କରୋନା ପାଇଁ ସରକାରଙ୍କ ମୁଖପାତ୍ର ହେଲେ ସୁବ୍ରତୋ ବାଗଚୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନାକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ‘ବିପର୍ଯ୍ୟୟ’ ଭାବେ ଘୋଷଣା କରିବାପରେ ଓଡ଼ିଶା ସରକାର ଏଥିପାଇଁ ବ୍ୟାପକ ଭାବେ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତୋ ବାଗଚୀଙ୍କୁ ରାଜ୍ୟ ସରକାର ନିଜର ମୁଖପାତ୍ର ଭାବେ ନିଯୁକ୍ତି ଦେବା ସହ ଆଇଇସି(ଇନଫରମେସନ, ଏଜୁକେସନ ଓ କମ୍ୟୁନିକେସନ) କାର୍ଯ୍ୟକ୍ରମର ମୁଖ୍ୟ ଭାବେ ମଧ୍ୟ ଦାୟିତ୍ୱ ନ୍ୟସ୍ତ କରିଛନ୍ତି। ଶ୍ରୀ ବାଗଚୀ ରାଜ୍ୟ ସରକାରଙ୍କ ପକ୍ଷରୁ ସାମ୍ବାଦିକ […]

subrat

Manoranjan Sial
  • Published: Saturday, 14 March 2020
  • , Updated: 14 March 2020, 08:12 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନାକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ‘ବିପର୍ଯ୍ୟୟ’ ଭାବେ ଘୋଷଣା କରିବାପରେ ଓଡ଼ିଶା ସରକାର ଏଥିପାଇଁ ବ୍ୟାପକ ଭାବେ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତୋ ବାଗଚୀଙ୍କୁ ରାଜ୍ୟ ସରକାର ନିଜର ମୁଖପାତ୍ର ଭାବେ ନିଯୁକ୍ତି ଦେବା ସହ ଆଇଇସି(ଇନଫରମେସନ, ଏଜୁକେସନ ଓ କମ୍ୟୁନିକେସନ) କାର୍ଯ୍ୟକ୍ରମର ମୁଖ୍ୟ ଭାବେ ମଧ୍ୟ ଦାୟିତ୍ୱ ନ୍ୟସ୍ତ କରିଛନ୍ତି। ଶ୍ରୀ ବାଗଚୀ ରାଜ୍ୟ ସରକାରଙ୍କ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି କରୋନା ସଚେତନତା ଓ ପ୍ରତିଷେଧକ ପାଇଁ ସରକାର ନେଇଥିବା ପଦକ୍ଷେପ ସମ୍ପର୍କରେ ଅବଗତ କରାଇବେ। ଏହାସହିତ କରୋନା ପ୍ରତିଷେଧକ ନିମନ୍ତେ ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ଗାଇଡ୍ କରିବା ସହ ସମନ୍ୱୟ ମଧ୍ୟ ରକ୍ଷା କରିବେ ବୋଲି ସୂଚନା ମିଳିଛି।

Related story