କୋଭିଡ୍ : ଶିଶୁଙ୍କ ଯତ୍ନ ପାଇଁ ସରକାର ଜାରି କଲେ ହେଲପଲାଇନ୍ ନମ୍ବର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନାର ଦ୍ୱିତୀୟ ପର୍ଯ୍ୟାୟ ଲହରରେ ଅନେକ ପରିବାରରେ ପିତାମାତା କୋଭିଡ୍ ସଂକ୍ରମିତ ହୋଇ ପ୍ରାଣ ହରାଇବା ଅବା ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଯୋଗୁ ସେମାନଙ୍କ ପିଲାମାନେ ଅନାଥ ଓ ଅସହାୟ ହୋଇପଡ଼ୁଛନ୍ତି। କୋଭିଡ୍ ସଂକ୍ରମିତ ପରିବାରର ଏହି ଶିଶୁମାନଙ୍କୁ ରଖିବା ପାଇଁ କେହି ଆତ୍ମୀୟସ୍ୱଜନ କି ନିକଟ ସମ୍ପର୍କୀୟମାନେ ଆଗେଇ ଆସୁନାହାନ୍ତି। ଏଥିପାଇଁ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ୨୪ଘଣ୍ଟିଆ ହେଲପଲାଇନ୍ ନମ୍ବର ୧୦୯୮ ଓ ୧୮୦୦-୩୪୫-୪୪୯୪  ସହ ରାଜ୍ୟ […]

baby

Ordigital Desk
  • Published: Thursday, 20 May 2021
  • , Updated: 20 May 2021, 09:00 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନାର ଦ୍ୱିତୀୟ ପର୍ଯ୍ୟାୟ ଲହରରେ ଅନେକ ପରିବାରରେ ପିତାମାତା କୋଭିଡ୍ ସଂକ୍ରମିତ ହୋଇ ପ୍ରାଣ ହରାଇବା ଅବା ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଯୋଗୁ ସେମାନଙ୍କ ପିଲାମାନେ ଅନାଥ ଓ ଅସହାୟ ହୋଇପଡ଼ୁଛନ୍ତି। କୋଭିଡ୍ ସଂକ୍ରମିତ ପରିବାରର ଏହି ଶିଶୁମାନଙ୍କୁ ରଖିବା ପାଇଁ କେହି ଆତ୍ମୀୟସ୍ୱଜନ କି ନିକଟ ସମ୍ପର୍କୀୟମାନେ ଆଗେଇ ଆସୁନାହାନ୍ତି। ଏଥିପାଇଁ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ୨୪ଘଣ୍ଟିଆ ହେଲପଲାଇନ୍ ନମ୍ବର ୧୦୯୮ ଓ ୧୮୦୦-୩୪୫-୪୪୯୪  ସହ ରାଜ୍ୟ ହେଲପଲାଇନ୍ ନମ୍ବର-୧୦୪ ଜାରି କରାଯାଇଛି।

୧୮ବର୍ଷ ବୟସରୁ କମ୍ ବୟସର ପିଲା ଯଦି କୌଣସି ସ୍ଥାନରେ ଅସହାୟ ଓ ବିପଦଶଙ୍କୁଳ ଅବସ୍ଥାରେ ରହିଛି କିମ୍ବା ପିତାମାତା ନଥିବା ଶିଶୁ ଅବା କରୋନା ସଂକ୍ରମିତ ହୋଇ ସଙ୍ଗରୋଧରେ ଥିବା ପିତାମାତାଙ୍କ ଶିଶୁ, କାହାରି ନଜରକୁ ଆସିଲେ ତୁରନ୍ତ ଉପରୋକ୍ତ ହେଲପଲାଇନ୍ ନମ୍ବରକୁ ଜଣାଇବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି। ଆବଶ୍ୟକ ପଡ଼ିଲେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କିମ୍ବା ଜିଲ୍ଲା ଶିଶୁ ମଙ୍ଗଳ କମିଟି ସହ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି। କୋଭିଡ୍‌ରୁ ଶିଶୁମାନଙ୍କ ସୁରକ୍ଷା ପାଇଁ ପ୍ରତି ଜିଲ୍ଲାରେ ସରପଂଚମାନଙ୍କୁ ନେଇ ଏକ ହ୍ୱାଟସଅପ୍ ଗ୍ରୁପ୍ ଗଠନ କରାଯାଇଛି। ଏଭଳି ଶିଶୁମାନଙ୍କ ତଥ୍ୟ ସଂଗ୍ରହ କରାଯାଇ ସେମାନଙ୍କୁ ସମସ୍ତ ସହାୟତା ଯୋଗାଇ ଦେବା ନିମନ୍ତେ ନାଗରିକ ସଂଗଠନ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନର ମଧ୍ୟ ସହାୟତା ନିଆଯାଉଛି। ଅସୁବିଧାରେ ଥିବା ପ୍ରତ୍ୟେକ ଶିଶୁଙ୍କୁ ତୁରନ୍ତ ଉଦ୍ଧାର କରି ସେମାନଙ୍କୁ ସାମୟିକ ଭାବେ ସୁରକ୍ଷିତ ରଖିବା ନିମନ୍ତେ ୩୦ଟି ଜିଲ୍ଲାରେ ୩୦ଟି ଅସ୍ଥାୟୀ ବାସସ୍ଥଳୀର ବ୍ୟବସ୍ଥା କରାଯାଇଛି। ଶିଶୁମାନଙ୍କ ଯତ୍ନ ଓ ସୁରକ୍ଷା ପାଇଁ ପ୍ରତି ଜିଲ୍ଲାରେ ନୋଡାଲ ଅଫିସରମାନଙ୍କୁ ନିଯୁକ୍ତ କରାଯାଇଛି ଓ ଭର୍ଚୁଆଲ ବୈଠକ ମାଧ୍ୟମରେ ନିୟମିତ ସମୀକ୍ଷା କରାଯାଉଛି।

ଏପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା କୋଭିଡ୍ ପ୍ରଭାବିତ ୪ଜଣ ଅସହାୟ ଶିଶୁଙ୍କୁ ଉଦ୍ଧାର କରାଯାଇ ଆର୍ଥିକ ସହାୟତା ପ୍ରଦାନ ସହ ସାମୟିକ ଭାବେ ରଖାଯାଇଛି । ପ୍ରତ୍ୟେକ କୋଭିଡ୍ ହସ୍ପିଟାଲ, କୋଭିଡ୍ ଯତ୍ନ କେନ୍ଦ୍ର, ସହରାଂଚଳ ଓ ଗ୍ରାମାଂଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରଚାରପତ୍ର ଲଗାଯାଇ ଜନସଚେତନତା ସୃଷ୍ଟି ପାଇଁ ଉଦ୍ୟମ କରାଯାଉଛି। ରାଜ୍ୟରେ ଥିବା ୨୩୮ଟି ଚାଇଲଡ୍ କେୟାର ସେଣ୍ଟରରେ ୮୫୦୦ ଶିଶୁ ରହୁଛନ୍ତି ଓ ସେମାନଙ୍କ ଯତ୍ନ ନେବା ପାଇଁ ୨୦୦୦ କର୍ମଚାରୀ କାର୍ଯ୍ୟ କରୁଛନ୍ତି ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

Related story