ଭାସିଗଲା ଆପ୍ରୋଚ ରୋଡ, ଏବେ କାଠଗଣ୍ଡି ସାହାଭରସା

ବାଲିଗୁଡ଼ା(ଅଜିତ ନାୟକ): ବନ୍ୟାର ପ୍ରଖର ସ୍ରୋତରେ ଭାସିଗଲା ଆପ୍ରୋଚ ରୋଡ । ବିଚ୍ଛିନ୍ନ ହେଲା ଯୋଗାଯୋଗ । ଏବେ କାଠ ଗଣ୍ଡି ପାଲଟିଛି ସାହାଭରସା। ବାହ୍ୟ ଜଗତ ସହ ହଜାର ହଜାର ଲୋକଙ୍କୁ ଯୋଡ଼ୁଛି ଏହି କାଠ ଗଣ୍ଡି। ବିପଦସଙ୍କୁଳ ବୋଲି ଜାଣି ମଧ୍ୟ ଲୋକେ ଛୁଆପିଲା, ସାଇକେଲ ତଥା ଅନ୍ୟାନ୍ୟ ଜିନିଷପତ୍ର ଧରି ଏହା ଉପରେ ଯା’ଆସ କରିବାକୁ  ବାଧ୍ୟ ହେଉଛନ୍ତି। ଏଭଳି ଚିତ୍ର ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକରେ । ଜଲେଶପଟ୍ଟାରୁ […]

road

  • Published: Thursday, 25 August 2022
  • , Updated: 25 August 2022, 04:41 PM IST

ବାଲିଗୁଡ଼ା(ଅଜିତ ନାୟକ): ବନ୍ୟାର ପ୍ରଖର ସ୍ରୋତରେ ଭାସିଗଲା ଆପ୍ରୋଚ ରୋଡ । ବିଚ୍ଛିନ୍ନ ହେଲା ଯୋଗାଯୋଗ । ଏବେ କାଠ ଗଣ୍ଡି ପାଲଟିଛି ସାହାଭରସା। ବାହ୍ୟ ଜଗତ ସହ ହଜାର ହଜାର ଲୋକଙ୍କୁ ଯୋଡ଼ୁଛି ଏହି କାଠ ଗଣ୍ଡି। ବିପଦସଙ୍କୁଳ ବୋଲି ଜାଣି ମଧ୍ୟ ଲୋକେ ଛୁଆପିଲା, ସାଇକେଲ ତଥା ଅନ୍ୟାନ୍ୟ ଜିନିଷପତ୍ର ଧରି ଏହା ଉପରେ ଯା'ଆସ କରିବାକୁ  ବାଧ୍ୟ ହେଉଛନ୍ତି। ଏଭଳି ଚିତ୍ର ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକରେ । ଜଲେଶପଟ୍ଟାରୁ ସିର୍ଲାକୁ ସଂଯୋଗ କରୁଥିବା ଆପ୍ରୋଚ ରୋଡ ଧୋଇଯିବା ପରେ ଏବେ କାଠଗଣ୍ଡି ପାଲଟିଛି ଲୋକଙ୍କ ଭରସା।

[caption id="attachment_760774" align="aligncenter" width="650"] ବିପଦସଙ୍କୁଳ ଭାବେ ଯାଉଛନ୍ତି ଲୋକେ।[/caption]

ଲଗାଣ ବର୍ଷା ଯୋଗୁ ପ୍ରାୟ ୩ ଦିନ ପୂର୍ବେ ଜଲେଶପଟ୍ଟାରୁ ସିର୍ଲାକୁ ସଂଯୋଗ କରୁଥିବା ଆପ୍ରୋଚ ରୋଡ ଧୋଇ ହୋଇ ଯାଇଛି। ନଦୀ ଉପରେ ବ୍ରିଜ୍ କାମ ଚାଲୁଥିବାବେଳେ ଆପ୍ରୋଚ୍ ରୋଡଟି  ଧୋଇ  ହୋଇଯିବାରୁ ଲୋକେ ନାନା ହନ୍ତସନ୍ତ ହେଉଛନ୍ତି । ଏହି ଆପ୍ରୋଚ ରୋଡଟି ଏନଏଚ୍‌-୫୯ ପାର୍ଶ୍ୱରେ ଥିବା ବେଳେ ଏହା ଉପରେ ହଜାର ହଜାର ଲୋକ ନିର୍ଭର କରନ୍ତି । ତେଣୁ ଲୋକେ ବାଧ୍ୟ ହୋଇ ଏକ କାଠ ଗଣ୍ଡି ପକାଇ ତାହା ଉପରେ ଯାତାୟତ କରୁଛନ୍ତି।

[caption id="attachment_760775" align="aligncenter" width="650"] ଆପ୍ରୋଚ ରୋଡ ମରାମତି ଚାଲିଛି।[/caption]

ଏବେ ପ୍ରଶାସନ ପକ୍ଷରୁ ଆପ୍ରୋଚ ରୋଡ଼ କାମ ଚାଲୁଥିବା ବେଳେ ତାହା ଉପରେ ଲୋକଙ୍କ ଭରସା ପାଉନି । କାମ ନିମ୍ନମାନର ହେଉଥିବା ଅଭିଯୋଗ କରି ବର୍ଷା ହେଲେ ତାହା ପୁଣି ଥରେ ଧୋଇଯିବ ବୋଲି ସେମାନେ କହୁଛନ୍ତି। ଏ ନେଇ ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Related story