ଜମାକାରୀ ଟଙ୍କା ଫେରାଇବାର ସ୍ୱପ୍ନ ଦେଖାଇ ଭଣ୍ଡାଇଦେଲେ ସରକାର!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଧାରୁ ଅଟକି ଗଲା କି ଚିଟ୍‌ପଣ୍ଡ ତଦନ୍ତ କମିଶନ? କାର୍ଯ୍ୟକାଳ ପୂରିବାର ମାସେ ହୋଇଥିଲେ ମଧ୍ୟ ସରକାର ଚୁପ୍। ତେଣୁ କାର୍ଯ୍ୟକାଳ ଆଉ ବଢିବ ନା ନାହିଁ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଣେ ତଦନ୍ତ କମିଶନଙ୍କ କାର୍ଯ୍ୟକାଳ ସରିଯାଇଥିବାରୁ ଆଉ ଶୁଣାଣି ହେବନି ବୋଲି ବିଜ୍ଞପ୍ତି ଜାରି କରିଛନ୍ତି କମିଶନଙ୍କ ସଚିବ। ଫଳରେ ଅନିଶ୍ଚିତତା ଭିତରେ ରହିଯାଇଛି ଜମାକାରୀଙ୍କ ଭାଗ୍ୟ। ଗରିବ ଖଟିଖିଆଙ୍କ ଝାଳବୁହା ଧନକୁ ଲୁଟିନେଲେ ଚିଟ୍‌ଫଣ୍ଡ ସଂସ୍ଥା। […]

chitfund.jpg11111

Manoranjan Sial
  • Published: Wednesday, 04 March 2020
  • , Updated: 04 March 2020, 08:59 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଧାରୁ ଅଟକି ଗଲା କି ଚିଟ୍‌ପଣ୍ଡ ତଦନ୍ତ କମିଶନ? କାର୍ଯ୍ୟକାଳ ପୂରିବାର ମାସେ ହୋଇଥିଲେ ମଧ୍ୟ ସରକାର ଚୁପ୍। ତେଣୁ କାର୍ଯ୍ୟକାଳ ଆଉ ବଢିବ ନା ନାହିଁ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଣେ ତଦନ୍ତ କମିଶନଙ୍କ କାର୍ଯ୍ୟକାଳ ସରିଯାଇଥିବାରୁ ଆଉ ଶୁଣାଣି ହେବନି ବୋଲି ବିଜ୍ଞପ୍ତି ଜାରି କରିଛନ୍ତି କମିଶନଙ୍କ ସଚିବ। ଫଳରେ ଅନିଶ୍ଚିତତା ଭିତରେ ରହିଯାଇଛି ଜମାକାରୀଙ୍କ ଭାଗ୍ୟ।

ଗରିବ ଖଟିଖିଆଙ୍କ ଝାଳବୁହା ଧନକୁ ଲୁଟିନେଲେ ଚିଟ୍‌ଫଣ୍ଡ ସଂସ୍ଥା। ଏନେଇ ଅଭିଯୋଗ ହେବା ପରେ ସରକାର ଗଠନ କରିଥିଲେ ଚିଟ୍‌ଫଣ୍ଡ କମିଶନ। ଏହା ପରେ କମିଶନଙ୍କ କାର୍ଯ୍ୟାଳୟକୁ ଆସିଥିଲା ହଜାର ହଜାର ସତ୍ୟପାଠ। ପ୍ରଥମ ଦଫାରେ ଆସିଥିବା ୮ ଲକ୍ଷ ୯୬ ହଜାର ସତ୍ୟାପାଠରୁ ୪ ଲକ୍ଷ ୯୭ ହଜାର କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରି ଟଙ୍କା ଫେରାଇବାକୁ ସରକାରଙ୍କୁ ସୁପାରିଶ କରିଥିଲେ କମିଶନ। ଦ୍ୱିତୀୟ ଦଫାରେ କମିଶନଙ୍କ ପାଖକୁ ୭ ଲକ୍ଷରୁ ଅଧିକ ସତ୍ୟପାଠ ଆସିଥିଲା। ଏହା ଭିତରେ କମିଶନ ସରକାରଙ୍କୁ ୭ଟି ଅନ୍ତରୀଣ ରିପୋର୍ଟ ଦେଇଛନ୍ତି।

ତେବେ ୨୦୧୩ ଜୁଲାଇ ୯ରୁ ଚିଟଫଣ୍ଡ କମିଶନ ଗଠନ ହୋଇଥିଲେ ମଧ୍ୟ ୨୦୧୯ରେ ଟର୍ମ ଅଫ୍‌ ରେଫରେନ୍ସକୁ ବଦଳାଇ କେବଳ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରିବାକୁ କହିଥିଲେ ସରକାର। ତେବେ କମିଶନ କରିଥିବା ସୁପାରିଶ ଆଧାରରେ କେତେ କ୍ଷୁଦ୍ର ଜମାକାରୀଙ୍କୁ ସରକାର ଟଙ୍କା ଫେରାଇଛନ୍ତି, ତାର ଉତ୍ତର କେହି ଦେଉନାହାଁନ୍ତି। ସେପଟେ କମିଶନଙ୍କ ତଦନ୍ତ ବନ୍ଦ ହେବା ପରେ ଜମାକାରୀଙ୍କର ଯାହା ଟିକକ ଆଶା ଥିଲା, ତାହା ମଉଳି ଯାଇଛି। ଏପଟେ କମିଶନଙ୍କ ତଦନ୍ତ ବନ୍ଦ ହେବା ପରେ ସରକାରଙ୍କୁ ନିଶାନା କରିଛନ୍ତି ବିରୋଧୀ।

କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଟଙ୍କା ଫେରାଇବା ପାଇଁ ୨୦୧୩ ଜୁଲାଇ ୧୦ରେ ୩୦୦ କୋଟି ଟଙ୍କାର କର୍ପସ ଫଣ୍ଡ ଗଠନ କରିଥିଲେ ସରକାର। ଠକ ସଂସ୍ଥାଙ୍କ ସଂପତ୍ତି ନିଲାମ କରି ମଧ୍ୟ ଟଙ୍କା ଫେରାଇବାକୁ କହିଥିଲେ। ତେବେ ଏପର୍ଯ୍ୟନ୍ତ କେତେ ଜମାକାରୀ ଟଙ୍କା ଫେରସ୍ତ ପାଇଛନ୍ତି ସେ ହିସାବ ଦେଉନାହାଁନ୍ତି ସରକାର। ଏପଟେ କ୍ଷତିଗ୍ରସ୍ତ ଜମାକାରୀ ମିଳିତ ମଞ୍ଚ ଆସନ୍ତା କାଲିଠାରୁ ବିଧାୟକଙ୍କ  ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେବାକୁ ନିଷ୍ପତ୍ତି ନେବା ପାଇଁ ସରକାରଙ୍କୁ ୭ ଦିନର ମହଲତ ଦେଇଛି। ଏନେଇ ସୂଚନା ଦେଇଛନ୍ତି କ୍ଷତିଗ୍ରସ୍ତ ଜମାକାରୀ ମିଳତ ମଞ୍ଚ ଆବାହକ ଜୟନ୍ତ ଦାସ।

୭ ବର୍ଷର ତଦନ୍ତ ବେଳେ କମିଶନଠାବ କରିଥିବା ୯୮୦ ଚିଟଫଣ୍ଡ ସଂସ୍ଥାରୁ ପ୍ରାୟ ୬ ଶହର ପତ୍ତା ମିଳୁନି।  ତେବେ କମିଶନଙ୍କ ମାଧ୍ୟମରେ କେବଳ ୧୯୩୧ ଜଣଙ୍କୁ ଟଙ୍କା ଫେରସ୍ତ କରିଛନ୍ତି କିଛି ଚିଟ୍‌ଟଫଣ୍ଡ ସଂସ୍ଥା।

Related story