ଧରାପୃଷ୍ଠରେ ପ୍ରଭୁ ଯୀଶୁ, କଟକଣା ଭିତରେ ପାଳିତ ହେଉଛି ବଡ଼ଦିନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଧରାପୃଷ୍ଠରେ ଅବତରଣ କରିଛନ୍ତି ପ୍ରଭୁ ଯୀଶୁ ।  କରୋନା କଟକଣା ଯୋଗୁ ପୂର୍ବ ବର୍ଷ ଭଳି ସରାଗ ଏଥର ନ ଥିଲା।  ଶ୍ରଦ୍ଧାଳୁଙ୍କ ପାଇଁ ଚର୍ଚ୍ଚ ବନ୍ଦ ଥିବାରୁ କେବଳ ଆବଶ୍ୟକ ସଂଖ୍ୟକ ଲୋକଙ୍କୁ ନେଇ ଉତ୍ସବ ପାଳନ ହୋଇଛି । ସେହିପରି କରୋନା କଟକଣା ଥିବାରୁ ଆଜି ବି ଲୋକେ ଏକତ୍ରିତ ହେବା ଉପରେ ରୋକ ଲାଗିଛି। ସେପଟେ ବଡ଼ଦିନକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। କନ୍ଧମାଳ, ସୁନ୍ଦରଗଡ଼ ସମେତ ଅନ୍ୟ […]

ppp-2

Niharika Rout
  • Published: Friday, 25 December 2020
  • , Updated: 25 December 2020, 11:53 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଧରାପୃଷ୍ଠରେ ଅବତରଣ କରିଛନ୍ତି ପ୍ରଭୁ ଯୀଶୁ ।  କରୋନା କଟକଣା ଯୋଗୁ ପୂର୍ବ ବର୍ଷ ଭଳି ସରାଗ ଏଥର ନ ଥିଲା।  ଶ୍ରଦ୍ଧାଳୁଙ୍କ ପାଇଁ ଚର୍ଚ୍ଚ ବନ୍ଦ ଥିବାରୁ କେବଳ ଆବଶ୍ୟକ ସଂଖ୍ୟକ ଲୋକଙ୍କୁ ନେଇ ଉତ୍ସବ ପାଳନ ହୋଇଛି । ସେହିପରି କରୋନା କଟକଣା ଥିବାରୁ ଆଜି ବି ଲୋକେ ଏକତ୍ରିତ ହେବା ଉପରେ ରୋକ ଲାଗିଛି।

ସେପଟେ ବଡ଼ଦିନକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। କନ୍ଧମାଳ, ସୁନ୍ଦରଗଡ଼ ସମେତ ଅନ୍ୟ ଜିଲ୍ଲାରେ ପୋଲିସ୍ ଫୋର୍ସ ସଂଖ୍ୟାକୁ ବଢ଼ାଯାଇଛି ।

କୋଭିଡ କଟକଣା ଏବଂ କନ୍ଧମାଳ ଜିଲ୍ଲା ପ୍ରଶାସନର ଗାଇଡ଼ଲାଇନକୁ ମାନି ଫୁଲବାଣୀସ୍ଥିତ କ୍ୟାଥଲିକ ଚର୍ଚ୍ଚରେ ମଧ୍ୟ ରାତ୍ରରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଧରାବତରଣ ଉତ୍ସବ ଏବଂ ସମୂହ ପ୍ରାର୍ଥନା କରିଛନ୍ତି ଖ୍ରୀଷ୍ଟ ବିଶ୍ୱାସୀମାନେ । ଚର୍ଚ୍ଚରେ ୫୦ ଜଣ ଭିତରେ ସମସ୍ତେ ମାସ୍କ ଏବଂ ସାମାଜିକ ଦୂରତା ବଜାୟ ରଖି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଧରାବତରଣକୁ ସ୍ୱାଗତ କରିବା ସହିତ ପ୍ରଭୁଙ୍କ ଉପାସନା ଏବଂ ଆଶୀର୍ବାଦ କାମନା କରିଛନ୍ତି ।  ଦୁନିଆକୁ କରୋନା ମୁକ୍ତ କରିବା ସହିତ ସମସ୍ତଙ୍କ ମଙ୍ଗଳ କାମନା କରି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପାଖରେ ପ୍ରାର୍ଥନା କରିଥିବା କହିଛନ୍ତି ଖ୍ରୀଷ୍ଟ ବିଶ୍ୱାସୀ ।

Related story