ବରଗଛ ତଳେ ଆଶ୍ରୟ ନେଇଥିବା କୋଭିଡ ଆକ୍ରାନ୍ତଙ୍କୁ ହସ୍ପିଟାଲ ପଠାଇଲା  ସ୍ୱାସ୍ଥ୍ୟ ବିଭାଗ

ଧର୍ମଗଡ଼(ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲାରେ ଜଣେ କୋଭିଡ ଆକ୍ରାନ୍ତ ଯୁବକଙ୍କୁ ଉଦ୍ଧାର କରି କୋଭିଡ ହସ୍ପିଟାଲ କୁ ପଠାଇଛି ସ୍ୱାସ୍ଥ୍ୟ ବିଭାଗ । କୋକସରା ବ୍ଲକ ଡାଲଗୁମା ପଞ୍ଚୟତ ଛିଲିପାମାଲ ଗ୍ରାମର ଜଣେ ଯୁବକ କ୍ଷୀରୋଦ ନାଏକ ନିଜ ମା’ କୁ ଚିକିତ୍ସା ପାଇଁ କିଛିଦିନ ତଳେ ଭବାନୀପାଟଣା ସରକାରୀ ହସ୍ପିଟାଲରେ ନେଇ ଭର୍ତ୍ତି କରିଥିଲେ। ଏହା ମଧ୍ୟରେ ଗତ ୨୮ ତାରିଖ ଦିନ ସେ କୋଭିଡ ଆକ୍ରାନ୍ତ ହୋଇଥିବା ଜଣାପଡିବା ପରେ ସେ ନିଜ ଗାଁ […]

hnm

hnm

Tapas Behera
  • Published: Sunday, 02 May 2021
  • Updated: 02 May 2021, 03:36 PM IST

Sports

Latest News

ଧର୍ମଗଡ଼(ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲାରେ ଜଣେ କୋଭିଡ ଆକ୍ରାନ୍ତ ଯୁବକଙ୍କୁ ଉଦ୍ଧାର କରି କୋଭିଡ ହସ୍ପିଟାଲ କୁ ପଠାଇଛି ସ୍ୱାସ୍ଥ୍ୟ ବିଭାଗ । କୋକସରା ବ୍ଲକ ଡାଲଗୁମା ପଞ୍ଚୟତ ଛିଲିପାମାଲ ଗ୍ରାମର ଜଣେ ଯୁବକ କ୍ଷୀରୋଦ ନାଏକ ନିଜ ମା’ କୁ ଚିକିତ୍ସା ପାଇଁ କିଛିଦିନ ତଳେ ଭବାନୀପାଟଣା ସରକାରୀ ହସ୍ପିଟାଲରେ ନେଇ ଭର୍ତ୍ତି କରିଥିଲେ। ଏହା ମଧ୍ୟରେ ଗତ ୨୮ ତାରିଖ ଦିନ ସେ କୋଭିଡ ଆକ୍ରାନ୍ତ ହୋଇଥିବା ଜଣାପଡିବା

ପରେ ସେ ନିଜ ଗାଁ କୁ ଫେରି ଆସିଥିଲେ। ତେବେ   ନିଜ ଘରେ ରହିବା ପାଇଁ କୌଣସି ବ୍ୟବସ୍ଥା ନ ଥିବାରୁ ଗାଁ ମୁଣ୍ଡ ଏକ ବରଗଛ ତଳେ ଗତ ୩ ଦିନ ହେବ ରହି ଆସୁଥିଲେ । ଏହି ଅଭାବନୀୟ ଘଟଣା ଲୋକଲୋଚନକୁ ଆସିବା ପରେ କୋକସରା ସ୍ୱାସ୍ଥ୍ୟ ବିଭାଗ ତତ୍ପରତା ଦେଖାଇ ଆଜି ଯୁବକଙ୍କୁ ଉଦ୍ଧାର କରି ପର୍ଲା କୋଭିଡ ହସ୍ପିଟାଲକୁ ପଠାଇଥିବା ଦେଖିବାକୁ ମିଳିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos