ନବରଙ୍ଗପୁର(ନବଘନ ବିଶୋୟୀ): ସ୍କୁଲ ନବୀକରଣ ପାଇଁ ଖର୍ଚ୍ଚ ହେଉଛି ଲକ୍ଷ ଲକ୍ଷ ଟଙ୍କା । ନୂଆ ନୂଆ ବିଲ୍ଡିଂ ତିଆରି ସହ ସ୍କୁଲ ପରିସରରେ ବନୀକରଣ ବି କରାଯାଉଛି। ଲଗାଯାଉଛି ମୂଲ୍ୟବାନ ଗଛ । ଏଥିପାଇଁ ଅପର୍ଯ୍ୟାପ୍ତ ଟଙ୍କା ସହ ଶ୍ରମ ବି ବିନିଯୋଗ ହେଉଛି। ମାତ୍ର ବଡ଼ ଦିନ ଛୁଟି ସମୟରେ ସ୍କୁଲ ବନ୍ଦ ଥିବାର ସୁଯୋଗ ନେଇ ପ୍ରାୟ ୧୦୬ଟି ମୂଲ୍ୟବାନ ଗଛ କଟା ହୋଇ ଯାଇଥିବା ବେଳେ କେହି ଏହାର ଟେର ପାଇପାରିଲେନି । ଫଳରେ ସବୁଜିମା ଭିତରେ ହସୁଥିବା ସ୍କୁଲଟି ଆଜି ଶ୍ରୀହୀନ ଦିଶୁଛି। ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅଧିନସ୍ଥ କୁକୁଡାବାଇ ଇନ୍ଦିରା ପ୍ରୀୟଦର୍ଶନୀ ଉଚ୍ଚ ବିଦ୍ୟାଳୟରେ ଏପରି ଘଟଣା ଘଟିଥିବା ବେଳେ କେହି କିପରି କିଛି ଜାଣି ପାରିଲେନି ତାହା ସନ୍ଦେହ ସୃଷ୍ଟି କରୁଛି।
କୁକୁଡାବାଇ ଇନ୍ଦିରା ପ୍ରୀୟଦର୍ଶନୀ ଉଚ୍ଚ ବିଦ୍ୟାଳୟକୁ ୫ଟିରେ ଅନ୍ତର୍ଭୁକ୍ତ କରାଯାଇ ତାହାର ସୌନ୍ଦର୍ଯ୍ୟକରଣ ଓ ରୂପାନ୍ତରୀ କରଣ କାର୍ଯ୍ୟ ଚାଲିଛି । ବିଦ୍ୟାଳୟ ପରିସରରେ ୧୪୦ ଟି ବିରାଟକାୟ ଆକାଶିଆ ଓ ଚାଖୁଣ୍ଡା ପୁରାତନ ଗଛ ରହିଥିଲା। ଯାହାକି ବିଦ୍ୟାଳୟର ପରିବେଶକୁ ସବୁଜିମା କରୁଥିଲା।
[caption id="attachment_794880" align="aligncenter" width="650"]
କିନ୍ତୁ ବଡ଼ଦିନ ଛୁଟିରେ ସ୍କୁଲ ଫାଙ୍କା ପଡ଼ୁଥିବା ବେଳେ ଏହାର ସୁଯୋଗ ନେଇ କାଠ ମାଫିଆମାନେ ୧୦୬ଟି ଗଛକୁ ମୂଳରୁ କାଟି ନେଇଛନ୍ତି। ଡିସେମ୍ବର ୨୨ରୁ ଜାନୁୟାରୀ ୧ ତାରିଖ ପର୍ଯ୍ୟନ୍ତ X- Mas ଛୁଟି ହୋଇଥିଲା । ବିଦ୍ୟାଳୟ ବନ୍ଦ ଥିବାର ସୁଯୋଗ ନେଇ ମାଫିଆମାନେ କରତ ଲଗାଇ ଗଛ କାଟି ନେଇ ଯାଇଥିବା ଭଳି ଜଣାପଡୁଛି । ତେବେ, ଏତେ ସଂଖ୍ୟକ ଗଛ କଟାଯାଇ ଥିବା ବେଳେ ଗ୍ରାମବାସୀ, ସ୍କୁଲ କର୍ତ୍ତୃପକ୍ଷ କିମ୍ବା ଅନ୍ୟ କେହି କିପରି ଏ ସମ୍ପର୍କରେ ସୂଚନା ପାଇପାରିଲେନି ତାହା ସନ୍ଦେହ ସୃଷ୍ଟି କରିଛି।
ଏହାବାଦ ଛୁଟି ସମୟରେ ସ୍କୁଲର ରୂପାନ୍ତରୀ କରଣ କାର୍ଯ୍ୟ ଚାଲିଥିବା ବେଳେ ସେଥିରେ ନିୟୋଜିତ ଶ୍ରମିକ ଓ ମିସ୍ତ୍ରୀମାନେ କିପରି ଜାଣିପାରିଲେ ନାହିଁ ତାହା ବି ବିଶ୍ୱାସ କରି ହେଉନି । ତେଣୁ, ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଗଲେ ଗଛ କଟାଯିବା ପଛର ରହସ୍ୟର ଜଣାପଡନ୍ତା ବୋଲି ଗ୍ରାମ ସରପଞ୍ଚ ଓ ଗ୍ରାମବାସୀ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ ଗଛ କଟା ଯୋଗୁଁ ପାଚେରିର କିଛି ଅଂଶ ଭାଙ୍ଗି ଯାଇଥିବା ବେଳେ ଅନେକ ସ୍ଥାନରେ କାନ୍ଥ ଆଂଶିକ ଭାଙ୍ଗି ଯାଇଛି ।
[caption id="attachment_794881" align="aligncenter" width="650"]
ଏନେଇ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ବିରଂଚି ନାରାୟଣ ପାଲଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଛୁଟି ପରେ ବିଦ୍ୟାଳୟ ୨ ତାରିଖରେ ଖୋଲିଲା। ଆମେ ବିଦ୍ୟାଳୟକୁ ଫେରି ବହୁ ସଂଖ୍ୟାରେ ଗଛ କଟା ହୋଇଥିବା ଦେଖିବାକୁ ପାଇଲୁ। ଏପରି କାଣ୍ଡ କିଏ କରିଛି ଆମେ ଜାଣି ନ ଥିବା ବେଳେ ଏନେଇ ଜିଲ୍ଲା ଶିକ୍ଷାଅଧିକାରୀଙ୍କୁ ଅବଗତ କରିଛୁ।
ଜିଲ୍ଲା ଶିକ୍ଷାଧିକାରୀଙ୍କ ଅନୁମତି ପରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଏନେଇ ଗତକାଲି ନବରଙ୍ଗପୁର ଥାନାରେ ଏତଲା ଦାୟର କରିଛନ୍ତି । ପୁଲିସ୍ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।