‘ମଧୁବନ’ରେ ପଡ଼ିଲା ତାଲା

ରାଉରକେଲା(ପବନ ତିୱାରୀ): ମଧୁବନରେ ପଡ଼ିଲା ସିଲ୍‌। କୋଭିଡ୍‌ ଗାଇଡ୍‌ଲାଇନ୍‌ ଉଲ୍ଲଙ୍ଘନ ଅଭିଯୋଗରେ ପ୍ରଶାସନ ଏପରି ନିଷ୍ପତ୍ତି ନେଇଛି। ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ଯାଏଁ ମଧୁବନ ହୋଟେଲ ଖୋଲିପାରିବ ନାହିଁ। ଷ୍ଟିଲ୍‌ ସିଟି ରାଉରକେଲାରେ ରହିଛି ‘ମଧୁବନ ରେଷ୍ଟୁରାଣ୍ଟ’। ମହାମାରୀ କରୋନା ପାଇଁ ରେଷ୍ଟୁରାଣ୍ଟ ସମେତ ସବୁ ବ୍ୟବସାୟୀକ ଅନୁଷ୍ଠାନ ବନ୍ଦ ରହିଥିଲା। ତେବେ ଅନ୍‌ଲକ୍‌-୧ରେ ରେଷ୍ଟୁରାଣ୍ଟ ଖୋଲିବାକୁ ଅନୁମତି ଦେଇଥିଲେ ସରକାର। ତେବେ ଏଠାରେ ବସି ଖାଇହେବ ନାହିଁ, କେବଳ ପାର୍ସଲ୍‌ ମିଳିବ ବୋଲି ସରକାର ସର୍ତ୍ତ […]

rkl

Manoranjan Sial
  • Published: Monday, 27 July 2020
  • , Updated: 27 July 2020, 08:24 PM IST

ରାଉରକେଲା(ପବନ ତିୱାରୀ): ମଧୁବନରେ ପଡ଼ିଲା ସିଲ୍‌। କୋଭିଡ୍‌ ଗାଇଡ୍‌ଲାଇନ୍‌ ଉଲ୍ଲଙ୍ଘନ ଅଭିଯୋଗରେ ପ୍ରଶାସନ ଏପରି ନିଷ୍ପତ୍ତି ନେଇଛି। ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ଯାଏଁ ମଧୁବନ ହୋଟେଲ ଖୋଲିପାରିବ ନାହିଁ।

ଷ୍ଟିଲ୍‌ ସିଟି ରାଉରକେଲାରେ ରହିଛି ‘ମଧୁବନ ରେଷ୍ଟୁରାଣ୍ଟ’। ମହାମାରୀ କରୋନା ପାଇଁ ରେଷ୍ଟୁରାଣ୍ଟ ସମେତ ସବୁ ବ୍ୟବସାୟୀକ ଅନୁଷ୍ଠାନ ବନ୍ଦ ରହିଥିଲା। ତେବେ ଅନ୍‌ଲକ୍‌-୧ରେ ରେଷ୍ଟୁରାଣ୍ଟ ଖୋଲିବାକୁ ଅନୁମତି ଦେଇଥିଲେ ସରକାର। ତେବେ ଏଠାରେ ବସି ଖାଇହେବ ନାହିଁ, କେବଳ ପାର୍ସଲ୍‌ ମିଳିବ ବୋଲି ସରକାର ସର୍ତ୍ତ ରଖିଥିଲେ। ଏହା ସର୍ତ୍ତରେ ‘ମଧୁବନ’ ରେଷ୍ଟୁରାଣ୍ଟ ଖୋଲିଥିଲା।

ହେଲେ ଏଠାରେ କୋଭିଡ୍‌ ଗାଇଡ୍‌ଲାଇନ୍‌କୁ ଉଲ୍ଲଙ୍ଘନ କରାଯାଉଥିବା ଅଭିଯୋଗ ହେଉଥିଲା। ଲୋକମାନେ ସାମାଜିକ ଦୂରତା ବଜାୟ ରଖୁନଥିଲେ। ଯେଉଁଥିପାଇଁ ଆଜି ‘ମଧୁବନ’ ରେଷ୍ଟୁରାଣ୍ଟକୁ ବନ୍ଦ କରି ଦିଆଯାଇଛି। ରାଉରକେଲା ମହାନଗର ନିଗମ, ସେକ୍ଟର ୩ ଥାନା ପୁଲିସ ଓ ଆର୍‌ଏସ୍‌ପି ପକ୍ଷରୁ ମିଳିତ ଭାବେ ରେଷ୍ଟୁରାଣ୍ଟକୁ ସିଲ କରାଯାଇଛି। ରାଉରକେଲା ସେକ୍ଟର ୪ ଅଞ୍ଚଳରେ ଥିବା ‘ମଧୁବନ’ ରେଷ୍ଟୁରାଣ୍ଟକୁ ସିଲ କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ଯାଏ ରେଷ୍ଟୁରାଣ୍ଟ ଖୋଲିପାରିବ ନାହିଁ।

Related story