କରୋନା ରୋଗୀ ପିଛା ଦୈନିକ ସର୍ବାଧିକ ଖର୍ଚ୍ଚ ହେଉଛି ୧୮ ହଜାର ଟଙ୍କା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ‘କରୋନା’ ରୋଗୀଙ୍କ ପିଛା ଦୈନିକ ସର୍ବାଧିକ ୧୮ ହଜାର ଟଙ୍କା ଖର୍ଚ୍ଚ ହେଉଛି। ଆଜି ଏହି ହିସାବ ଦେଇଛନ୍ତି ରାଜ୍ୟ ସରକାର। ଏହାଛଡ଼ା ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲକୁ କେତେ ଟଙ୍କା ଦିଆଯିବ ତା’ର ହିସାବ ମଧ୍ୟ ଦେଇଛନ୍ତି ସରକାର। ସେଥିପାଇଁ ରାଜ୍ୟର ସବୁ ଜିଲ୍ଲାପାଳ ଓ କମିଶନରଙ୍କୁ ଚିଠି କଲେ ସ୍ୱାସ୍ଥ୍ୟ ବିଭାଗ ଏସିଏସ୍ ବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପିକେ ମହାପାତ୍ର। DCHC/DCHରେ ବେଡ୍‌ ପାଇଁ ଦିନକୁ ୧୨ଶହରୁ […]

Corona-4-1-1

Manoranjan Sial
  • Published: Friday, 14 August 2020
  • , Updated: 14 August 2020, 08:41 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ‘କରୋନା’ ରୋଗୀଙ୍କ ପିଛା ଦୈନିକ ସର୍ବାଧିକ ୧୮ ହଜାର ଟଙ୍କା ଖର୍ଚ୍ଚ ହେଉଛି। ଆଜି ଏହି ହିସାବ ଦେଇଛନ୍ତି ରାଜ୍ୟ ସରକାର। ଏହାଛଡ଼ା ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲକୁ କେତେ ଟଙ୍କା ଦିଆଯିବ ତା’ର ହିସାବ ମଧ୍ୟ ଦେଇଛନ୍ତି ସରକାର। ସେଥିପାଇଁ ରାଜ୍ୟର ସବୁ ଜିଲ୍ଲାପାଳ ଓ କମିଶନରଙ୍କୁ ଚିଠି କଲେ ସ୍ୱାସ୍ଥ୍ୟ ବିଭାଗ ଏସିଏସ୍ ବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପିକେ ମହାପାତ୍ର।

DCHC/DCHରେ ବେଡ୍‌ ପାଇଁ ଦିନକୁ ୧୨ଶହରୁ ୩ ହଜାର ଟଙ୍କା ଖର୍ଚ୍ଚ ହେଉଛି। DCHC/DCHରେ ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ୍ଚ ହେଉଛି ଦୈନିକ ୧୭୫୦ ଟଙ୍କା। DCHରେ ICU ପାଇଁ ବେଡ୍‌‌ ଖର୍ଚ୍ଚ ଦୈନିକ ୨ ହଜାରରୁ ୫ ହଜାର ରହିଛି। DCHରେ ICU ପାଇଁ ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ୍ଚ ଦୈନିକ ୧୨ ହଜାର ହେଉଛି। ଭେଣ୍ଟିଲେଟର ସହ ICU ପାଇଁ ବେଡ୍‌ ଚାର୍ଜ ଦୈନିକ ୨ରୁ ୫ ହଜାର ଖର୍ଚ୍ଚ ହେଉଛି। ଭେଣ୍ଟିଲେଟର ସହ ICU ପାଇଁ ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ୍ଚ ଦିନକୁ ୧୩ ହଜାର ଟଙ୍କା ହୋଇଛି। କୋଭିଡ୍‌ କେୟାର ସେଣ୍ଟର ପାଇଁ ଦୈନିକ ବେଡ୍‌ ଚାର୍ଜ ୧ ହଜାର ରହିଛି। କୋଭିଡ୍‌ କେୟାର ସେଣ୍ଟର ପାଇଁ ଦୈନିକ ଆନୁଷଙ୍ଗିକ ଖର୍ଚ୍ଚ ୧ ହଜାର ଟଙ୍କା ହେଉଛି। ହିସାବ ଅନୁସାରେ ଜଣେ ରୋଗୀ ପ୍ରତି ଦୈନିକ ସର୍ବାଧିକ ଖର୍ଚ୍ଚ ୧୮ ହଜାର ଟଙ୍କା ଖର୍ଚ୍ଚ ହେଉଛି।

Related story