ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌ରେ ହେବ କୋଭିଡ୍‌-୧୯ ଟେଷ୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଅଧିକରୁ ଅଧିକ ସ୍ଥାନରେ ‘କରୋନା’ ପାଇଁ ସମ୍ପୁଲ୍‌ ଟେଷ୍ଟ କରିବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପରେ ଏଥିରେ ଯୋଡ଼ି ହୋଇଛି ବ୍ରହ୍ମପୁରର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ(ଏମ୍‌କେସିଜି)। ଏଥିଲାଗି ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ୍ଚ(ଆଇସିଏମ୍‌ଆର୍‌) ଅନୁମତି ଦେଇଛି। ମେଡିକାଲ କଲେଜ ଭାବେ ଏସ୍‌ସିବି ପରେ ଏମ୍‌କେସିଜିରେ ‘କରୋନା’ ସାମ୍ପୁଲ ଟେଷ୍ଟ ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ଦିନକୁ ହଜାରେ ‘କରୋନା’ ସାମ୍ପଲ୍‌ ଟେଷ୍ଟ ପାଇଁ […]

mkcg

Manoranjan Sial
  • Published: Friday, 10 April 2020
  • , Updated: 10 April 2020, 05:05 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଅଧିକରୁ ଅଧିକ ସ୍ଥାନରେ ‘କରୋନା’ ପାଇଁ ସମ୍ପୁଲ୍‌ ଟେଷ୍ଟ କରିବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପରେ ଏଥିରେ ଯୋଡ଼ି ହୋଇଛି ବ୍ରହ୍ମପୁରର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ(ଏମ୍‌କେସିଜି)। ଏଥିଲାଗି ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ୍ଚ(ଆଇସିଏମ୍‌ଆର୍‌) ଅନୁମତି ଦେଇଛି। ମେଡିକାଲ କଲେଜ ଭାବେ ଏସ୍‌ସିବି ପରେ ଏମ୍‌କେସିଜିରେ ‘କରୋନା’ ସାମ୍ପୁଲ ଟେଷ୍ଟ ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟରେ ଦିନକୁ ହଜାରେ ‘କରୋନା’ ସାମ୍ପଲ୍‌ ଟେଷ୍ଟ ପାଇଁ ଗତକାଲି ବସିଥିବା ମନ୍ତ୍ରିସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଏମ୍‌କେସିଜି, ଭିମ୍‌ସାର ଓ ଆଇଜିଏଚ୍‌ରେ ଟେଷ୍ଟ କରିବାକୁ ଯୋଜନା କରାଯାଇଥିଲା। ଏନେଇ ଆଇସିଏମ୍‌ଆରର ଅନୁମତି ମିଳିବା ପରେ ଟେଷ୍ଟିଂ ଆରମ୍ଭ ହେବ। ତେବେ ଆଜି ଏମ୍‌କେସିଜିରେ ‘କରୋନା’ ଟେଷ୍ଟ ପାଇଁ ଅନୁମତି ମିଳିଛି।

ଆଜି ସୁଦ୍ଧା ଓଡ଼ିଶାରେ ୪୮ ଜଣ ‘କରୋନା’ ରୋଗୀ ଚିହ୍ନଟ ହୋଇଛନ୍ତି। ସେଥିରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ୪୫ ଜଣ ବିଭିନ୍ନ କୋଭିଡ୍‌-୧୯ ମେଡିକାଲ୍‌ରେ ଚିକିତ୍ସିତ ଉଛନ୍ତି। ଏହାଛଡ଼ା ଅନେକ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି। ସଂକ୍ରମଣ ଅଞ୍ଚଳକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସିଲ୍‌ କରାଯାଇ ସାନିଟାଇଜ୍‌ କରାଯାଉଛି।

 

Related story