ୍କ ଦୈନିକ ମଜୁରୀ ବଢ଼ିଲା, କେତେ ପଢ଼ନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ସବୁ ଶ୍ରେଣୀ ଶ୍ରମିକଙ୍କ ଦୈନିକ ମଜୁରୀ ୫ ଟଙ୍କା ୪୦ ବଢ଼ାଇଲେ ରାଜ୍ୟ ସରକାର। ଅଣକୁଶଳୀ ଶ୍ରମିକଙ୍କ ମଜୁରୀ ହେଲା ୩୦୩ ଟଙ୍କା ୪୦ ପଇସା। ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ମଜୁରୀ ହେଲା ୩୪୩ ଟଙ୍କ ୪୦ ପଇସା। କୁଶଳୀ ଶ୍ରମିକଙ୍କ ମଜୁରୀ ହେଲା ୩୯୩ ଟଙ୍କା ୪୦ ପଇସା। ଅତିକୁଶଳୀ ଶ୍ରମିକଙ୍କ ମଜୁରୀ ବଢି ହେଲା ୪୫୩ ଟଙ୍କା ୪୦ ପଇସା। ଏହା ଦ୍ୱାରା ମଜୁରୀଆଙ୍କ ଆର୍ଥିକ ମେରୁଦଣ୍ଡ ସୁଦୃଢ଼ ହେବ। ସୂଚନାରୁ ପ୍ରକାଶ, […]

wages

Manoranjan Sial
  • Published: Thursday, 23 July 2020
  • , Updated: 23 July 2020, 09:49 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ସବୁ ଶ୍ରେଣୀ ଶ୍ରମିକଙ୍କ ଦୈନିକ ମଜୁରୀ ୫ ଟଙ୍କା ୪୦ ବଢ଼ାଇଲେ ରାଜ୍ୟ ସରକାର। ଅଣକୁଶଳୀ ଶ୍ରମିକଙ୍କ ମଜୁରୀ ହେଲା ୩୦୩ ଟଙ୍କା ୪୦ ପଇସା। ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ମଜୁରୀ ହେଲା ୩୪୩ ଟଙ୍କ ୪୦ ପଇସା। କୁଶଳୀ ଶ୍ରମିକଙ୍କ ମଜୁରୀ ହେଲା ୩୯୩ ଟଙ୍କା ୪୦ ପଇସା। ଅତିକୁଶଳୀ ଶ୍ରମିକଙ୍କ ମଜୁରୀ ବଢି ହେଲା ୪୫୩ ଟଙ୍କା ୪୦ ପଇସା। ଏହା ଦ୍ୱାରା ମଜୁରୀଆଙ୍କ ଆର୍ଥିକ ମେରୁଦଣ୍ଡ ସୁଦୃଢ଼ ହେବ।

ସୂଚନାରୁ ପ୍ରକାଶ, ମହାମାରୀ ‘କରୋନା’ ସମୟରେ ପ୍ରବାସୀ ଶ୍ରମିକଙ୍କୁ ଏମ୍‌ଜିଏନ୍‌ଆର୍‌ଏସ୍‌ରେ ଶ୍ରମ ଦିବସ ସୃଷ୍ଟି କରାଯାଇଥିଲା। ହେଲେ ପ୍ରବାସୀଙ୍କ ପାଇଁ ସନ୍ତୋଷ ଜନକ ନୁହେଁ। ଅନ୍ୟପକ୍ଷରେ ଗାଁରେ ଯେଉଁ କାମ କରୁଛନ୍ତି, ସେଥିରୁ ପେଟ ପୋଷିବା କଷ୍ଟକର ହେଉଛି। ଯେଉଁଥିପାଇଁ ଅନେକ ଶ୍ରମିକ ରାଜ୍ୟ ଛାଡ଼ି ପଳାଇ ଯାଉଥିବା ଦେଖିବାକୁ ମିଳୁଛି। ଏହାକୁ ଦେଇ ଆଜି ରାଜ୍ୟ ସରକାର ମଜୁରୀ ବଢ଼ାଇଛନ୍ତି।

Related story