ଆରମ୍ଭ ହେଲା ’କୋଭାକ୍ସିନ୍‌’ର ହ୍ୟୁମାନ ଟ୍ରାଏଲ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୀର୍ଘ ପ୍ରତୀକ୍ଷାର ଖୁବ୍‌ଶୀଘ୍ର ହୋଇପାରେ ଅବସାନ। ମହାମାରୀ ‘କରୋନା’ ବିରୋଧରେ ଯୁଦ୍ଧ ଜିତିବାକୁ ଦୁନିଆର ସବୁଠୁ ବଡ଼ ଅସ୍ତ୍ର ହାତେଇବା ଲକ୍ଷ୍ୟରେ ଆଗେଇ ଚାଲିଛି ଭାରତ। କୋଭିଡ୍-୧୯ ଭୂତାଣୁ କବଳରୁ ବଞ୍ଚିବାକୁ ତ୍ରାହି ତ୍ରାହି ଡାକ ଛାଡୁଥିବା ମାନବ ଜାତି ପାଇଁ ବୃହତ ସଞ୍ଜିବନୀ ମନେ କରାଯାଉଥିବା କୋଭାକ୍ସିନର ହ୍ୟୁମାନ୍‌ ଟ୍ରାଏଲ୍‌ ଆରମ୍ଭ ହୋଇଛି। ଦିଲ୍ଲୀ ଏମ୍‌ସରେ ତାଲିକାଭୁକ୍ତ ହୋଇଥିବା ୩୭୫ ଜଣ ସ୍ୱେଚ୍ଛାସେବୀଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୧୦୦ ଜଣଙ୍କୁ ଦିଆଯାଉଛି […]

aiim-delhi

aiim-delhi

Manoranjan Sial
  • Published: Monday, 20 July 2020
  • Updated: 20 July 2020, 11:05 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୀର୍ଘ ପ୍ରତୀକ୍ଷାର ଖୁବ୍‌ଶୀଘ୍ର ହୋଇପାରେ ଅବସାନ। ମହାମାରୀ ‘କରୋନା’ ବିରୋଧରେ ଯୁଦ୍ଧ ଜିତିବାକୁ ଦୁନିଆର ସବୁଠୁ ବଡ଼ ଅସ୍ତ୍ର ହାତେଇବା ଲକ୍ଷ୍ୟରେ ଆଗେଇ ଚାଲିଛି ଭାରତ। କୋଭିଡ୍-୧୯ ଭୂତାଣୁ କବଳରୁ ବଞ୍ଚିବାକୁ ତ୍ରାହି ତ୍ରାହି ଡାକ ଛାଡୁଥିବା ମାନବ ଜାତି ପାଇଁ ବୃହତ ସଞ୍ଜିବନୀ ମନେ କରାଯାଉଥିବା କୋଭାକ୍ସିନର ହ୍ୟୁମାନ୍‌ ଟ୍ରାଏଲ୍‌ ଆରମ୍ଭ ହୋଇଛି। ଦିଲ୍ଲୀ ଏମ୍‌ସରେ ତାଲିକାଭୁକ୍ତ ହୋଇଥିବା ୩୭୫ ଜଣ ସ୍ୱେଚ୍ଛାସେବୀଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୧୦୦ ଜଣଙ୍କୁ ଦିଆଯାଉଛି ଏହି ଜୀବନ ରକ୍ଷାକାରୀ ଟୀକା।

କୋଭାକ୍ସିନ୍ର ଉଦ୍ଭାବନ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି ହାଇଦ୍ରାବାଦସ୍ଥିତ ବାୟୋଟେକ୍ନୋଲୋଜି କମ୍ପାନୀ ଭାରତ ବାୟୋଟେକ୍‌। ଯାହାକୁ ପୂର୍ଣ୍ଣମାତ୍ରାରେ ସହଯୋଗ କରୁଛନ୍ତି ଇଣ୍ଡିଆନ୍‌ କାଉନସିଲ୍‌ ଅଫ୍‌ ମେଡିକାଲ ରିସର୍ଚ୍ଚ (ICMR) ଓ ନ୍ୟାସନାଲ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜି(NIV)। ଦିଲ୍ଲୀ ଏମ୍‌ସ ସହ ହରିୟାଣାର ରୋହତକ, ହାଇଦ୍ରାବାଦ, ବିଶାଖାପାଟଣା, ପାଟନା, କାନପୁର, ଚେନ୍ନାଇ, ଗୋରଖପୁର ଓ ଭୁବନେଶ୍ୱର ଭଳି ୧୨ଟି ଅଲଗା ଅଲଗା ସ୍ଥାନରେ ଏହି ଟୀକାର ହ୍ୟୁମାନ୍‌ ଟ୍ରାଏଲ୍‌ ଯୋଜନା ରହିଛି। ଏମିତିକି ଅନେକ ସ୍ଥାନରେ ଏହାର ପରୀକ୍ଷଣ ଆରମ୍ଭ ମଧ୍ୟ ହୋଇ ସାରିଲାଣି।

୧୮ରୁ ୫୫ ବୟସର ବ୍ୟକ୍ତିଙ୍କ ଶରୀରରେ ୨ଟି ଡୋଜରେ ପରୀକ୍ଷଣ ହେବ ଏହି ଟୀକା। ପ୍ରଥମ ଡୋଜ୍‌ରେ ୧୪ ଦିନ ପରେ ଦ୍ୱିତୀୟ ଡୋଜ୍ ଦିଆଯିବ। ହ୍ୟୁମାନ୍‌ ଟ୍ରାଏଲ ପାଇଁ ଇଚ୍ଛୁକ ଥିବା ଆଗ୍ରହୀ ବ୍ୟକ୍ତିମାନେ SMS, ଫୋନ୍‌ କିମ୍ବା ଇମେଲ ମାଧ୍ୟମରେ ଯୋଗାଯୋଗ କରିପାରିବେ। 0742 88 47499 ନମ୍ବରରେ ଇଚ୍ଛୁକ ବ୍ୟକ୍ତି ନାଁ ରେଜିଷ୍ଟ୍ରେସନ କରିପାରିବେ। ତା’ସହ ctaiims.covid19@gmail.com ରେ ମଧ୍ୟ ନିଜ ନାଁ ଓ ସମ୍ପୂର୍ଣ୍ଣ ଠିକଣା ଦେଇ ରେଜିଷ୍ଟ୍ରେସନ କରିପାରିବାକୁ ପଡ଼ିବ ବୋଲି ଦିଲ୍ଲୀ ଏମ୍‌ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି।

ଓଡ଼ିଶାର ଏକମାତ୍ର କୋଭାକ୍ସିନ୍‌ ପରୀକ୍ଷଣ କେନ୍ଦ୍ର ଭାବେ ଭୁବନେଶ୍ୱର ସ୍ଥିତ ସମ ହସ୍ପିଟାଲରେ ମଧ୍ୟ ଏହି ସ୍ୱଦେଶୀ ଟୀକାର ହ୍ୟୁମାନ୍‌ ଟ୍ରାଏଲ୍‌ ପାଇଁ ଆରମ୍ଭ ହୋଇଛି ବିଧିବଦ୍ଧ ପ୍ରକ୍ରିୟା। କାହା ଶରୀରରେ ହୋଇପାରିବ ଏହି ଟୀକାର କ୍ଲିନିକାଲ୍ ଟ୍ରାଏଲ୍‌? ପ୍ରଥମେ କେଉଁମାନେ ନେଇ ପାରିବେ ଏହି ଜୀବନ ରକ୍ଷାକାରୀ ଟୀକା? ସେ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି ଅନୁଷ୍ଠାନର ଭ୍ୟାକସିନ୍ ଟ୍ରାଏଲ୍ ମୁଖ୍ୟ ଡାକ୍ତର ଇ. ଭେଙ୍କଟ ରାଓ।

ତାଙ୍କ ସୂଚନା ଅନୁସାରେ, ଟୀକା ନେବାକୁ ଇଚ୍ଛୁକ ବ୍ୟକ୍ତିଙ୍କର ପ୍ରଥମେ ସ୍କ୍ରିନିଂ କରାଯିବ। କେବଳ ସୁସ୍ଥ ସବଳ ବ୍ୟକ୍ତି ଏହି ଟୀକା ନେବେ। ମଧୁମେହ, ଉଚ୍ଚ ରକ୍ତଚାପ, କିଡ୍ନୀ ଓ ଯକୃତ ରୋଗରେ ଆକ୍ରାନ୍ତଙ୍କୁ ଟୀକା ଦିଆଯିବ ନାହିଁ। ଭ୍ୟାକସିନ୍ ନେବାର ପ୍ରଥମ ୨ ଘଣ୍ଟା ସମ୍ପୂର୍ଣ୍ଣ ଅବଜର୍ଭେସନରେ ରଖାଯିବ। ତା’ସହ ଟୀକା ନେଇଥିବା ବ୍ୟକ୍ତି ଲଗାତର ୩ ମାସ ଧରି ଯୋଗାଯୋଗରେ ରହିବେ। ଅତିକମ୍‌ରେ ବିଭିନ୍ନ ପର୍ଯ୍ୟାୟରେ ୪ ଥର ସେମାନଙ୍କ ବ୍ଲଡ୍ ସାମ୍ପଲ୍‌ ସଂଗ୍ରହ ହେବ। ଯେଉଁଥିରୁ ଆଣ୍ଟିବଡି କେତେ ମାତ୍ରାରେ ବଢୁଛି ତାହା ଜାଣିପଡ଼ିବ ବୋଲି ଡାକ୍ତର ରାଓ କହିଛନ୍ତି।

କୋଭାକ୍ସିନର ହ୍ୟୁମାନ୍‌ ଟ୍ରାଏଲ ଆରମ୍ଭ ସମ୍ପର୍କରେ ଟ୍ୱିଟ୍ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ। ସେ କହିଛନ୍ତି, ଏବେ କରୋନା ମହାମାରୀ ବିରୋଧରେ ଭାରତର ଲଢ଼େଇ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos