ମହାପ୍ରଭୁଙ୍କର ହେଲା ମହାସ୍ନାନ, ନୀତିକାନ୍ତିରେ ଘଣ୍ଟାଏ ବିଳମ୍ବ

ପୁରୀ( ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିରରେ ହେଲା ମହାପ୍ରଭୁଙ୍କ ମହାସ୍ନାନ । ଆଜି ମଙ୍ଗଳ ଆଳତୀ ପରେ ରତ୍ନ ସିଂହାସନ ଉପରେ ଥିବା ସିଂହାରୀ ସେବାୟତଙ୍କ ଗୋଡ଼ ଖୁଣ୍ଟିଆ ସେବାୟତଙ୍କ ଦେହରେ ବାଜିଯିବାରୁ ଠାକୁରଙ୍କୁ ମହାସ୍ନାନ କରାଯାଇଛି । ଏଥିପାଇଁ ମହାପ୍ରଭୁଙ୍କ ନୀତିରେ ପ୍ରାୟ ୧ ଘଣ୍ଟା ବିଳମ୍ବ ହୋଇଛି । ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ । ଦ୍ୱିତୀୟ ଭୋଗମଣ୍ଡପ ଉଠିବା ପରେ ଦତ୍ତ ମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରି […]

puri temple

Niharika Rout
  • Published: Wednesday, 27 April 2022
  • , Updated: 27 April 2022, 08:14 AM IST

ପୁରୀ( ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିରରେ ହେଲା ମହାପ୍ରଭୁଙ୍କ ମହାସ୍ନାନ । ଆଜି ମଙ୍ଗଳ ଆଳତୀ ପରେ ରତ୍ନ ସିଂହାସନ ଉପରେ ଥିବା ସିଂହାରୀ ସେବାୟତଙ୍କ ଗୋଡ଼ ଖୁଣ୍ଟିଆ ସେବାୟତଙ୍କ ଦେହରେ ବାଜିଯିବାରୁ ଠାକୁରଙ୍କୁ ମହାସ୍ନାନ କରାଯାଇଛି । ଏଥିପାଇଁ ମହାପ୍ରଭୁଙ୍କ ନୀତିରେ ପ୍ରାୟ ୧ ଘଣ୍ଟା ବିଳମ୍ବ ହୋଇଛି ।

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ । ଦ୍ୱିତୀୟ ଭୋଗମଣ୍ଡପ ଉଠିବା ପରେ ଦତ୍ତ ମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରି ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ । ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯିବ ।

ହିଙ୍ଗୁଳ, ହରିତାଳ, କସ୍ତୁରୀ, ନାଲି, ଧଳା ଓ କଳା ଭଳି ପାରମ୍ପରିକ ରଙ୍ଗରେ ଶ୍ରୀମୁଖ ଶୃଙ୍ଗାର କରାଯିବ । ଏହା ଏକ ଗୁପ୍ତ ସେବା ନୀତି  ହୋଇଥିବାରୁ ଆଜି ଅପରାହ୍ନ ୪ ଟାରୁ ରାତି ୮ଟା ପର୍ଯ୍ୟନ୍ତ ଚାରିଘଣ୍ଟା ଦର୍ଶନ ବନ୍ଦ ରହିବ । ବନକଲାଗି ନୀତି ପରେ ଠାକୁରଙ୍କୁ ମହାସ୍ନାନ କରାଯିବ, ଏହାପରେ ପୁନର୍ବାର ଦର୍ଶନ ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

 

Related story