ବାପା ଜେଲରେ, ମା ରଖିଛି ପରପୁରୁଷ ସହ ସମ୍ପର୍କ: ଛୁଆ ଆଣିଲେ ଅଭିଯୋଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାପା ଜେଲରେ।  ମା ରଖିଛନ୍ତି ପରପୁରୁଷ ସହ ଅନୈତିକ ସମ୍ପର୍କ। ବହାର ଲୋକ ଘରକୁ ଆସୁଛନ୍ତି। ଆଉ ମଦ ପିଇ ଆପତ୍ତିଜନକ କାମ କରୁଛନ୍ତି। ମା’ ନାରେ ଏମିତି ଏକ ସାଂଘାତିକ୍ ଅଭିଯାଗ ଆଣଇଛନ୍ତି ତାଙ୍କ ପୁଅ-ଝିଅ। ଏନେଇ ଝିଅ ଜଣକ ଭିଡିଓ ମଧ୍ୟ ସେଆର କରିଛନ୍ତି। ଏନେଇ  ଭୁବନେଶ୍ୱରରେ ଚନ୍ଦ୍ରଶେଖରପୁର ଥାନାରେ ଏତଲା ଦେଇଛନ୍ତି ପୀଡ଼ିତ ଭାଇ- ଭଉଣୀ। ଏପରିକି ମାଙ୍କର ଜଣେ ପୁରୁଷ ବନ୍ଧୁ, ଝିଅ ସହିତ ଅଶ୍ଳୀଳ ବ୍ୟବହାର କରିଥିବା […]

798

Tapas Behera
  • Published: Saturday, 31 July 2021
  • , Updated: 31 July 2021, 07:38 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାପା ଜେଲରେ।  ମା ରଖିଛନ୍ତି ପରପୁରୁଷ ସହ ଅନୈତିକ ସମ୍ପର୍କ। ବହାର ଲୋକ ଘରକୁ ଆସୁଛନ୍ତି। ଆଉ ମଦ ପିଇ ଆପତ୍ତିଜନକ କାମ କରୁଛନ୍ତି। ମା’ ନାରେ ଏମିତି ଏକ ସାଂଘାତିକ୍ ଅଭିଯାଗ ଆଣଇଛନ୍ତି ତାଙ୍କ ପୁଅ-ଝିଅ। ଏନେଇ ଝିଅ ଜଣକ ଭିଡିଓ ମଧ୍ୟ ସେଆର କରିଛନ୍ତି। ଏନେଇ  ଭୁବନେଶ୍ୱରରେ ଚନ୍ଦ୍ରଶେଖରପୁର ଥାନାରେ ଏତଲା ଦେଇଛନ୍ତି ପୀଡ଼ିତ ଭାଇ- ଭଉଣୀ। ଏପରିକି ମାଙ୍କର ଜଣେ ପୁରୁଷ ବନ୍ଧୁ, ଝିଅ ସହିତ ଅଶ୍ଳୀଳ ବ୍ୟବହାର କରିଥିବା ନେଇ ମଧ୍ୟ ଚନ୍ଦ୍ରଶେଖରପୁର ଥାନାରେ ଏତଲା ଦେଇଛନ୍ତି।

ବାପା ଜେଲରେ ରହିବା ପରଠାରୁ ଉଭୟେ ଭାଇ ଭଉଣୀ ଚଳିବା ସମସ୍ୟା ହେଉଛି। ହେଲେ ବାହାର ଲୋକ ଘରକୁ ଆସି ମଦ୍ୟପାନ କରି ଯାବତୀୟ ଅନୈତିକ କାମ କରୁଛନ୍ତି। ଏଥିରେ ବିରୋଧ କଲେ ମା ଆମକୁ ପିଟୁଛନ୍ତି। ଅନେକ ସମୟରେ ଆମ ଭାଇ ଭଉଣୀକୁ ଘରେ ଭିତରେ ବହୁ ସମୟ ଧରି ତାଲା ପକାଇ ରଖି ଦିଅନ୍ତି।

ବହୁ ସମୟ ଧରି ଚିତ୍କାର କଲେ ତାଲା ଖୋଲନ୍ତି। ପୋଲିସ ଘଟଣାରେ ହସ୍ତକ୍ଷେପ କରି କଠୋର ଶାସ୍ତି ଦେବାକୁ ନିବେଦନ କରିଛନ୍ତି।  ସେପଟେ ଝିଅ-ପୁଅଙ୍କ ଅଭିଯୋଗକୁ ଖଣ୍ଡନ କରିବା ସହ ଝିଅ ବିରୋଧରେ ପାଲଟା ଅଭିଯୋଗ ଆଣିଛନ୍ତି ମା। ଝିଅ ବିରୋଧରେ ଅନୈତିକ କାରବାରର ଅଭିଯୋଗ ଆଣି ମା ୧୦ ଦିନ ତଳେ ଥାନାରେ ଏତଲା ଦେଇଥିବା କହିଛନ୍ତି।

Related story