ଶଙ୍କରାଚାର୍ଯ୍ୟଙ୍କ ବିରୋଧ ପରେ ପୁରୀ ବେଳାଭୂମିରେ ମଦ ବାର ଖୋଲିବା ନିଷ୍ପତ୍ତିରୁ ଓହରିଲେ ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୋଆ ଓ ଥାଇଲ୍ୟାଣ୍ଡ ଢାଂଚାରେ ଓଡ଼ିଶାର ସମୁଦ୍ର ବେଳାଭୂମିରେ ମଦ ବାର ଓ ରେଷ୍ଟୁରାଣ୍ଟ(ବିଚ୍ ସାକ୍ସ) ଖୋଲିବାକୁ ପୁରୀ ଶଙ୍କରାଚାର୍ଯ୍ୟଙ୍କ ସମେତ ବିଭିନ୍ନ ସଂଗଠନ ତୀବ୍ର ବିରୋଧ କରିବା ପରେ ରାଜ୍ୟ ସରକାର ନିଜ ନିଷ୍ପତ୍ତିର ପୁନର୍ବିଚାର କରିଛନ୍ତି। ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ ବେଳାଭୂମିରେ କୌଣସି ପ୍ରକାରର ବିଚ୍ ସାକ୍ସ ଖୋଲାଯିବ ନାହିଁ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତ। ଏହାସହିତ ପୁରୀ ବେଳାଭୂମିରେ ଏଭଳି ବିଚ୍ ସାକ୍ସ ଖୋଲିବା ପାଇଁ ନୀତିଗତ ନିଷ୍ପତ୍ତି ନେଇଥିବା […]

sea

Ordigital Desk
  • Published: Thursday, 29 July 2021
  • , Updated: 30 July 2021, 11:29 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୋଆ ଓ ଥାଇଲ୍ୟାଣ୍ଡ ଢାଂଚାରେ ଓଡ଼ିଶାର ସମୁଦ୍ର ବେଳାଭୂମିରେ ମଦ ବାର ଓ ରେଷ୍ଟୁରାଣ୍ଟ(ବିଚ୍ ସାକ୍ସ) ଖୋଲିବାକୁ ପୁରୀ ଶଙ୍କରାଚାର୍ଯ୍ୟଙ୍କ ସମେତ ବିଭିନ୍ନ ସଂଗଠନ ତୀବ୍ର ବିରୋଧ କରିବା ପରେ ରାଜ୍ୟ ସରକାର ନିଜ ନିଷ୍ପତ୍ତିର ପୁନର୍ବିଚାର କରିଛନ୍ତି। ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ ବେଳାଭୂମିରେ କୌଣସି ପ୍ରକାରର ବିଚ୍ ସାକ୍ସ ଖୋଲାଯିବ ନାହିଁ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତ। ଏହାସହିତ ପୁରୀ ବେଳାଭୂମିରେ ଏଭଳି ବିଚ୍ ସାକ୍ସ ଖୋଲିବା ପାଇଁ ନୀତିଗତ ନିଷ୍ପତ୍ତି ନେଇଥିବା ରାଜ୍ୟ ପର୍ଯ୍ୟଟନ ବିଭାଗର ସଚିବଙ୍କୁ ମଧ୍ୟ ବଦଳି କରାଯାଇଛି। ଅବଶ୍ୟ ତୃତୀୟ ମହଲାର କୋର ଟିମ୍ ସଦସ୍ୟ ହୋଇଥିବାରୁ ପର୍ଯ୍ୟଟନ ସଚିବ ବିଶାଳ ଦେବଙ୍କୁ ସେଠାରୁ ହଟାଇ ଦିଆଯାଇ ଅର୍ଥ ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଅବସ୍ଥାପିତ କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ପୁରୀ ବେଳାଭୂମିରେ ଏହି ମଦ ବାର ଖୋଲିବା ନିଷ୍ପତ୍ତିକୁ ବିରୋଧ ପରେ ତୃତୀୟ ମହଲା ତୁରନ୍ତ ଏକ ବୈଠକ ଡାକି ଟେଣ୍ଡର ସଂଶୋଧନ କରିବାକୁ ପର୍ଯ୍ୟଟନ ବିଭାଗକୁ ନିର୍ଦ୍ଦେଶ ଦେଇଛି। ଏହି କ୍ରମରେ ଆସନ୍ତାକାଲି (ଶୁକ୍ରବାର) ଅପରାହ୍ଣରେ ପର୍ଯ୍ୟଟନ ବିଭାଗ ଏକ ଉଚ୍ଚ ସ୍ତରୀୟ ବୈଠକ ଡାକି ଟେଣ୍ଡର ପ୍ରକ୍ରିୟାରେ ସଂଶୋଧନ କରିବ ବୋଲି ଜଣାପଡ଼ିଛି।

ହିନ୍ଦୁମାନଙ୍କ ଆଧ୍ୟାତ୍ମିକ ସହର ଭାବେ ପରିଚିତ ପୁରୀରେ ଶ୍ରୀଜଗନ୍ନାଥ ମନ୍ଦିର ଥିବା ଯୋଗୁ ସେଠାର ବେଳାଭୂମିରେ ଏଭଳି ବିଚ୍ ସାକ୍ସ(ମଦ ବାର ଓ ରେଷ୍ଟୁରାଂଟ) ଖୋଲିବା ନିଷ୍ପତ୍ତି ଉତ୍କଳୀୟ ଓ ଜଗନ୍ନାଥ ସଂସ୍କୃତିକୁ କଳୁଷିତ କରୁଛି ତଥା ଏହା ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। ରାଜ୍ୟର ଛୋଟବଡ଼ ୨୫ଟି ସଂଗଠନ ମଧ୍ୟ ପୁରୀ ବେଳାଭୂମିରେ ମଦ ବାର ଖୋଲା ନିଷ୍ପତ୍ତିକୁ ତୀବ୍ର ବିରୋଧ କରି ପୁରୀ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି । ଏପଟେ ପୁରୀ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀଜଗନ୍ନାଥଙ୍କ କ୍ଷେତ୍ରରେ ମଦର ଏଭଳି ପ୍ରସାରକୁ ମଧ୍ୟ ବିରୋଧ କରିଛନ୍ତି।

ଲୋକଙ୍କ ଧାର୍ମିକ ଭାବାବେଗ ସହ ଜଡ଼ିତ ଏହି ପ୍ରସଙ୍ଗ ଭବିଷ୍ୟତରେ ଅଧିକ ତୀବ୍ର ରୂପ ଧାରଣ କରିବାର ଆଶଙ୍କା କରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରବରିଆ ଭାବେ ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ ବେଳାଭୂମିରେ ହେବାକୁ ଥିବା ୫ଟି ବିଚ୍ ସାକ୍ସ ଖୋଲା ନିଷ୍ପତ୍ତିକୁ ତୁରନ୍ତ ରଦ୍ଦ କରିବା ନିମନ୍ତେ ପର୍ଯ୍ୟଟନ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଏହାସହିତ ପର୍ଯ୍ୟଟନ ବିଭାଗର ସଚିବ ବିଶାଳ ଦେବଙ୍କୁ ମଧ୍ୟ ବଦଳି କରି ଦିଆଯାଇଛି।

ସୂଚନାଯୋଗ୍ୟ, ପୁରୀ ସମେତ ରାଜ୍ୟର ୬ଟି ବେଳାଭୂମିରେ ୨୦ଟି ବିଚ୍ ସାକ୍ସ ଖୋଲିବା ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ମାଧ୍ୟମରେ ଟେଣ୍ଡର ଡକାଯାଇଛି। ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭରେ ବେଳାଭୂମିରେ ୫ଟି ବିଚ୍ ସାକ୍ସ ଟେଣ୍ଡର ଡକାଯାଇଥିଲା।

Related story